ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା ! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

କାମାକ୍ଷାନଗର 31/8/22 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରୋଗଳା ପଞ୍ଚାୟତ ଡଙ୍ଗାପାଳ ଗାଁରେ ଏକ ଦୁଃଖଦାୟକ ଚିତ୍ର ଦେଖିବାକୁ ମିଳିଛି। ଡଙ୍ଗାପାଳ ଗାଁର ଗୋଲେଖ ମହାନ୍ତଙ୍କ ୩୧ ବର୍ଷୀୟ ପୁଅ ଦେବବ୍ରତ ମହାନ୍ତ। ଦୁଇ ବର୍ଷ ତଳେ କାମ କରୁଥିବା ସମୟରେ ଖସି ପଡିବାରୁ ମେରୁଦଣ୍ଡ ଗୁରୁତର ଭାବେ ଆଘାତପ୍ରାପ୍ତ ହୋଇଥିଲା। ତାଙ୍କର ରୋଜଗାରରେ ସମ୍ପୂର୍ଣ୍ଣ ପରିବାର ଚଳେ। ଆହାତ କାରଣରୁ ଦୁଇ ବର୍ଷ ହେଲା ଘରକୁ ଟଙ୍କାଟିଏ ସେ ରୋଜଗାର କରି ଆଣି ପାରି ନାହାଁନ୍ତି। ଛୋଟ ଛୋଟ ଦୁଇ ସନ୍ତାନ ଓ ପରିବାର ଏବେ ବହୁତ ଦୁର୍ଦ୍ଦଶାରେ ସମୟ କାଟୁଛନ୍ତି। ସେ ଜଣେ ପଞ୍ଜିକୃତ ଶ୍ରମିକ ହୋଇଥିଲା ବେଳେ ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ମିଳି ପାରି ନଥିବା ସୂଚନା ମିଳିଛି। ପ୍ରଶାସନ ତାଙ୍କୁ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋକସରା ରେ ଯୋଗଦେଲେ ନୂତନ ବିଡ଼ିଓ

Sunil Chandra Nayak

ଫୁଲବାଣୀ ପ୍ରେସକ୍ଳବ ଠାରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ

Sunil Chandra Nayak

ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଦୁଇ ଦିବସୀୟ ସମାରୋହରେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଏବଂ ରାଜ୍ୟ ମହିଳା, ଶିଶୁ ବିକାଶ ଏବଂମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!