ଧର୍ମଗଡ: ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଶ୍ଵ ହାତଧୁଆ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ହାତ ଧୋଇବା ସମ୍ପର୍କିତ ୭ଟି ବିଭିନ୍ନ ପର୍ଯ୍ୟାୟ ଶିକ୍ଷକ ଗଦାଧର ବାରିକ ଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇ ଥିଲା । ପରେ ପରେ ସମସ୍ତ ଛାତ୍ରଛାତ୍ରୀମାନେ ଏହାର ଅନୁସରଣ କରି ହାତ ଧୋଇ । ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଗାୟତ୍ରୀ ପ୍ରସାଦ ମୁଣ୍ଡ ଙ୍କ ସଭାପତିତ୍ବରେ ହାତଧୋଇବା ର ପ୍ରାଧାନ୍ୟ ଓ ପ୍ରଚାର ପ୍ରସାର ନିମିତ୍ତ ଏକ ସ୍ୱତନ୍ତ୍ର ସଭା ର ଆୟୋଜନ କରାଯାଇ ଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ହାତଧୁଆ ର ମହତ୍ତ୍ଵ ବିଷୟରେ ଆଲୋଚନା କରିବା ସହ ଶପଥ ପାଠ କରିଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍