ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସ୍ୟା ଘେରରେ ବିଲାବାଡି ଗ୍ରାମ ପଂଚାୟତ , ନୂତନ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ର ଖଜୁରୀପଡା ବ୍ଲକ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ବର୍ତ୍ତୀ ଅଂଚଳରେ ଅବସ୍ଥିତ ବିଲାବାଡି ଗ୍ରାମପଞ୍ଚାୟତ | ଆଜକୁ ଦେଶ ସ୍ୱାଧୀନ ହେବାର ୭୫ ବର୍ଷରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ବିଲାବାଡି ଗ୍ରାମ ପଂଚାୟତ ଅଞ୍ଚଳ ର ଅଧିବାସୀ ଆଜିପଯ୍ୟନ୍ତ ଉନ୍ନତି ର ସ୍ୱାଦ ଚାଖି ନାହାନ୍ତି। ଏହି ବିଲାବାଡ଼ି ପଞ୍ଚାୟତ ଏକ ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ଅଟେ। ଆଜି ପର୍ଯ୍ୟନ୍ତ ଅଞ୍ଚଳ ର ଆଖି ଦୃସିୟା ଉର୍ନତି ମୂଳକ କାର୍ଯ୍ୟ କିଛି ହୋଇପାରିନାହିଁ| ଏହି ବିଲାବାଡ଼ି ପଞ୍ଚାୟତ କୁ ଯିବାକୁ ହେଲେ ଭଲ ରାସ୍ତା ଟିଏ ନାହିଁ ଯାହା ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଗାଁ କୁ ଆମ୍ବୁଲାନ୍ସ ଆସି ପାରେ ନାହିଁ ତେଣୁ ପ୍ରସୂତି ମାଆ ମାନେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇ ନ ପାରି ମୃତ୍ୟୁ ମୁଖରେ ପଡୁଥିବା ନଜିର ରହିଛି। ରାସ୍ତା ସମସ୍ୟା ଯୋଗୁଁ ବିଲାବାଡି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ସଧାବେଳେ ରହୁନ ଥିବା ଜଣାପଡିଛି। ବିଲାବାଡ଼ି ଗ୍ରାମ ପଞ୍ଚାୟତ କେତକ ଗ୍ରାମରେ ବିଜୁଳି ଆଲୁଅ ରହିଥିବା ବେଳେ ପଞ୍ଚାୟତ ର ସିକାଡି,କରଡ଼ାବଣି,ବାନାରଦେଇ, କଡଝିରି,କିରିମା, ମହାପାତ୍ରବସା,କିଲୁ,ଦୁଗୁଡା, ଦଡ଼ଗଣ୍ଡା ,ବାଡିନିଗୁଚ୍ଛା,ଲୁଦୁଲୁଦି, ଗ୍ରାମ ଗୁଡିକ ଅଧିକ ଦୁର୍ଗମ ଅଞ୍ଚଳ ଅଟେ। ଏହି ଗ୍ରାମ ଗୁଡିକ ରେ ବିଜୁଳି ଆଲୁଅ ସାତ ସପନ। ଅଞ୍ଚଳବାସୀ ଙ୍କୁ ଡିବିରି ଆଲୁଅ ସାହା ଭରସା। ଏହି ଅଞ୍ଚଳ ଛାତ୍ରଛାତ୍ରୀ ମାନେ ଡିବିରି ଆଲୁଅ ରେ ପାଠ ପଢୁ ଥିବାରୁ ଅଳ୍ପ ବୟସରୁ ଚକ୍ଷୁ ରୋଗରେ ଆକ୍ରାନ୍ତ ହୁଅନ୍ତି। ସେହିପରି ବିଲାବାଡ଼ି ଗ୍ରାମପଞ୍ଚାୟତର ଅଧିକ ଦୁର୍ଗମ ଗ୍ରାମ ହେଉଛି କିରିମା, ମହାପାତ୍ର ବସା ଗ୍ରାମ ଜୁ ପାଦାଚଲା ରାସ୍ତା ଟିଏ ନାହିଁ। ବିଲାବାଡ଼ି,ଦୁଗୁଡା, କାକେନ୍ଦ୍ରୀ ଗ୍ରାମ କୁ ବସୁଧା ଯୋଜନା ମାଧ୍ୟମରେ ପାନୀୟ ଜଳର ସୁବିଧା ହୋଇଥିଲେ ମଧ୍ୟ ଗ୍ରାମବାସୀ ଠିକ ଭାବରେ ପାନୀୟ ଜଳ ପାଇ ପାରୁନାହାନ୍ତି। ଏହି ୩ ଗ୍ରାମ ବ୍ୟତିତ ଅନ୍ୟ ଗ୍ରାମ ଗୁଡ଼ିକ ରେ ପାନିୟ ଜଳର ସୁବିଧା ନଥିବାରୁ ଲୋକ ମାନେ ଚୁଆ ନାଳ ର ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହୋଇଥାନ୍ତି। ବିଲାବାଡି ରେ ଶିକ୍ଷା ର ବିକାଶ ପାଇଁ ସରକାର ଙ୍କର ଆଦିବାସୀ ହରିଜନ ଉନ୍ନୟନ ମଙ୍ଗଳ ବିଭାଗ ପକ୍ଷରୁ ଏକ ଆବାସିକ ବିଦ୍ୟାଳୟ ଟିଏ ରହିଛି ସେହି ବିଦ୍ୟାଳୟର ଦୟନୀୟ ଅବସ୍ଥା । ଅନ୍ତେବାସୀ ଙ୍କ ନିମନ୍ତେ ପାନୀୟ ଜଳର ଅଭାବ ରହିଛି। ପଞ୍ଚାୟତ ବାସୀ ନିମନ୍ତେ ଆସୁଥିବା ଯୋଗାଣ ଚାଉଳ ଗଛିତ ରଖିବା ପାଇଁ ଭଲ ଘର ଟିଏ ନାହିଁ। ଏଠାରେ ଅର୍ଥାତ ଜାତୀୟ ରାଜପଥ ପାର୍ଶ୍ୱ ପାଣିସାଳ ଠାରୁ ବିଲାବାଡି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗମନାଗମନ ପାଇଁ ଭଲ ରାସ୍ତା ଟିଏ ନଥିବା ହେତୁ ଅଞ୍ଚଳ ର ବିକାଶ ହୋଇପାରୁ ନାହିଁ । ଅଞ୍ଚଳବାସୀ ସରକାରୀ ଯୋଜନା ପରିବର୍ତ୍ତେ ନିଜ ନିଜର ଶ୍ରମଦାନ କରି ରାସ୍ତା ନିର୍ମାଣ କରିବା ନିମନ୍ତେ ଆଗଭର ଥିଲେ ମଧ୍ୟ ବନବିଭାଗ ସଂରକ୍ଷିତ ଜଙ୍ଗଲ ରେ ଗଛ କାଟି ରାସ୍ତା କରୁଛ ବୋଲି ବନ୍ଦ କରିଦେଉଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ବାସୀ ଅଞ୍ଚଳର ଉନ୍ନତି ନିମନ୍ତେ ପାଣିସାଳ ଠାରୁ ବିଲାବାଡି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ କରିବା ନିମନ୍ତେ ବିଲାବାଡି ଗ୍ରାମ ପଞ୍ଚାୟତ ର ନୂତନ ସରପଞ୍ଚ ରବିନ୍ଦ୍ର ଭୁକ୍ତା ଓ ନାଏବ ସରପଞ୍ଚ ଯାଜ୍ଞସେନି ଗଣ୍ଡା ଏବଂ ୱାର୍ଡ ସଭ୍ୟ ସଭ୍ୟା, ପଞ୍ଚାୟତ ବାସୀ ଶତାଧିକ ପୁରୁଷ ମହିଳା କନ୍ଧମାଳ ଜିଲ୍ଲା ନୂତନ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ସାକ୍ଷାତ କରି ଅଭିଯୋଗ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଏହି ଦୁର୍ଗମ ଅଞ୍ଚଳ ବିଲାବାଡି ପଞ୍ଚାୟତ ସର୍ବାଙ୍ଗୀନ ବିକାଶ କରିବା ନିମନ୍ତେ ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସାଂସଦ ପୋଷ୍ୟ ପଞ୍ଚାୟତ ଭାବେ ଗ୍ରହଣ କରିଥିଲେ। ବିଲାବାଡ଼ି ପଞ୍ଚାୟତ ଯେଉଁ ଭଳି ଉନ୍ନତି ହେବା କଥା ସେହି ଭଳି ଆଜି ପର୍ଯ୍ୟନ୍ତ ଉନ୍ନତି ପରିଲକ୍ଷିତ ହେଉନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ ଙ୍କୁ ଅଭିଯୋଗ ଦେବାକୁ ଯାଇଥିବା ବେଳେ ବିଲାବାଡି ସରପଞ୍ଚ ଶ୍ରୀ ଭୁକ୍ତା ଓ ନାଏବ ସରପଞ୍ଚ ଶ୍ରୀମତୀ ଗଣ୍ଡା ଗଣମାଧ୍ୟମ କୁ କହିଥିବା ଜଣାପଡିଛି।

 ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

କୋକସରାରୁ ଗଡ଼ିଲା “ପଢ଼ନା ଲିଖନା” ସଚେତନ ରଥ

Sunil Chandra Nayak

ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚlତୁର୍ଯ୍ୟ 

Sunil Chandra Nayak

ସାମାଜିକ ସମରସତା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!