ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

ହଜିଲା ଦରବ

 

 ଦିଲ୍ଲୀପ କୁମାର ନନ୍ଦୀ

 

ଶେଷ ପିଢ଼ିକୁ ମୁଁ ବାନ୍ଧିଲି ପେଡ଼ିରେ

ପକାଇଲି ସାତଗଣ୍ଠି

ତୁରୁଙ୍ଗ ସିନ୍ଦୁକ ହଜିତ ଗଲାଣି

ଅଛି ଏକ ପିଢ଼ି ବାକି।୧।

 

କସଡ଼ି କଉଡ଼ି ଖେଳ ହଜିଲାଣି

ଧାନ ପୁଡ଼ା ଲୁଚିଲାଣି

ଲଙ୍ଗଳ ଫାଳଟା ମାଟି ଖାଇଲାଣି

ମଇଟା ଖତ ହେଲାଣି।୨।

 

ଖପରା ଡିଆଁକୁ କବାଡ଼ି ଖେଳଟା

ଧିରେ ଧିରେ ହଜିଲାଣି

ଗୁଡ଼ି ଉଡ଼ା ପର୍ବ ପବନେ ହଜିଛି

ଶଗଡ଼ ଫଟୋ ହେଲାଣି।୩।

 

ଭାଙ୍ଗ ଡବା ଝାଡ଼ୁ କଳସ କି ଗଡ଼ୁ

ଧାନ ସିଝା ଉଠିଲାଣି

ଖଳା କି ବେଙ୍ଗଳା ଲୁଚି ତ ଗଲାଣି

ତାମ୍ବିଟା ହଜି ଗଲାଣି।‌୪।

 କାଏମା,ଧର୍ମଶାଳା, ଯାଜପୁର

Related posts

ପାଷ୍ଟିକୁଡ଼ି ରେ ପ୍ରଦୀପ କୁମାର ସାହୁ,କାଣ୍ଡେଲ ରେ ତ୍ରିପୁରା ନାୟକ ବିଜୟୀ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ଅହିଂସା ରଥ ଆସନ୍ତା ସେପ୍ଟେମ୍ବର ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ତାରୁଣ୍ୟ

Sunil Chandra Nayak

Leave a Comment

error: Content is protected !!