ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟରେ ଶିଶୁ ନିଖୋଜର ଚିନ୍ତାଜନକ ଚିତ୍ର.. ବିଗତ ୫ ବର୍ଷରେ ନିଖୋଜ ହେଲେଣି ୧୪ ହଜାର ୭୫୩ ଶିଶୁ

ନିଖୋଜ ଶିଶୁଙ୍କ ମଧ୍ୟରେ ଅଛନ୍ତି ୧୨ ହଜାର ୧୯୯ ଜଣ ଶିଶୁ କନ୍ୟା….

ରାଜ୍ୟରେ ଶିଶୁ ନିଖୋଜର ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୧୪ ହଜାର ୭୫୩ ଶିଶୁ ନିଖୋଜ ହୋଇଛନ୍ତି। ଓଡ଼ିଶା ପୁଲିସର ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଏହି ତଥ୍ୟ ମିଳିଛି। ରିପୋର୍ଟ ଅନୁସାରେ ୨୦୨୧ ବର୍ଷରେ ଶିଶୁ ଗାଏବ ମାମଲା ବିଗତ ବର୍ଷ ମାନଙ୍କ ରେକର୍ଡ ଭାଙ୍ଗିଛି। ସବୁଠୁ ଉଦ୍‌ବେଗଜନକ ତଥ୍ୟ ହେଲା, ମୋଟ୍‌ ନିଖୋଜ ଶିଶୁଙ୍କ ମଧ୍ୟରେ ଅଛନ୍ତି ୧୨ ହଜାର ୧୯୯ ଜଣ ଶିଶୁ କନ୍ୟା। ଶିଶୁ କନ୍ୟା ମାନଙ୍କୁ ମୁଖ୍ୟତଃ ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଚାଲାଣ କରାଯାଉଥିବା କୁହାଯାଉଛି।

ରାଜ୍ୟରେ ମାନବ ଚାଲାଣ ରୋକିବା ଉଦ୍ଦେଶ୍ୟରେ ୩୬ ପୁଲିସ ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍ ଆଣ୍ଟି-ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ଖୋଲାଯାଇଛି। ଏହା ସହିତ କ୍ରାଇମବ୍ରାଞ୍ଚ ମଧ୍ୟ ସମାନ୍ତରାଳ ଭାବେ ୨୦୧୫ରୁ ୨୦୧୯ ମଧ୍ୟରେ ଅପରେସନ୍ ସ୍ମାଇଲ୍, ମୁସ୍କାନ ଓ ପରୀ ଯୋଜନା ଆରମ୍ଭ କରିଛି। ଏସବୁ ସତ୍ତ୍ବେ ଶିଶୁ କନ୍ୟା ନିଖୋଜ ମାମଲା ଦ୍ରୁତ ବୃଦ୍ଧି ପାଉଛି। ୨୦୧୭ରୁ ୨୦୨୧ ଏହି ୫ ବର୍ଷ ଭିତରେ ସର୍ବାଧିକ ୨୦୨୧ ମସିହାରେ ଶିଶୁ ନିଖୋଜ ମାମଲା ସାମନାକୁ ଆସିଛି। ସର୍ବାଧିକ ଶିଶୁ କଟକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଜିଲ୍ଲାରେ ଗାଏବ ହୋଇଥିବା ଦେଖିବାକୁ ମିଳିଛି। ଓଡ଼ିଶା ପୁଲିସର ଏହି ରିପୋର୍ଟରେ ୨୦୨୧ ମସିହାରେ ଶିଶୁ ନିଖୋଜ ମାମଲା ଗଲା ୫ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ୨୦୨୧ ମସିହାରେ ୪ ହଜାର ୧୩୩ ଶିଶୁ ନିଖୋଜ ଅଛନ୍ତି। ଏମାନଙ୍କ ମଧ୍ୟରୁ ନାବାଳକ ୪୭୭ ଓ ନାବାଳିକା ୩ ହଜାର ୬୫୬ ଜଣ ଅଛନ୍ତି। ୨୦୨୧ ବର୍ଷ ଶେଷ ସୁଦ୍ଧା ପୂର୍ବ ବର୍ଷର ବଳକା ନିଖୋଜ ମାମଲାକୁ ମିଶାଇ ରାଜ୍ୟରେ ୭ ହଜାର ୪୦୪ ଶିଶୁଙ୍କ ନିଖୋଜ ମାମଲା। ଏହି ବର୍ଷ ୪ହଜାର ୫୯୬ ଜଣଙ୍କୁ ଠାବ କରାଯାଇଥିବା ବେଳେ ଅବଶିଷ୍ଟ ୨ ହଜାର ୮୦୮ଜଣଙ୍କ ପତ୍ତା ମିଳୁନାହିଁ। ଏଥିରେ ନାବାଳକ ୩୫୨ ଜଣ ଓ ନାବାଳିକା ୨ ହଜାର ୪୫୬ଜଣ ଅଛନ୍ତି। ଏହାପୂର୍ବରୁ, ୨୦୨୦ରେ ୨ହଜାର ୮୯୯ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୩୪୩ ଓ ନାବାଳିକା ୨୫୫୬ ଜଣ ଅଛନ୍ତି। ପୂର୍ବ ବର୍ଷର ବଳକା ମାମଲାକୁ ମିଶାଇ ୬ ହଜାର ୯୧୨ ଜଣ ନିଖୋଜ ଅଛନ୍ତି। ଏହି ବର୍ଷ ୩ ହଜାର ୬୪୧ ଜଣ ଉଦ୍ଧାର ହୋଇଥିବା ବେଳେ ୩ ହଜାର ୨୭୧ ଜଣଙ୍କ ପତ୍ତା ମିଳୁନାହିଁ।

୨୦୧୯ରେ ୩ ହଜାର ୧୫୧ ଜଣ ଶିଶୁ ନିଖୋଜ ଅଛନ୍ତି। ନାବାଳକ ୫୬୦ ଜଣ ଓ ନାବାଳିକା ୨୫୯୧ ଜଣ। ପୂର୍ବ ବର୍ଷକୁ ମିଶାଇଲେ ୫ହଜାର ୫୦୩ ଜଣ ନିଖୋଜ ଅଛନ୍ତି। ଏହି ବର୍ଷ ୧ହଜାର ୪୯୦ ଜଣ ଉଦ୍ଧାର ହୋଇଛନ୍ତି। ଅବଶିଷ୍ଟ ୪ ହଜାର ୧୩ ଜଣଙ୍କ ପତ୍ତା ମିଳୁନି।

୨୦୧୮ରେ ୨ହଜାର ୩୨୬ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୪୫୧ ଓ ନାବାଳିକା ୧୮୭୫ ଜଣ ଅଛନ୍ତି। ପୂର୍ବ ବର୍ଷକୁ ମିଶାଇ ୩ ହଜାର ୪୯୧ ନିଖୋଜ ଅଛନ୍ତି। ସେଥିରୁ ନାବାଳକ ୭୯୩ ଓ ନାବାଳିକା ୨ ହଜାର ୬୯୮। ଏହି ବର୍ଷ ୧୧୩୯ ଜଣ ଉଦ୍ଧାର ହୋଇଛନ୍ତି। ଅବଶିଷ୍ଟ ୨ ହଜାର ୩୫୨ଙ୍କ ପତ୍ତା ମିଳିନାହିଁ।

ସେହିପରି ୨୦୧୭ରେ ୨ ହଜାର ୨୪୪ ନିଖୋଜ ହୋଇଛନ୍ତି। ଏଥିରେ ନାବାଳକ ୭୨୩ ଓ ନାବାଳିକା ୧ହଜାର ୫୨୧ ଜଣ ଅଛନ୍ତି। ପୂର୍ବ ବର୍ଷକୁ ସଂଖ୍ୟାକୁ ମିଶାଇଲେ ୨୦୧୭ ସୁଦ୍ଧା ୭ ହଜାର ୪୪୬ ଜଣ ନିଖୋଜ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ନାବାଳକ ୨ ହଜାର ୮୯ ଓ ନାବାଳିକା ୫ ହଜାର ୩୫୭ ଅଛନ୍ତି। ସେହି ବର୍ଷ ୬ ହଜାର ୨୮୧ ଜଣ ଉଦ୍ଧାର ହୋଇଛନ୍ତି। ଅବଶିଷ୍ଟ ୧୧୬୫ ଜଣଙ୍କ ପତ୍ତା ମିଳୁ ନଥିବା ସଂକ୍ରାନ୍ତ ରିପୋର୍ଟ ସାମନାକୁ ଆସିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଆମାଜନ କମ୍ପାନୀର ମିନି ଭେନ୍ 

Sunil Chandra Nayak

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ଶ୍ରୀୟା ଚଣ୍ଡାଳୁଣୀ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରତୀକ୍ଷା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort