ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଲବାଣୀ ପ୍ରେସକ୍ଲବ ଠାରେ ୧୫୬ ତମ ଓଡ଼ିଆ ସାମ୍ବାଦିକାତା ଦିବସ ପାଳନ

ଫୁଲବାଣୀ -:  ୧୫୬ ତମ ଓଡ଼ିଆ ସାମ୍ବାଦିକାତା ଦିବସ ଗତକାଲି ସନ୍ଧ୍ୟା ୫ ଟା ସମୟରେ ଫୁଲବାଣୀ ପ୍ରେସକ୍ଲବ ଠାରେ ପ୍ରେସକ୍ଲବ ସଭାପତି ସୁନିଲ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ସାମ୍ବାଦିକାତା ଦିବସ ପାଳନ ଅବସରେ ଓଡ଼ିଆ ସାମ୍ବାଦିକାତା କାଲି ଆଜିର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଉକ୍ତ ଐତିହାସିକ ଦିବସର ମୂଖ୍ୟ ଅତିଥି ଭାବେ ଫୁଲବାଣୀ ଆ ଟି ଡି ଏ ପ୍ରକଳ୍ପ ପ୍ରଶାସକ ବିରେନ୍ଦ୍ର କୁମାର ଦାସ ଯୋଗ ଦେଇ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ଉଦେଶ୍ୟ ରେ କହିଥିବା ବେଳେ ଓଡ଼ିଆ ସାମ୍ବାଦିକାତା କୁ ସମୃଦ୍ଧ କରିଥିବା ପ୍ରତ୍ୟେକ ମହା ପୁରୁଷ ଙ୍କର ଅବଦାନ କୁ ସ୍ମରଣ କରି ନିଜେ ସୁରକ୍ଷିତ ରହି ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଦ୍ୱାରା ଲୋକଙ୍କ ସ୍ୱର ସାଜିବାକୁ ସେ ସାମ୍ବାଦିକ ମାନଙ୍କୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରେସକ୍ଲବ ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅରୂପ କୁମାର ଜେନା,ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ ,ପ୍ରେସକ୍ଲବ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇଥିଲେ। ଉକ୍ତ ଦିବସ ପାଳନ ବେଳେ ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ସାମ୍ବାଦିକ କାହ୍ନୁ ଚରଣ ଶତପଥୀ, ତ୍ରିନାଥ ସାହୁ,ମହିଳା ସାମ୍ବାଦିକ ସିବାନୀ ସୁଆର ,ସତ୍ୟନାରାୟଣ ବେହେରା,ଯୋଗ ଦେଇ ୧୮୬୬ ଅଗଷ୍ଟ ୪ ତାରିଖ କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କାରାଯାଇଥାଏ। ଏହି ଦିବସରେ ପ୍ରଥମେ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ପ୍ରତିଷ୍ଠା ହୋଇଥିଲା।ନଅଙ୍କ ଦୁର୍ଭିକ୍ଷ ର କରାଳ ରୂପକୁ ପ୍ରଶାସନ ପାଖରେ ପହଞ୍ଚାଇବା ନିମନ୍ତେ ପ୍ରମୁଖ ଭୂମିକା ସାଜିଥିଲା ଉତ୍କଳ ଦୀପିକା ତାସହିତ ଉତ୍କଳ ଦୀପିକା ଖବରକାଗଜ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଏକ ପ୍ରମୁଖ ଅବଦାନ ରହିଥିଲା। ଏହି ଉତ୍କଳ ଦୀପିକା ପତ୍ରିକା କର୍ମବୀର ଗୌରୀ ଶଙ୍କର ରାୟ ଓ ବାବୁ ବିଚିତ୍ରା ନନ୍ଦ ଦାସ, ପ୍ରତିଷ୍ଠା କରିଥିଲେ।ତେଣୁ ଉତ୍କଳ ଦୀପିକା ର ଜନ୍ମଦିନ କୁ ପୂଜ୍ୟପୂଜା ସାଂସ୍କୃତିକ ସୁରକ୍ଷା ଓଡ଼ିଆ ସାମ୍ବାଦିକାତା ଦିବସ ଭାବେ ପାଳନ କରାଯାଇଥାଏ ବୋଲି ସମସ୍ତ ଅତିଥି କହିଥିବାବେଳେ ପୂର୍ବରୁ ଗଣମାଧ୍ୟମ ର ସ୍ଥିତ କିପରି ଥିଲା ସାମ୍ବାଦିକ ମାନେ କିଭଳି ପରିସ୍ଥିତି ର ସାମ୍ନା କରି ସାମ୍ବାଦିକାତା କରୁଥିଲେ ଏବଂ ଆଜିର ନୂତନ ଯାନ୍ତ୍ରିକ ଯୁଗରେ ଗଣମାଧ୍ୟମ ର ସ୍ଥିତି କିପରି ରହିଛି ଓ ଆଜିର ଯୁବକ ମାନେ କିପରି ସାମ୍ବାଦିକ କରୁଛନ୍ତି ସତ୍ୟ ନିରପେକ୍ଷ ନିର୍ଭୀକ ଭାବରେ ସମାଜର ହିତ ନିମନ୍ତେ ଖବର ସଂଗ୍ରହ କରି ପରିବେଷଣ କରିବା ନିମନ୍ତେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ଦିଗାଲ କହିଥିଲେ।ଉକ୍ତ ଦିବସ ପାଳନ ସମୟରେ ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର, ବୈଦ୍ୟନାଥ ନାୟକ,ବିମଳ କୁମାର ନାୟକ, ଶିବାନନ୍ଦ ପଟ୍ଟନାୟକ, ଜୟସେନ ପରିଡା,ସୁଜିତ କୁମାର ବେହେରା, ପ୍ରଶାନ୍ତ କୁମାର ପଣ୍ଡା,ସୂର୍ଯ୍ୟନାରାୟଣ ବେହେରା, ସନ୍ତୋଷ କୁମାର ବେହେରା, ଶିବରାମ ନାୟକ,ରଞ୍ଜିତ କୁମାର ଦିଗାଲ,କାହ୍ନା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଆୟୋଜିତ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ପ୍ରେସକ୍ଲବ ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ନୂଆପଡା ଜିଲ୍ଲା ଖଡ଼ିଆଳ ସବଜଜ ଙ୍କ ଓକିଲ ଓ ମହକିଲ ଙ୍କ ପ୍ରତି ଦୁର୍ବ୍ୟବହାର ଅଭିଯୋଗ , ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବିଜ୍ଞାପନରେ ମନ

Sunil Chandra Nayak

Leave a Comment

error: Content is protected !!