ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଚିଆ ଗ୍ରାମରେ ପଞ୍ଚମ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଓ ସତ୍ୟ ନାରାୟଣ ପୂଜା ମହୋତ୍ସବ

ଟେମରୀ (ମ. ନି. ସ)୦୪/୧୨:- ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚିଚିଆ ଗ୍ରାମରେ ପଞ୍ଚମ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ସତ୍ୟ ନାରାୟଣ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କର୍ତ୍ତା ଭାବରେ ଜଗନ୍ନାଥ ସରାପ ଓ ପ୍ରମିଳା ସରାପ କାର୍ଯ୍ୟ ତୁଲାଇ ଥିବା ବେଳେ ଗାୟତ୍ରୀ ପରିବାର ଓ ସତ୍ୟ ନାରାୟଣ ଭକ୍ତ ବୃନ୍ଦ ଓ ଗ୍ରାମବାସୀଙ୍କ ସହଯୋଗ କ୍ରମେ ଗତ ଡ଼ିସେମ୍ବର୦୩ ତାରିଖ ଅପରାହ୍ନ ୪ ଟାରେ କଳସ ଯାତ୍ରା କରାଯାଇ ଶୁଭ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି । ଡିସେମ୍ବର ୦୪ ସକାଳ ୭ ଟାରେ ଗୃହ ପ୍ରବେଶ କାର୍ଯ୍ୟ କରାଯାଇ ପଞ୍ଚମ କୁଣ୍ତିୟ ଗାୟତ୍ରୀ ମହାଯଜ୍ଞ ଓ ସତ୍ୟ ନାରାୟଣ ପୂଜା ମହୋତ୍ସବ ନୂତନ ବାସଭବନରେ ଅନୁଷ୍ଠିତ ହୋଇ ଯାଇଛି। ଗାୟତ୍ରୀ ମହାଯଜ୍ଞରେ ଅଖଣ୍ଡ ଦୀପ ଧୂପ ଜାଳି ମହାମନ୍ତ୍ର ” ଓଁ ଭୂର୍ଭୁଭସ୍ୟ ତସ୍ୟବିତୁ ର୍ବରେଣ୍ୟ ଭର୍ଗୁଦେବସ୍ୟ ଧୀମହି ଧିୟୋ ୟୋନ ପ୍ରଚୁର୍ଦୟତ ” ଗାନ କରାଯାଇ ଥିଲା ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଶ୍ରଦ୍ଧା ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ବିପଦ

Sunil Chandra Nayak

ଚୋରି ମାମଲାରେ ତିନି ଅଟକ

Sunil Chandra Nayak

Leave a Comment

error: Content is protected !!