ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ବୃତ୍ତିରେ ସରସ୍ଵତୀ ଶିଶୁ ମନ୍ଦିରର ସଫଳତା

ନର୍ଲା (ମନିସ) :ଶିକ୍ଷାବର୍ଷ ୨୦୨୧-୨୨ର ସରକାରୀ ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ନର୍ଲା ବ୍ଳକ ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା ପାଇ ଅଭିଭାବକ ମହଲ ସନ୍ତୋଷ ପ୍ରକାଶ କରିଛନ୍ତି। ତୃତୀୟ ଶ୍ରେଣୀ ବୃତ୍ତିରେ ଛାତ୍ର ବିଘ୍ନରାଜ ତ୍ରିପାଠୀ ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଆ ଅଧ୍ୟାପକ ମୋହନ ପୁଟେଲଙ୍କ ସୁପୁତ୍ର ସାଇକ୍ରିଷ୍ଣା ପୁଟେଲ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପଞ୍ଚମ ଶ୍ରେଣୀ ବୃତ୍ତିରେ ଛାତ୍ରୀ ସସ୍ମିତା ଭୋଇ ବ୍ଳକରେ ୫ମ ସ୍ଥାନ ଅଧିକାର କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟଙ୍କ ସୁପୁତ୍ରୀ ନ୍ୟୋମିଷା ଭୋଇ ବ୍ଳକରେ ୭ମ ସ୍ଥାନ ଅଧିକାର କରିଥିବାରୁ ସରସ୍ଵତୀ ଶିଶୁ ମନ୍ଦିରର ସମ୍ପାଦକ ସଞ୍ଜିବ କୁମାର ଦାସ, ସଭାପତି ଘନଶ୍ୟାମ ଭୋଇ ଓ ଅନେକ ଶୁଭେଚ୍ଛୁ ଅଭିଭାବକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସଫଳତା ପଛରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଓ ଗୁରୁଜୀ, ଗୁରୁମାମାନଙ୍କର ଅବଦାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ) ଙ୍କ କବିତା ନିରାଶା

Sunil Chandra Nayak

ଦୁର୍ଗମ ପିଡିଶାଲ ଗାଁରେ ପହଞ୍ଚିଲା ବ୍ଲକ ପ୍ରଶାସନ ,ପୁଣି ଆରମ୍ଭ ହେଲା ଗାଁକୁ ଚାଲ ଅଭିଯାନ

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ମଧୁମୟ ପ୍ରୀତି

Sunil Chandra Nayak

Leave a Comment

error: Content is protected !!