ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଜ୍ଜୀବନ ସା ଙ୍କ କବିତା ସମ୍ପର୍କର ନଈ ତୀରେ 

ସମ୍ପର୍କର ନଈ ତୀରେ 

ସମ୍ପର୍କର ନଈ ତୀରେ
ମୁଁ ଏକ ନାବିକଟିଏ
ଝଡ଼ ତୋଫାନ
ବାଆ ବତାସରେ 
ନାଆ ମୋର
ଆହୁଲା ମାନେ ନାଇଁ
ଭାସିଯାଏ ମୁଇଁ
ନଈର ମଝିରେ ମଝିରେ l
ସମ୍ପର୍କର ନଈ ତୀରେ
ମୁଁ ଏକ ନାଆଟିଏ
ପଥିକର ବୋଝକୁ ମୁଇଁ 
ସହି ପାରୁ ନାଇଁ ନୀରେ
ଓଲଟି ଯାଏ ମୁଇଁ
ନଈର ମଝିରେ ମଝିରେ l
ସମ୍ପର୍କର ନଈ ତୀରେ
ମୁଁ ଏକ ନରଟିଏ
ଭବସାଗର ଦୁନିଆରେ
ଜଂଜାଳର ମୋହ ଜାଳେ 
ଛନ୍ଦି ହୋଇ ଘରକରେ
ପାପଭାର ବଢିଯାଏ
ମୁକତି ଲଭିବାକୁ
ପ୍ରଭୁଙ୍କ ଆଶିଷ ମୋର ନାଇଁ
ଉଦ୍ଧାର ହୋଇ ନ ପାରି 
ଭାସିଯାଏ ମୁଇଁ 
ନଈର ମଝିରେ ମଝିରେ l

           ଜଗଜ୍ଜୀବନ ସା

             କୁମ୍ଭାରୀ, ଗୋଲାମୁଣ୍ଡା
              କଳାହାଣ୍ଡି (ଓଡିଶା )l 

              

Related posts

ବିଜୁଳି ଚୋରି ରୋକିବାକୁ ଯାଇ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ମାରଣାତ୍ମକ ଆକ୍ରମଣ, ଥାନାରେ ମାମଲା, ହାତବାନ୍ଧି ବସିଛି ସିଂଲା ପୋଲିସ

Sunil Chandra Nayak

ରୁଦ୍ରନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିରୁଦ୍ଧ ରେ ଗୁରୁତର ଅଭିଯୋଗ

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!