ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଅଧିକାଂଶ ଅଞ୍ଚଳରେ ଯୋଗାଯୋଗ ବିଛିନ୍ନ

 ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ

ରୁପ୍ରା, (ମନିସ) : କଳାହାଣ୍ଡି ଜିଲ୍ଲାରେ ଗତ ଗୁରୁବାର ରାକ୍ଷୀ ପୂର୍ଣ୍ଣିମା ଦିନ ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଧିକାଂଶ ରାସ୍ତାରେ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ପାଣି ଜମି ରହୁଥିବା ସହ କିଛି ଲୋକଙ୍କ ଘର ଭିତରକୁ ପାଣି ପଶିଯାଇ ବହୁତ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ସେହିପରି ପ୍ରବଳ ବର୍ଷା ଓ ପବନ ଫଳରେ ଗଛ ମୂଳରୁ ଉପୁଡି ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାର ଛିଣ୍ଡି ପଡିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ ଖମ୍ୱ ମଧ୍ୟ ଢଳି ପଡିବାରୁ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିବା ଜଣାପଡ଼ିଛି। ରୁପ୍ରା ଠାରେ ହେମନ୍ତ କୁମାର ସେନାପତିଙ୍କ ଏକ ବଡ ବମର ଗଛ ମୂଳରୁ ଉପୁଡି ଯିବାରୁ ବିଦ୍ୟୁତ ଖୁଣ୍ଟ ରେ ଲାଗି ଯିବାରୁ ଗୋଟିଏ ତାର ଛିଣ୍ଡି ପଡିଥିବା ବେଳେ ଖୁଣ୍ଟ ମଧ୍ୟ ଢଳି ପଡିଛି, ସେହିପରି ଭୀମକେଲା ଛକ ନିକଟରେ ଏକ ଗଛ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ଯୋଗୁଁ ଗଛକଟା ଜାରି ରହିଛି, ଏଥିପାଇଁ ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ବନ୍ଦ୍ ରହିଥିବା ବିଭାଗୀୟ ଅଧିକାରୀ କମଲେସ୍ ପଧାନ ସୂଚନା ଦେଇଛନ୍ତି। ଭୀମକେଲା ପଞ୍ଚାୟତ ଅଧିନ ଲାଖପଦର ଗ୍ରାମର ଖଗେଶ୍ବର ଆଡଯୁଆଡ, ପ୍ରେମାନନ୍ଦ ବାରିକଙ୍କ ଘର ଭିତରକୁ ପାଣି ପଶିଯାଇ ବହୁତ କ୍ଷୟକ୍ଷତି ହୋଇଥିବା ବେଳେ ଚୈତୁ ଦୁର୍ଗାଙ୍କ ଘରର ଏକ କାନ୍ଥ ପଡି ଯାଇଥିବା ଖବର ମିଳିଛି। ସେହିପରି ପଲମ ଭାୟା ଗିଗିନା ଦେଇ ରୁପ୍ରା ଯାଇଥିବା ପିଡବ୍ଲୁଡି ରାସ୍ତାର ପଲମ ଓ ଗିଗିନା ପୋଲ ଉପରେ ପ୍ରାୟ ତିନିଫୁଟ ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ରୁପ୍ରା ଦେଇ କେସିଙ୍ଗା ଯାଇଥିବା ପିଡବ୍ଲୁଡି ରାସ୍ତାର ଭାଲୁକଟା ପୋଲ ଉପରେ ଓ ପରଲସିଙ୍ଗା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ରହିଛି। ପ୍ରବଳ ବର୍ଷା ଫଳରେ ଆଜିର ସ୍ୱାଧୀନତା ଦିବସ ପାଳନ ପାଇଁ ଛାତ୍ରଛାତ୍ରୀ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଗ୍ରାମ ପରିକ୍ରମା ମଧ୍ୟ ହୋଇ ପାରିଲା ନାହିଁ, ସୂଚନା ମୁତାବକ ୨୦୧୯ ମସିହା ଅଗଷ୍ଟ ମାସର ଆଜିର ତାରିଖରେ ଏମିତି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୧୨ ତାରିଖ ଦିନ ୫୮ ମିଲିମିଟର, ୧୩ ତାରିଖ ଦିନ ୫୪ ମିଲିମିଟର ଓ ୧୪ ତାରିଖ ଦିନ ୧୬୯ ମିଲିମିଟର ବର୍ଷା ନର୍ଲା ବ୍ଲକ୍ ରେ ହୋଇଥିବା ଜଣାପଡ଼ିଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରିୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

Sunil Chandra Nayak

ଧର୍ମଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

ରାଜୀବ ଲୋଚନ ପାଣିଗ୍ରାହୀ ଙ୍କ କବିତା ଶେଫାଳି

Leave a Comment

error: Content is protected !!