ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲଜମି ପଟ୍ଟା ପ୍ରଦାନ ପାଇଁ କେଗାଁ ରେଞ୍ଜରଙ୍କୁ ଭେଟିଲେ ନକଟିକାନି ଗ୍ରାମବାସୀ

ଗୋଲାମୁଣ୍ଡା,ତା.୧୩ା୫(ମ ନି ସ): ଦିର୍ଘ ବର୍ଷ ହେଲା ଜଙ୍ଗଲ ଜମି ଅକ୍ତିଆର କରି ଚାଷବାସ କରୁଥିଲେ ସୁଦ୍ଧା ଲୋକମାନଙ୍କୁ ସ୍ଥାୟୀ ପଟ୍ଟା ମିଳିନଥିବାରୁ ଆଜି ନକଟିକାନି ଗ୍ରାମର ଲୋକେ କେଗାଁ ରେଞ୍ଜରଙ୍କୁ ଭେଟିଛନ୍ତି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ନକଟିକାନି ଗ୍ରାମର ଦୁଇ ଶହରୁ ଅଧିକ ହରିଜନ ଓ ପଛୁଆବର୍ଗର ଲୋକେ ଦିର୍ଘ ବର୍ଷରୁ ଉର୍ଦ୍ଧ୍ୱ ହେବ ଜଙ୍ଗଲ ଜମିରେ ଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କ ଜମିର ଜିପିଏସ ରିଡିଙ୍ଗ କରି ବନ ବିଭାଗ ଜରିଆରେ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ କହିଥିଲେ । କିନ୍ତୁ ଉକ୍ତ ଗ୍ରାମର କେତେକ ଲୋକେ ଜଙ୍ଗଲ ଜମି ପଟ୍ଟା ପାଇଥିବା ବେଳେ ଆହୁରି ୧୨୦ରୁ ଉର୍ଦ୍ଧ୍ୱ ଲୋକ ଜଙ୍ଗଲ ଜମି ପଟ୍ଟା ପାଇନଥିବାରୁ ଆଜି କେଗାଁ ବନ ବିଭାଗ ଅଫିସକୁ ଆସି ରେଞ୍ଜର କେଶବ ମାଝୀଙ୍କୁ ଭେଟି ବାକି ଥିବା ଲୋକଙ୍କୁ ଯଥା ଶିଘ୍ର ଜମିର ଜିପିଏସ ରିଡିଙ୍ଗ କରି ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ କହିଥିଲେ । ଅପରପକ୍ଷରେ ଆପ୍ସ ଖୋଲୁ ନଥିବାରୁ ଏହି ସମସ୍ୟା ହୋଇଛି ଆପ୍ସ ଖୋଲିଲେ ଲୋକଙ୍କୁ ଯଥାଶିଘ୍ର ତାଙ୍କ ଜମିର ଜିପିଏସ ରିଡିଙ୍ଗ କରି ପଟ୍ଟା ପ୍ରଦାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ରେଞ୍ଜର ଶ୍ରୀ ମାଝୀ । କେବଳ ନକଟିକାନି ନୁହେଁ ଏହି ଗ୍ରାମପାୟତର ଗୁଦୁରଗୁମାର ୩୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ମଧ୍ୟ ଜିପିଏସ ରିଡିଙ୍ଗ ହୋଇ ନଥିବା ବେଳେ ଜଙ୍ଗଲ ଜମି ପଟ୍ଟା ମଧ୍ୟ ମିଳି ପାରିନାହିଁ ।

ଗୋଲାମୁଣ୍ଡା ରୁ ଦାମୋଦର ଦାସ ଙ୍କ ରିପୋର୍ଟ।

Related posts

ମ.ରାମପୁର ବାଙ୍କେଲ ର ଡ୍ରାଗନ୍ ଫଳଚାଷ କୁ ନାବାର୍ଡ ର ମୁଖ୍ୟ ମହାପ୍ରବନ୍ଧକ ଓ ୩୦ ଗୋଟି ଜିଲ୍ଲାର ଡିଡି ଏମ ଙ୍କ କ୍ଷେତ୍ର ପରିଦର୍ଶନ 

Sunil Chandra Nayak

ମିନତି ଦାଶ ଙ୍କ କବିତା ଏକାନ୍ତ ଆକାଶର ଜହ୍ନ

Sunil Chandra Nayak

କଳସ ଶୋଭାଯାତ୍ରା ସହ ଗଜଲକ୍ଷ୍ମୀ ପୂଜା ଆରମ୍ଭ

Sunil Chandra Nayak

Leave a Comment

error: Content is protected !!