ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତା ପଣ୍ଡା ଙ୍କ କବିତା ମହାବିଷୁବ

ମହାବିଷୁବ

   ସସ୍ମିତା ପଣ୍ଡା 

 

ହେ ମହାବିଷୁବ ତୁମେ…………

 ମହାମିଳନର ମଣିପଦ୍ମ

ହିନ୍ଦୁତ୍ବର ନିଶ୍ଚଳ ନୀଳାଚଳେ

ଚୈତ୍ୟବନ ସଭ୍ୟତାର

ଚୈତ୍ର୍ୟର ଚୌପଦୀ ଶ୍ଳୋକ

ଭାରତ ଭୂଗୋଳେ ।।

 

ହେ ମହାବିଷୁବ ତୁମେ…………

 ଅନ୍ତରରୁ ଅନ୍ତରୀକ୍ଷ ଯାଏଁ

ହୃଦୟର ମୁକୁଳିତ 

ଶତାବ୍ଦୀ ଓଁକାର

ସଜଡା ସଂସ୍କୃତିରେ

ଆଖିଖୋଲା ସକାଳ

ପରମ୍ପରାର ଦର୍ଶନ

ଯୋଗବଳେ ଯୁଗାବ୍ଦର ।।

 

ହେ ମହାବିଷୁବ ତୁମେ…………

ଚେଇଁ ଉଠୁଥିବା 

ମହାର୍ଘ ମାତ୍ରାରେ

ମୁକ୍ତ ଚେତନାର ପୋଥି 

ପରିଶୁଦ୍ଧ ମରୁତ ଆତ୍ମଜ

ଉଦୟନ ନବବର୍ଷେ

କଳ୍ପକଳ୍ପାନ୍ତରର

ହିରଣ୍ମୟ ତିଥି ।।

 

ହେ ମହାବିଷୁବ ତୁମେ……….

ସର୍ବବିଧ ସଂସ୍କାରରେ

ସନାତନ ସ୍ରୋତସ୍ବନୀ

ଜାହ୍ନବୀର ଆଞ୍ଜୁଳାରେ

ଜାତିସ୍ମର ବ୍ୟାପ୍ତି

ବୈଶାଖୀର ଆବାହନୀ ।।

 

ହେ ମହାବିଷୁବ ତୁମେ………….

 ଦିବ୍ୟ ପୂଜାର୍ଚ୍ଚନା 

ଶବ୍ଦ ଶତଦଳେ

ଶୀଳାଲିପିର ଅସ୍ମୀତା ।

ସମୟର ନଅରରେ

ବ୍ରହ୍ମଲୋକ ପ୍ରାପ୍ତି

ଅନୁଭବେ ଅନୁଭୂତ

ଆତ୍ମାର ଅତଳେ

ଶତାବ୍ଦୀର ଦୀପଶିଖା ।।

କଟିକଟା, କଟକ

Related posts

ଅପର୍ତ୍ତି ସେଠୀ ଙ୍କ କବିତା କୁକୁଡା ଫିଷ୍ଟି

Sunil Chandra Nayak

କବିତା – ଆମ ଭାଷା ଆମ ମାଆ ପରି

Sunil Chandra Nayak

ଜିଲ୍ଲାପାଳ ଙ୍କ ଜୁନାଗଡ ବ୍ଲକ ଗ୍ରସ୍ତ , ଉରନୟନ କାର୍ଯ୍ୟ ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!