ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୋଶଳ ଯୋଜନା ମେଳା ଅନୁଷ୍ଠିତ

ଗୋଳାମୁଣ୍ଡା/ମସିହା/୫/୮/ ଗୋଳାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ଦିନ ଦୟାଲ ଗ୍ରାମୀଣ କୋଶଳ ଯୋଜନାର କର୍ମ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନନ୍ଦ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ, ଗୋଳାମୁଣ୍ଡା ଜୋନ ଜିଲ୍ଲା ପରିଷଦ ହେମାଙ୍ଗିନୀ ରାଉତ, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ବିପିଏମ ସୁଧାଂଶୁ ଶେଖର ବିଶ୍ୱାଳ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ବ୍ଲକର ୨୮ ଗୋଟି ଗ୍ରାମପଞ୍ଚାୟତର ବେରୋଜଗରୀ ଶିକ୍ଷିତ ଯୁବକ ଯୁବତୀ ବହୁ ମାତ୍ରାରେ ଅଂଶ ଗ୍ରହଣ କରିଥିଲେ । ଦିନ ଦୟାଲ ଉପାଧ୍ୟୟ ଗ୍ରାମୀଣ କୋଶଳ ଯୋଜନାରେ ବିନା ମୂଲ୍ୟରେ ତାଲିମ ନେଇ ନିଜର ରୋଜଗାର ପନ୍ଥା ବଢିବ ଏ ନେଇ ବ୍ଲକ ଅଧ୍ୟକ୍ଷ , ବିଡିଓ ଓ ବିପିଏମ ପୁଙ୍ଖାନୁ ପୁଙ୍ଖ ଭାବରେ ଉପସ୍ଥିତ ଥିବା ବେରୋଜଗାରୀ ଯୁବକ ଯୁବତୀଙ୍କୁ ବୁଝାଇଥିଲେ । ଅନେକ ଯୁବକ ଓ ଯୁବତୀ ଆକୃଷ୍ଟ ହୋଇ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପଞ୍ଜିକୃତ କରିଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ପୂର୍ବରୁ ଅନେକ ଯୁବକ ଯୁବତୀ ତାଲିମ ନେଇ ସ୍ୱାବଲମ୍ଭି ହୋଇଛନ୍ତି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ଘାଟି ରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ଯାତାୟତ ବାଧା ପ୍ରାପ୍ତ 

Sunil Chandra Nayak

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ମାଣବସା ବ୍ରତ

Sunil Chandra Nayak

କବିତା

Sunil Chandra Nayak

Leave a Comment

error: Content is protected !!