ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନେଟୱର୍କ ନଥିବା ଦୁର୍ଗମ ଅଂଚଳରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ

ରାୟଗଡ:-ତା.୧୭/୦୭- ରାୟଗଡ ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନା ଭତ୍ତା ବ୍ୟଙ୍କ ମାଧ୍ୟମରେ ପ୍ରତ୍ୟେକ ମାସରେ ୧୫ତାରିଖକୁ ସେବା ଦିବସ ଭାବରେ ବିତ୍ତରଣ କରାଯାଏ l ହେଲେ ଜିଲ୍ଲାର କେତେକ ଦୁର୍ଗମ ଅଂଚଳରେରେ ନେଟୱର୍କ ନଥିବାରୁ ଏହି ଭତ୍ତା ବଣ୍ଟନ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି l ଓଡ଼ିଶା ସରକାର ଓ ରାୟଗଡ ଜିଲ୍ଲାପାଳ ସ୍ୱଧା ଦେଵସିଂଙ୍କ ନିର୍ଦ୍ଦେଶରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ମହା ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ସାହୁଙ୍କ ପ୍ରତକ୍ଷ ତତ୍ୱlବଧାନରେ ଜିଲ୍ଲାର ୨୯ଗୋଟି ଦୁର୍ଗମ ଅଂଚଳରେ ବ୍ୟାଙ୍କ ମାଧ୍ୟମରେ ସିଧାସଳଖ ଭତ୍ତା ବଣ୍ଟନ କରl ଯାଉଛି l ଗତ ତା ୧୫/୦୭/୨୨ରିଖ ଦିନ ପ୍ରତ୍ୟେକ ହିତାଧିକାରୀ ଭତ୍ତାକୁ ଉଇଥଡ୍ରlଲ ମାଧ୍ୟମରେ ଦିଆଯାଇଥିବା ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଧାସଳଖ ଭତ୍ତା ବଣ୍ଟନ କରାଯାଉଥିବା ମୁଖ୍ୟ ପ୍ରବନ୍ଧକ ଧୀରେନ୍ଦ୍ର ବିହାରୀ ସୂଚନା ଦେଇଛନ୍ତି l ପ୍ରତ୍ୟେକ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ କିମ୍ବା ବିଡ଼ିଓଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଧିକାରୀଙ୍କ ସହ ଜଣେ ବ୍ୟାଙ୍କ କର୍ମଚାରୀ,ଜଣେ ପୋଲିସ କର୍ମଚାରୀ ଗାଡ଼ିରେ ଯାଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି l ଏଥି ନିମନ୍ତେ ଜିଲ୍ଲାର ୨୯ଟି ଗ୍ରା.ପଂଚାୟତ ଯଥା ଚନ୍ଦ୍ରପୁର ୪ଟି,ଗୁଡାରି ୪ଟି,ଗୁଣୁପୁର ଗୋଟିଏ, ବିଷମ କଟକ ୩ଟି, କାଶୀପୁର ୨ଟି,କଲ୍ୟାଣ ସିଂପୁର ଗୋଟିଏ, କୋଲନାରl ଓ ପଦ୍ମପୁର ଗୋଟିଏ ଲେଖାଏଁ ,ରାମନାଗୁଡା ୩ଟି ଓ ରାୟଗଡ ବ୍ଲକର ୯ଟି ଦୁର୍ଗମ ଗ୍ରାମ ପଂଚାୟତ ନିମନ୍ତେ ୨୯ଟି ଗାଡ଼ିରେ ଏହି ଦୁର୍ଗମ ଅଂଚଳକୁ ଯାଇ ଭତ୍ତା ବଣ୍ଟନ କରୁଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟରିଆ କୁଲୁ ପ୍ରକାଶ କରିଥିଲେ l

ରାୟଗଡ ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର ରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

ଆଦରମଣି ପ୍ରଧାନ,ଗୋଲାପୀ ଙ୍କ କବିତା ତୁମେ କିଏ

Leave a Comment

error: Content is protected !!