ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳକୁ ମୌଳିକ ସୁବିଧା ଅପହଞ୍ଚ 

ଥୁଆମୂଳ ରାମପୁର:୨୯/୩- ମ.ନି.ସ:– କେନ୍ଦ୍ର ଓ ରାଜ୍ଯ ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ସେମାନଙ୍କୁ ଯୋଗାଇ ଦିଆଯାଇଛି। ହେଲେ ସେ ଅନୁପାତରେ ଦେଶ ସ୍ବାଧୀନତା ପାଇ ଦୀର୍ଘ ବର୍ଷ ଅତିକ୍ରମ କରିସାରିଛି ତଥାପି ସେହି ଦୁର୍ଗମ ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚି ପାରିନାହିଁ। ଲୋକେ ଏବେ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଉଛନ୍ତି। ରାସ୍ତାଘଟ,ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ ସମସ୍ୟା ଲାଗିରହିଛି। ଅନ୍ଯପଟେ ଶାସକ ଦଳର ଅନେକ ନେତା ବିକାଶର ଡିଣ୍ଡିମ ପିଟୁଥିବାବେଳେ କେତେ ବିକାଶ ହୋଇଛି, ସମୀକ୍ଷା କଲେ ଜଣାଯାଏ ଯେ,ଆଜି ମଧ୍ୟ ବିକାଶର ନାଁଗନ୍ଧ ଧରିନାହିଁ। ବାହାର ଦେଖାଣିଆ ଯାହା କାର୍ଯ୍ଯ ଚାଲିଛି ତାହା ସେମାନଙ୍କ ଦେହକୁ ସୁହାଇଲା ଭଳି କାର୍ଯ୍ଯ ଚାଲିଛି। ତାଙ୍କ ନିଜ ଲୋକଙ୍କ ଲାଭ ହେବାଛଡା ଗରିବ ଲୋକଙ୍କ ସାମାଜିକ କ୍ଷେତ୍ରରେ ବିକାଶ ସାତ ସପନ ହୋଇପଡିଛି। ଯାହାଫଳରେ ଦୁର୍ଗମ ଅଞ୍ଚଳରେ ବସବାସ କରିଥିବା ଲୋକେ ବିଭିନ୍ନ ସମସ୍ୟା ଦେଇ ଗତିକରୁଛନ୍ତି ଏହି ଭଳି ବିଭିନ୍ନ ସମସ୍ଯାର ଗତିକରୁଥିବା ବ୍ଳକର ଦୁର୍ଗମ ଅଞ୍ଚଳ ହେଲା କଳାହାଣ୍ଡି ଜିଲ୍ଲା ପାହାଡ଼ ପର୍ବତ ଘେରା ଅଧ୍ଯୁଷିତ ଅଞ୍ଚଳ ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଳକ। ଏହି ବ୍ଳକରେ ଅନେକ ଦୁର୍ଗମ ଅଞ୍ଚଳ ରହିଅଛି ଦୀର୍ଘ ଦିନ ହେବ ଗାଁ ମାନଙ୍କରେ ମୌଳିକ ସୁବିଧା ପହଞ୍ଚି ପାରିନାହିଁ, ସେହି ଗାଁ ଗୁଡିକ ହେଲା ନାକରୁଣ୍ତି ଗ୍ରାମପଞ୍ଚାୟତର କେଳୁଆ, ବିରାମାଲ,ଦୁର୍ବଳ ଗୁଡା,ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ତୁମୁଣିଖୋଲ,ବାଇଗଣ ଗୁଡା, ତଲଝାପି ଗ୍ରାମପଞ୍ଚାୟତ ଲହରାଜୋର,ଲାଞ୍ଜିଗଡ, କିଆପଦର ଡାଲଗୁମା,ବଣ୍ତେଲଗୁଡା, ଇନ୍ଦ୍ରାବତୀ ଜଳଭଣ୍ଡାର ଘେରରେ ଥିବା ପୋଡାପଦର ଗ୍ରାମପଞ୍ଚାୟତ ଭୁରଭୂରି,ଟେମରା, ଭଳି ଅନେକ ଦୁର୍ଗମ ଅଞ୍ଚଳ ରହିଅଛି ଯାହା ନିଜେ ଆଖିରେ ଦେଖିଲେ ବିଶ୍ୱାସ କରିପାରିବେ। ତେବେ ବିକାଶର ନାମରେ ଡିଣ୍ତିମ ପିଟୁଥିବା ବିଷୟ କେତେ ଦୂର ଯୁକ୍ତିଯୁକ୍ତ ସଙ୍ଗତ ପାଠକେ ବୁଝିପାରୁଥିବେ। ଏହା ଆମ୍ଭେ କହୁନାହିଁ ଯାହା ଲୋକେ ଦୁଃଖ ଭୋଗୁଥିବା ଚିତ୍ର ଏଠାରେ ଦିଆଯାଇଛି। ଅନେକ ରାଜନୈତିକ ଦଳ ଭୋଟ ସମୟରେ ଏହି ଗରିବ ଲୋକଙ୍କୁ ଅନେକ ପ୍ରକାର ମିଥ୍ଯା ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ନେଉଛନ୍ତି। ଭୋଟ ପାଇ ଆସନରେ ବସିଗଲେ ଆଉ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଭୁଲିଯିବା ତାଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି।ଆଉ କେତୋଟି ନିର୍ବାଚନ ହେବ ତେବେ ଯାଇ ଏମାନଙ୍କ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆଧୁନିକର ଚାକଚକ୍ୟ ଭିତିରେ ହିଜିଯାଉଛି ଆମ ଐତିହ୍ୟ ପରମ୍ପରା ଓ ସଂସ୍କୃତି

Sunil Chandra Nayak

କଳାକାର ଭତ୍ତା ଅଭିବୃଦ୍ଧି ନେଇ ଦାବି କଲା ମହାସଂଘ 

Sunil Chandra Nayak

ପରିବହନ ମନ୍ତ୍ରୀଙ୍କୁ ଭେଟିଲା ଘରୋଇ ବସ୍‌ ମାଲିକ ସଂଘ, ଆଜି କାର୍ଯ୍ୟକାରିଣୀ ବୈଠକ ପରେ ଧର୍ମଘଟ ନେଇ ହେବ ନିଷ୍ପତ୍ତି

Sunil Chandra Nayak

Leave a Comment

error: Content is protected !!