ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରସାୟନ ବିଜ୍ଞାନ ବିଭାଗରେ ସେମିନାର

ସ୍ଵୟଂଶାସିତ ଖଡିଆଳ ମହାବିଦ୍ୟାଳୟ ଠାରେ ରାସାୟନିକ ବିଜ୍ଞାନ ବିଭାଗ ତରଫରୁ ପ୍ରଦ୍ୟୁଷଣ ମଣିଷ ଜୀବନ ପାଇଁ ବିପଦ ଶିର୍ଷକ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପାଣିଗ୍ରାହୀ ଉଦଘାଟନ କରିଥିବା ବେଲେ ଗଣିତ ବିଭାଗ ମୁଖ୍ୟ ହରେକୃଷ୍ଣ ମିଶ୍ର ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ ପରେ ବିଭାଗୀୟ ମୁଖ୍ୟ ଡ. ତରୁଣ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ପରେ ପରେ ବିଭାଗର ଅଧ୍ୟାପୀକା ରାଜଲକ୍ଷ୍ମୀ ରଥ ଦେବଙ୍କିତା ମେହେର, ଲିପସା ନାରିକ, ପ୍ରମୁଖ ପ୍ରଦୁଷଣ ମୁକ୍ତ ସମାଜ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଏହାପରେ ସମ୍ମାନ ଦ୍ବିତୀୟ ବର୍ଷ ଛାତ୍ରୀ ସାରା ସେନାପତି ବାୟୁ ପ୍ରଦ୍ୟୁଷଣ ଧ୍ୟାନଚାନ୍ଦ ରଣା, ଜଳ ପ୍ରଦ୍ୟୁଷଣ ମାଧବୀ ଛୁରା, ମୃର୍ତିକା ସଂରକ୍ଷଣ ଓ ତାର ପ୍ରତିକାର ଉପରେ ଦ୍ଵାପନ ପାଓ୍ବାର ପଏଂଟ ମାଧ୍ୟମରେ ରଖୁଥିଲେ । ଶେଷରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ପରେ ନିଶିଥ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତୀର୍ଯ୍ୟକ

Sunil Chandra Nayak

ଖରାଛୁଟି ପରେ ରାଜ୍ୟରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

Sunil Chandra Nayak

ଉଦଘାଟନ ହେଲା ଉମରକୋଟ ରେ ନୂଆ ଚର୍ଚ୍ଚ

Sunil Chandra Nayak

Leave a Comment

error: Content is protected !!