ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

ହଜିଲା ଦରବ

 

 ଦିଲ୍ଲୀପ କୁମାର ନନ୍ଦୀ

 

ଶେଷ ପିଢ଼ିକୁ ମୁଁ ବାନ୍ଧିଲି ପେଡ଼ିରେ

ପକାଇଲି ସାତଗଣ୍ଠି

ତୁରୁଙ୍ଗ ସିନ୍ଦୁକ ହଜିତ ଗଲାଣି

ଅଛି ଏକ ପିଢ଼ି ବାକି।୧।

 

କସଡ଼ି କଉଡ଼ି ଖେଳ ହଜିଲାଣି

ଧାନ ପୁଡ଼ା ଲୁଚିଲାଣି

ଲଙ୍ଗଳ ଫାଳଟା ମାଟି ଖାଇଲାଣି

ମଇଟା ଖତ ହେଲାଣି।୨।

 

ଖପରା ଡିଆଁକୁ କବାଡ଼ି ଖେଳଟା

ଧିରେ ଧିରେ ହଜିଲାଣି

ଗୁଡ଼ି ଉଡ଼ା ପର୍ବ ପବନେ ହଜିଛି

ଶଗଡ଼ ଫଟୋ ହେଲାଣି।୩।

 

ଭାଙ୍ଗ ଡବା ଝାଡ଼ୁ କଳସ କି ଗଡ଼ୁ

ଧାନ ସିଝା ଉଠିଲାଣି

ଖଳା କି ବେଙ୍ଗଳା ଲୁଚି ତ ଗଲାଣି

ତାମ୍ବିଟା ହଜି ଗଲାଣି।‌୪।

 କାଏମା,ଧର୍ମଶାଳା, ଯାଜପୁର

Related posts

ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦର ନୂଆଖାଇ ଜୁହାର ଭେଟ ଉତ୍ସବ

Sunil Chandra Nayak

ବନ ବିଭାଗ ଓ ପ୍ରେସକ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମୁଖିଗୁଡା ଠାରେ ବିଶ୍ଵ ମାନବଧିକାର ଦିବସ

Sunil Chandra Nayak

Leave a Comment

error: Content is protected !!