ରାୟଗଡ:-ତା.୧୭/୦୭- ରାୟଗଡ ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କୁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନା ଭତ୍ତା ବ୍ୟଙ୍କ ମାଧ୍ୟମରେ ପ୍ରତ୍ୟେକ ମାସରେ ୧୫ତାରିଖକୁ ସେବା ଦିବସ ଭାବରେ ବିତ୍ତରଣ କରାଯାଏ l ହେଲେ ଜିଲ୍ଲାର କେତେକ ଦୁର୍ଗମ ଅଂଚଳରେରେ ନେଟୱର୍କ ନଥିବାରୁ ଏହି ଭତ୍ତା ବଣ୍ଟନ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି l ଓଡ଼ିଶା ସରକାର ଓ ରାୟଗଡ ଜିଲ୍ଲାପାଳ ସ୍ୱଧା ଦେଵସିଂଙ୍କ ନିର୍ଦ୍ଦେଶରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ମହା ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ସାହୁଙ୍କ ପ୍ରତକ୍ଷ ତତ୍ୱlବଧାନରେ ଜିଲ୍ଲାର ୨୯ଗୋଟି ଦୁର୍ଗମ ଅଂଚଳରେ ବ୍ୟାଙ୍କ ମାଧ୍ୟମରେ ସିଧାସଳଖ ଭତ୍ତା ବଣ୍ଟନ କରl ଯାଉଛି l ଗତ ତା ୧୫/୦୭/୨୨ରିଖ ଦିନ ପ୍ରତ୍ୟେକ ହିତାଧିକାରୀ ଭତ୍ତାକୁ ଉଇଥଡ୍ରlଲ ମାଧ୍ୟମରେ ଦିଆଯାଇଥିବା ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଧାସଳଖ ଭତ୍ତା ବଣ୍ଟନ କରାଯାଉଥିବା ମୁଖ୍ୟ ପ୍ରବନ୍ଧକ ଧୀରେନ୍ଦ୍ର ବିହାରୀ ସୂଚନା ଦେଇଛନ୍ତି l ପ୍ରତ୍ୟେକ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ କିମ୍ବା ବିଡ଼ିଓଙ୍କ ଦ୍ୱାରା ନିର୍ଦ୍ଦେଶିତ ଅଧିକାରୀଙ୍କ ସହ ଜଣେ ବ୍ୟାଙ୍କ କର୍ମଚାରୀ,ଜଣେ ପୋଲିସ କର୍ମଚାରୀ ଗାଡ଼ିରେ ଯାଇ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି l ଏଥି ନିମନ୍ତେ ଜିଲ୍ଲାର ୨୯ଟି ଗ୍ରା.ପଂଚାୟତ ଯଥା ଚନ୍ଦ୍ରପୁର ୪ଟି,ଗୁଡାରି ୪ଟି,ଗୁଣୁପୁର ଗୋଟିଏ, ବିଷମ କଟକ ୩ଟି, କାଶୀପୁର ୨ଟି,କଲ୍ୟାଣ ସିଂପୁର ଗୋଟିଏ, କୋଲନାରl ଓ ପଦ୍ମପୁର ଗୋଟିଏ ଲେଖାଏଁ ,ରାମନାଗୁଡା ୩ଟି ଓ ରାୟଗଡ ବ୍ଲକର ୯ଟି ଦୁର୍ଗମ ଗ୍ରାମ ପଂଚାୟତ ନିମନ୍ତେ ୨୯ଟି ଗାଡ଼ିରେ ଏହି ଦୁର୍ଗମ ଅଂଚଳକୁ ଯାଇ ଭତ୍ତା ବଣ୍ଟନ କରୁଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଭିକ୍ଟରିଆ କୁଲୁ ପ୍ରକାଶ କରିଥିଲେ l
ରାୟଗଡ ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ