ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୁଡ଼ା ପାହାଡ ପାଦଦେଶରେ ପୁରତାନୀ ସଙ୍ଗୀତ ପ୍ରଚାର ଅଭିଯାନ

ଟେମରୀ (ମ ନି ସ) ୧୬/୧୦:-ଉତ୍କଳ ହେଉଛି କଳା ଓ ସଂସ୍କୃତି ର ଭଣ୍ଡାର. ଜଗନ୍ନାଥ ମହାପ୍ରଭୁଙ୍କ ଷୋହଳ କଳା ଏହି ମାଟିରେ ଉଦୟମାନ. କଳା କେବେ ସଂଗୀତ ମୂର୍ଚ୍ଛନା ତ କେବେ ପ୍ରକୃତି ରାଣୀର ପ୍ରକୃତି ଭରା ସ୍ୱର, ତାଳ, ଲୟର ମଧୁର ମୂର୍ଚ୍ଛନା। କଳା ବ୍ରହ୍ମାଙ୍କ ମାନସ ପୁତ୍ର ତ ମାତା ସରସ୍ଵତୀ ଙ୍କ ବୀଣା ଝଙ୍କାର କରେ ସୃଷ୍ଟି ର ସିର୍ଜିନା । ଗୋଲାମୁଣ୍ଡା ବ୍ଲକ ର ଫରଙ୍ଗ ଗ୍ରାମ ପଞ୍ଚାୟତର ନିକଟସ୍ଥ ଚୁଡ଼ାପାହାଡ ପାଦଦେଶର ଗଦଲା ଝରଣଠାରେ ସଂସ୍କାର ଭାରତୀ କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତ ସଂଗଠନ ଉତ୍କଳ ପଶ୍ଚିମ ପ୍ରାନ୍ତ ପୁରତାନୀ ସଂଗୀତ ପ୍ରଚାର ଅଭିଯାନ ଅକ୍ଷୟ କୁମାର ପଧାନ ଗୋଲାମୁଣ୍ଡା ବ୍ଲକ ସଂଯୋଜକ ଓ ଖଗେଶ୍ବର ବାବା ସହ- ସଂଯୋଜକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅସ୍ଥାୟୀ ସଭାପତି ଭାବରେ ନରେନ୍ଦ୍ର ପଧାନ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଥିଲେ ମୁଖ୍ୟ ଅତିଥି ଭାବରେ ସଂସ୍କାର ଭାରତୀ ଲୋକକଳା ପ୍ରମୁଖ କଳାହାଣ୍ଡି ଜିଲ୍ଲା ସଂଯୋଜକ ଶ୍ରୀ ଯୁକ୍ତ ହରେକୃଷ୍ଣ ଭୋଇ ଯୋଗ ଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ କଳାହାଣ୍ଡି ହେଉଛି କଳାର କେନ୍ଦ୍ରବିନ୍ଦୁ । ଆଧୁନିକ ଗୀତ ସଂଗୀତ ଅସତ ବ୍ୟବହାର ଯୋଗୁଁ ଦିନକୁଦିନ ପୁରାତନ ସଙ୍ଗୀତ ଲୋପ ପାଇବାକୁ ଲାଗିଲାଣି ସେହି କଳାକୁ ବଞ୍ଚାଇ ରହିବା, ବିଭିନ୍ନ କବି ମାନଙ୍କ ଦ୍ଵାରା ରଚିତ ଭଜନ, ଜଣାଣ ତଥା ଓଡ଼ିଶୀ, ଛନ୍ଦ, ଚମ୍ପୁ , ଚଉତିଶା ଆଦି ଐତିହ୍ୟ କଳାକୁ ଲୋକଲୋଚନକୁ ଆଣି ଲୋକାୟିତ ପ୍ରତିଭା ବିକାଶ କରିବା ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ପ୍ରମୋଦ କୁମାର ପରିଡ଼ା ସଂସ୍କାର ଭାରତୀ କଳାହାଣ୍ଡି ଜିଲ୍ଲା ସଭାପତି ଯୋଗ ଦେଇଥିଲେ । ନର୍ଲା କଳାକାର ଗାୟକ ଶୁକଦେବ ପଧାନ, ବଂଶୀବାଦକ ନରେନ୍ଦ୍ର ପାତ୍ର, ବେହେଲା ବାଦକ ବଂଶୀଧର ସାହୁ, ଗାୟକ ଶିବ ରାମ ସାହୁ, ମାନସ ସାହୁ, ଖୋଲ ବାଦକ ପ୍ରସନ୍ନ ଗଉଡ, ଜୁନାଗଡ଼ ବ୍ଲକ ର କଳାକାର ସୁଦାମ ଗଡତିଆ ଓ ତାଙ୍କ ସହ ଯୋଗୀ ମାନେ, ଗୋଲାମୁଣ୍ଡା ବ୍ଲକ ର କୁମ୍ଭାରି କଳାକାର ଦୁଷ୍ମନ୍ତ ମଲ୍ଲିକ, ମଙ୍ଗଳମୟ ପଧାନ, ଲୋଭକର ସା, ଜଗଜ୍ଜୀବନ ସା, ଫରଙ୍ଗ କଳାକାର ଗକୁଲା ପଧାନ, ସନ୍ତୋଷ ସାହୁ , ଚିଚିଆର କଳାକାର ଶୋଭାବନ ଭାଟି, ବନ୍ଦା ଗାଁ, କର୍ଲାଗୁଡ଼ା ଗ୍ରାମ ର କଳାକାର ତଥା ଅନ୍ୟାନ୍ୟ ବ୍ଲକ ର କୋଣ ଅନୁକୋଣ ରୁ ଆସିଥିବା ଗାଁଗୁଡିକର କଳାକାର ଛାନ୍ଦ, ଚମ୍ପୁ, ଚଉତିଶା, ଓଡ଼ିଶୀ ତଥା ପ୍ରାଚୀନ ଜଣାଣ ଓ ଭଜନ ସଙ୍ଗୀତ ପରିବେଷଣ କରିଥିଲେ।

 ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ବିପୁଳ ପରିମାଣର ଶାଗୁଆନ କାଠ ଜବତ କଲା ବନବିଭାଗ

Sunil Chandra Nayak

ଆନନ୍ଦପୁର, ବେଲବାହାଳିରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ  ସମ୍ବର୍ଦ୍ଧନା

Sunil Chandra Nayak

ରଜ ସୁନ୍ଦରୀ- ୨୦୨୨ ମୁକୁଟ ପିନ୍ଧିଲେ ଆନନ୍ଦପୁରର ସ୍ମୃତିରେଖା 

Sunil Chandra Nayak

Leave a Comment

error: Content is protected !!