ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମପଞ୍ଚାୟତ ପରିସର ସାଜିଛି ଗାଈଗୋଠ ସଦୃଶ୍ୟ ପରିବେଶ ପ୍ରତି କାହାରି ନିଘା ନାହିଁ

ଥୁଆମୂଳ ରାମପୁର:୧୭/୭ – ମ.ନୀ.ସ:– ପରିବେଶର ସୁରକ୍ଷା ଏବଂ ପରିଷ୍କାର ଓ ପରିଛନ୍ନତା ପାଇଁ ସରାକାର ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ,ଶିଶୁ ବିକାଶ ବିଭାଗ ରହିଥିବା ବେଳେ ଏଥିରେ ପଞ୍ଚାୟତ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଅଛି। ଏହାପାଇଁ ଗାଁ ଗାଁରେ ଗୁଡିରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଥପ୍ରାନ୍ତ ନାଟକ, ସଚେତନତା ସଭା,ରାଲି,ସ୍ଲୋଗାନ, କାନ୍ଥରେ ଲେଖା, ପୋଷ୍ଟର ଓ ବ୍ଯାନର ଲଗାଯାଇଛି। ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା। ଅସ୍ବାସ୍ଥ୍ଯକର ପରିବେଶ ପାଇଁ ବିଭିନ୍ନ ପ୍ରକାର ଅଜଣା ରୋଗ ବ୍ଯାପିଥାଏ, ପୁଣି କରୋନା ଦୁଇ ବର୍ଷ ମଧ୍ୟରେ ସମାଜରେ କରୋନା ବ୍ଯାପିବାରେ ଲାଗିଛି। ଏହାର ପ୍ରତିକାର କରିବାକୁ ହେଲେ ପ୍ରଥମେ ପରିବେଶ କୁ ପରିଷ୍କାର ଓ ସଫାସୁତୁରା ରହିବା ଦରକାର କିନ୍ତୁ ଏହାର ବ୍ଯତିକ୍ରମ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଅଡ୍ରି ଗ୍ରାମପଞ୍ଚାୟତରେ। ଏହା ଉପରେ ଗ୍ରାମପଞ୍ଚାୟତ ବିଭାଗୀୟ ଅଧିକାରୀ ମାନେ କିଛି ସଚେତନ ନୁହନ୍ତି। ଗ୍ରାମପଞ୍ଚାୟତ ପରିବେଶ ଗାଈଗୋଠରେ ପରିଣତ ହୋଇଛି। ଗ୍ରାମପଞ୍ଚାୟତ ପରିବେଶ ଅସ୍ବାସ୍ଥ୍ଯକର ପରିବେଶ ଯୋଗୁଁ ପରିବେଶ ଏକ ପ୍ରକାର ଦୁର୍ଗନ୍ଧ ବାତାବରଣ ସୃଷ୍ଟି ହେଉଅଛି। ତାହାଦ୍ବାରା ସଂକ୍ରମଣ ରୋଗ ବ୍ଯାପିବାର ଯଥେଷ୍ଟ ସମ୍ଭାବନା ରହିଛି। ଆଶ୍ଚର୍ଯ୍ୟ ର କଥା ଗ୍ରାମପଞ୍ଚାୟତ କୁ ପ୍ରତିଦିନ ହିତାଧିକାରୀଙ୍କ ସମାଗମ ସହ ବିଭାଗୀୟ ଅଧିକାରୀ ଏଠି ବିଭିନ୍ନ କାମ କରିଥାନ୍ତି। ଏଭଳି ପରିବେଶ ରହିଥିଲେ ମଧ୍ୟ ଗ୍ରାମପଞ୍ଚାୟତ ର କର୍ମଚାରୀ ସୃଷ୍ଟି ଦେଉନଥିବା ଅତି ଲଜ୍ଜା ଜନକ ବିଷୟ ପାଲଟିଛି। ବ୍ଳକ ପ୍ରଶାସନ ଓ ଗ୍ରାମପଞ୍ଚାୟତ କର୍ମକର୍ତ୍ତା ଏଠିକୁ ଯିବାଆସିବା କରୁଛନ୍ତି ତଥାପି ଏହି ପରିବେଶ ପ୍ଳତି ଦୃଷ୍ଟି ଦେଉନ ଥିବା ବିଷୟରେ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ଉନ୍ନୟନର କର୍ମଶାଳା ହେଉଛି ଗ୍ରାମପଞ୍ଚାୟତ ହେଲେ ନିଜଘର ଅସଜଡା ହୋଇ ରହିଛି, କିନ୍ତୁ ଗାଁ ଗାଁରେ ପରିବେଶ ସ୍ବଛଳତା ନାରାଦେଉଛନ୍ତି ବିଭାଗୀୟ କର୍ମଚାରୀ। ତେଣୁ ଏହା ଉପରେ ଧ୍ଯାନ ଦେଇ ବିଭାଗୀୟ କର୍ମକର୍ତ୍ତା ସଚେତନ ହୁଅନ୍ତୁ, ତେଣୁ ଗ୍ରାମପଞ୍ଚାୟତ ପରିବେଶକୁ ସଫାସୁତୁରା କରିବା ପାଇଁ ଦାବି ହେଉଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଫୁଲବାଣୀ କୋର୍ଟ ପରିସରେ ପେପର ଲେସ ଅଦାଲତ ଉଦଘାଟିତ 

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ 

Sunil Chandra Nayak

ଶିରିଡି ଶ୍ରୀସାଇ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!