ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଯିବା ରାସ୍ତାରେ ବିରାଟ ଗଛ ପଡି ରାସ୍ତା ଅବରୋଧ, ଅଧା ଘଣ୍ଟା ପରେ ଯାତାୟତ ସ୍ଵାଭାବିକ

ଡାବୁଗାଁ, ୧୭/୭  ନବରଙ୍ଗପୁର ଜିଲା ଡାବୁଗାଁ ମୁଖ୍ୟ ରାସ୍ତା ମା ତାରିଣୀ ମନ୍ଦିର ଛକରୁ ସ୍ଵାସ୍ଥ୍ୟ କେନ୍ଦ୍ର ଯିବା ରାସ୍ତାରେ ରବିବାର ଏକ ବିରାଟ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ଗଛ ପଡି ରାସ୍ତା ଅବରୋଧ ହୋଇଥିବା ଡାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା ଖବର ପାଇ ଥାନା ଏଏସ୍ ଆଇ ଶିଶିରକାନ୍ତ ଘୋଷ ଙ୍କୁ ଘଟଣା ସ୍ଥଳକୁ ପଠାଇବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ବିରାଟ ଗଛକୁ ମେସିନ୍ କରତ ରେ ଖଣ୍ଡ ଖଣ୍ଡ କରିଦେବାରୁ ଜେସିବି ସାହାଯ୍ୟ ରେ ରାସ୍ତାରୁ ଗଛ ସଫା କରାଯାଇ ଯାତାୟତର ସୁବିଧା କରାଯାଇଥିଲା । ଗଛ ପଡି ଯାଇ ଥିବାରୁ ଦୁଇ ପାର୍ଶ୍ଵରେ ଗାଡି ଅଟକି ରହି ଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଅଧା ଘଣ୍ଟା ଅଟକି ଯାଇଥିଲା । ଅଗ୍ନିଶମ ବିଭାଗ ଡାବୁଗାଁ ରେ ଥିବାରୁ ଖୁବ୍ ଶିଘ୍ର ରାସ୍ତାରୁ ଗଛ ହଟାଇ ରାସ୍ତା ଖାଲି କରାଯାଇପାରିଥିଲା । ଅଗ୍ନିଶମ ବିଭାଗ ସହ ଡାବୁଗାଁ ପୋଲିସ କୁ ତୁରନ୍ତ ରାସ୍ତାଖାଲି ହୋଇଯାଇ ଟ୍ରାଫିକ ସମସ୍ୟା ଦୁର ହୋଇଥିବା ଯୋଗୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି । ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ ଙ୍କ ରିପୋର୍ଟ 

Related posts

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚର ରେ ବୁହା ହେଲେ ଗର୍ଭବତୀ କିନ୍ତୁ 108 ପାଖରେ ପହଁଚିବା ବେଳେ ଜନ୍ମ ଦେଲେ ସନ୍ତାନ

Sunil Chandra Nayak

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମ ଦିବସ ପାଳନ

ମିଳିତ ସାମ୍ବାଦିକ ସଂମୂହ ର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

Sunil Chandra Nayak

Leave a Comment

error: Content is protected !!