ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପଣା ସଂକ୍ରାନ୍ତି

ପଣା ସଂକ୍ରାନ୍ତି

 ପ୍ରଶାନ୍ତ କୁମାର ନାଥ

 

ନୁହଇଁ ସାମାନ୍ୟ ଏହି ପଣା ଆମ

    ଦେହକୁ ଦିଅଇ ବଳ

ବୈଶାଖ ପହିଲା ନୂଆ ଵର୍ଷ ଆମ

    ସର୍ଵେ ମିଶି ଭାଇ ପାଳ। 

 

ରୀତି ନୀତି ଆମେ ରଖିବା ବଜାଇ

     ସୂର୍ଯ୍ୟ ଉପାସନା ଜାଣ

ସକଳ ଶକ୍ତିର ମୂଳାଧାର ସେହି

    ଦେଵତା ତାହାକୁ ମଣ। 

 

ବିଷୁବ ରେଖାରେ ଚଳିଵେ ସୂରୁଜ

    ଉତ୍ତାପ ଵଢିଵ ତା’ର

ତା’ର ଉତ୍ତାପରୁ ରକ୍ଷା ପାଇବାକୁ

     ପଣା ସଂକ୍ରାନ୍ତି କର। 

 

ବେଲ ଦହି ଖିର ଗୁଡ଼ ଆଖୁ ଛେନା

    ନଡ଼ିଆ କଦଳୀ ମହୁ

ପଣା ଟିଏ କରି ସୂର୍ଯ୍ୟଙ୍କୁ ସମର୍ପି

    ପରମ୍ପରା ଏଠି ରହୁ। 

 

ପଣା ପାଇ ରଵି ହୋଇଵେ ସନ୍ତୁଷ୍ଟ

      ଧରାବି ହୋଇଵ ଶାନ୍ତ

ଅୟମାରମ୍ଭ ଏ ନୂତନ ଦିନଟି

    ଦିଶୁଥିଵ ସ୍ଵର୍ଣ୍ଣ ବନ୍ତ।।

ପ୍ରଶାନ୍ତ କୁମାର ନାଥ

 ଜୁଣଗଡି

ରାଜନଗର

କେନ୍ଦ୍ରାପଡ଼ା

Related posts

ଖେଳ ପ୍ରେମୀଙ୍କ ମନରେ ବିଷାଦ: କେବେ ସଂପୂର୍ଣ୍ଣ ହେବ ନର୍ଲା ମିନି ଷ୍ଟାଡିୟମ ?

Sunil Chandra Nayak

କଲମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!