ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ସମ୍ପର୍କର ନଈ ତୀରେ 

ସମ୍ପର୍କର ନଈ ତୀରେ 

ସମ୍ପର୍କର ନଈ ତୀରେ
ମୁଁ ଏକ ନାବିକଟିଏ
ଝଡ଼ ତୋଫାନ
ବାଆ ବତାସରେ 
ନାଆ ମୋର
ଆହୁଲା ମାନେ ନାଇଁ
ଭାସିଯାଏ ମୁଇଁ
ନଈର ମଝିରେ ମଝିରେ l
ସମ୍ପର୍କର ନଈ ତୀରେ
ମୁଁ ଏକ ନାଆଟିଏ
ପଥିକର ବୋଝକୁ ମୁଇଁ 
ସହି ପାରୁ ନାଇଁ ନୀରେ
ଓଲଟି ଯାଏ ମୁଇଁ
ନଈର ମଝିରେ ମଝିରେ l
ସମ୍ପର୍କର ନଈ ତୀରେ
ମୁଁ ଏକ ନରଟିଏ
ଭବସାଗର ଦୁନିଆରେ
ଜଂଜାଳର ମୋହ ଜାଳେ 
ଛନ୍ଦି ହୋଇ ଘରକରେ
ପାପଭାର ବଢିଯାଏ
ମୁକତି ଲଭିବାକୁ
ପ୍ରଭୁଙ୍କ ଆଶିଷ ମୋର ନାଇଁ
ଉଦ୍ଧାର ହୋଇ ନ ପାରି 
ଭାସିଯାଏ ମୁଇଁ 
ନଈର ମଝିରେ ମଝିରେ l

           ଜଗଜ୍ଜୀବନ ସା

             କୁମ୍ଭାରୀ, ଗୋଲାମୁଣ୍ଡା
              କଳାହାଣ୍ଡି (ଓଡିଶା )l 

              

Related posts

ମାରଓ୍ଵାଡି ଯୁବା ମଞ୍ଚ ପକ୍ଷରୁ  ନବଜାତ  ଶିଶୁଙ୍କୁ କିଟ୍ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଶିକ୍ଷକ ଙ୍କ ବଦଳି ବାତିଲ ନେଇଁ ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ, ଗଣ ମାଧ୍ୟମ ପ୍ରତିନିଧି ଙ୍କ ହସ୍ତକ୍ଷେପ ପରେ ଖୋଲିଲେ ତାଲା 

Sunil Chandra Nayak

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ OUTR ର ହେବ ରୂପାନ୍ତର

Leave a Comment

error: Content is protected !!