ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ନାଗବମ୍ ଶିବ ଭକ୍ତ

ଶ୍ରାବଣ ର ଶେଷ ସୋମବାର…. ୨କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ଶିବ ଭକ୍ତ

ଶ୍ରାବଣ ମାସ ବୋଲ୍ ବମ୍ ଭକ୍ତ ଙ୍କ ଶିବ ଆରାଧନା ର ସମୟ। ଏହି ପବିତ୍ର ମାସରେ ସବୁ ଶିବ ମନ୍ଦିର ରେ ବୋଲ୍ ବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ମାନସିକ କରିଥିବା ଭକ୍ତ ମାନେ ବିଭିନ୍ନ ମୁଦ୍ରା ରେ ମନ୍ଦିର ଯାଇ ଶିବଙ୍କ ମସ୍ତକରେ ଜଳ ଲାଗି କରିଥାନ୍ତି। କିଏ କାଉଡ଼ିଆ ଧରି ତ ଆଉ କିଏ ଧାଇଁ ଧାଇଁ ତ ଆଉ କିଏ ଦଣ୍ଡ ମୁଦ୍ରା ରେ ଯାଇଥାନ୍ତି। ବିଗତ କିଛି ବର୍ଷ ହେଲା ଧର୍ମଗଡ ଅଞ୍ଚଳରେ ବୋଲ୍ ବମ୍ ଭକ୍ତ ମାନେ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଯାଇ ଜଳ ଲାଗି କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଛି। ସାପ ଭଳି ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାରୁ ଏହାକୁ ନାଗବମ୍ କୁହାଯାଇଛି।

ଆଜି ଶ୍ରାବଣ ମାସର ଶେଷ ସୋମବାର। ଧର୍ମଗଡ ବସ୍ତି ପଡ଼ାର ମାଆ ଭଣ୍ଡାର ଘରଣୀ ବୋଲ୍ ବମ୍ କମିଟି ର ଭକ୍ତମାନେ ଧର୍ମଗଡ ପାରଦେଶ୍ୱର ମନ୍ଦିର ଠାରୁ ରୁଦ୍ର ନାରାୟଣ ମନ୍ଦିରକୁ ପ୍ରାୟ ଦୁଇ କିଲୋମିଟର ରାସ୍ତା ଗୁରୁଣ୍ଡି ଗୁରୁଣ୍ଡି ଯିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଭକ୍ତି ଭାବ ସୃଷ୍ଟି କରିଥିଲା। ଜାତୀୟ ରାଜପଥ ରେ ଏହି ନାଗବମ୍ ଭକ୍ତଙ୍କ ପାଇଁ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇ ଯାଇଥିଲା। ଏହି ଭକ୍ତ ମାନଙ୍କ ଯାଉଥିବା ରାସ୍ତା ଉପରେ କିଏ କ୍ଷୀର, ପାଣି, ଫୁଲ ପକାଉଥିଲା ତ କିଏ ନିମ୍ବପତ୍ର ରାସ୍ତାରେ ପକାଇ ସେମାନଙ୍କର କଷ୍ଟ ଲାଘବ ପାଇଁ ଚେଷ୍ଟା କରୁଥିଲେ। ହରିବୋଲ ଓ ହୁଳହୁଳି ଧ୍ୱନୀରେ ସାରା ଧର୍ମଗଡ ସହର ପ୍ରକମ୍ପିତ ହୋଇଉଠିଥିଲା। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ପ୍ରାବୃଟ

Sunil Chandra Nayak

ଗରିମା-୨୦୨୨…..ଆସନ୍ତା ୨ ତାରିଖରେ

Sunil Chandra Nayak

ଆଦିବାସୀ କଲ୍ୟାଣ ସଙ୍ଗ ପକ୍ଷରୁ ନିରଞ୍ଜନ ବିଶି ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!