ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଶ୍ମି ରଞ୍ଜିତା ମିଶ୍ର(ରୋଜି) ଙ୍କ ଗଳ୍ପ କୁହୁଳା କୋହ

         କୁହୁଳା କୋହ

         କି ଯୁଗ ହେଲାରେ ବାବା, କିଏ ଭଲ ବୋଲି ଜାଣିବ? କାହାକୁ ଖରାପ କହିବ ? କଥାରେ ପରା ଅଛି…….

” ତୁନି ଯେତେକ ମୁନି ସେତେକ”। ୟାଙ୍କ ମୁହଁରୁ କଥାଟିଏ ନୁହେଁ ତ ମଞ୍ଜିଟାଏ ବୋଲି ଧରିନବାକୁ ହେବ ,ସେ ପୁଣି ବାହାରିବାକୁ ଦି ଘଡି ଲାଗେ ଯେ,ଲୋକେ ଭାବନ୍ତି ୟାଙ୍କଠୁ ଜ୍ଞାନୀ, ମାନି ଆଉ ଏ ସଂସାରେ କେହି ନାହିଁ। ଠିକଣା ବେଳକୁ ଏମିତି କାଣ୍ଡ ଭିଆଇ ଥାଆନ୍ତି ଯେ ଖଣ୍ଡ ମଣ୍ଡଳ ବ୍ୟାପ୍ତ ହୋଇଯାଆନ୍ତି। ଏ ଚୁପ ସୈତାନୀଙ୍କୁ ଚୁହ୍ନିବା ବଡ଼କଷ୍ଟ ଲୋ ମାଆ । ଏକା ନିଶ୍ୱାସକେ କହି କହି ଆମ ଘର ଭିତରକୁ ପଶି ଆସିଲେ ସୁଲୋଚନା ଦିଦି। ତାଙ୍କ ମୋ ଭିତରେ କିଛି ପାରିବାରିକ ସମ୍ପର୍କ ନଥିଲେ ବି ପଡୋଶୀ ହିସାବରେ ଭଲ ସଂପର୍କ ରହିଛି। ଗାଁ’ର ଭଲମନ୍ଦ ଖବର ଟିକେ ୟାଙ୍କଠୁ ଜାଣିବାକୁ ମିଳେ।ଅବଶ୍ୟ ଛୋଟ କଥାକୁ ବଡ଼ କରି କହିବା ତାଙ୍କର ଗୋଟେ ଅଭ୍ୟାସ। ତଥାପି, ତାଙ୍କ ଦ୍ୱାରା ମୋର ଏ ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ଭିତରେ ମଧ୍ୟ କିଛି କଥା ନିଶ୍ଚୟ କାନରେ ବାଜେ। ତେଣୁ ପଚାରିଲି …… କ’ଣ କାହାର ହେଲାକି ଦିଦି? ଯୁଗପରିବର୍ତ୍ତନର କଥା କହୁଛ। କେବେ ତ ନିଜକୁ ପରିବର୍ତ୍ତନ କର।ଆଉ କାହା କଥାରୁ କ’ଣ ମିଳିବ। ମୋ ପାଟିରୁ କଥା ନସରୁଣୁ ସୁଲୋଚନା ଦିଦି ଟିକେ ଆଡ଼ରୁଷା ମାରି କହିଲେ ହଁ ଲୋ…. ତୋ କଥା ମୁଁ ଜାଣିଛି।

ନକହିଲା ପର୍ଯ୍ୟନ୍ତ ପଚାରି ହଉଥିବୁ, ଆଉ … କହିଲେ ମୋ ଦୋଷଗୁଣ ବାଛୁଥିବୁ ।ମୁଁ ନଜାଣି କହୁଛିକି…. ଇଏ… କି.., ଯୁଗ ହେଲା ବୋଲି। 

 

       ରାଗିଲ କି ଦିଦି, ତୁମକୁ ଟିକେ ଚିଡ଼େଇବାକୁ ମତେ ଭାରି ଭଲ ଲାଗେ ବୋଲି ଏମିତି କହିଲି ବା…. ମନ ଖରାପ କରନି। ଏଇ ନିଅ ଚାହା ଟିକେ ପିଅ । ମୁଁ ଜାଣିଛି , ଏ ଗରମ ଚାହା କପଟି ପେଟରେ ପଶିଲାପରେ ତମ ପେଟରେ ଫୁଟୁଥିବା କଥାଗୁଡ଼ାକ ଗଳଗଳ ହୋଇ ଆପେ ଗଲିପଡିବ । ହଉ ମୋ କଥାକୁ ନଧରି ଏଥର କୁହ ମ, କାହା କଥା କହୁଥିଲ। ଯେମିତି କହିଛି ସୁଲୋଚନା ଦିଦି ବିନା ବୁଉମରେ ସମ୍ବାଦ ପରିବେଷଣରେ ଲାଗିପଡିଲେ। ମୁଁ ଆଁ କରି ଅନେଇ ଥାଏ ତାଙ୍କର ସେ ଭାବଭଙ୍ଗୀ ପୂର୍ଣ୍ଣ ମୁଖମଣ୍ଡଳକୁ।କେବେ ଦାନ୍ତ କଡ଼ମଡ଼ କରି ତ,କେବେ ଜିଭ କାମୁଡି ପୁଣି କେବେ ହାତ ହଲେଇତ,କେବେ ମୁହଁମୋଡ଼ି ସୁନ୍ଦର ଭାବେ ଅଭିନୟପୁର୍ବକ ଉପସ୍ଥାପନ କରିଚାଲିଥାନ୍ତି ସେ। ଆଉ ମଝିରେ ମଝିରେ ମତେ ବି ତାନା ମାରି ପଡେ ଦୁଇ ପଦ କହିପକାନ୍ତି “ମୁଁ, କ’ଣ ତୋ ପରି ପାଠୋଇ ହେଇଛିକି…? ” ଏ ପଦଟି ଶୁଣି ନଶୁଣିଲା ପରି ମୁଁ ରହିଯାଏ କାରଣ ମୁଁ ତାଙ୍କ ସ୍ଵଭାଵ ସହିତ ବେଶ ପରିଚିତ।ଯଦି ମଝିରେ କିଛି କହିଦେବି ତ କଥାର ମୋଡ଼ ବଦଳିଯିବ। ସିଏ ଯାହା କହିବାକୁ ଚାହୁଁଥିବେ କହିପାରିବେନି ଆଉ ମୋ ପାଖରେ ବି ଏତେ ସମୟ ନାହିଁ ମନେ ପକେଇ ପକେଇ ତାଙ୍କଠାରୁ କଥା ଶୁଣିବାକୁ। କଥା କହିବାରେ ଏତେ ଗୌର ଚନ୍ଦ୍ରିକା କରନ୍ତି ଯେ କଥାବସ୍ତୁ ଜାଣିବାକୁ ଯେ କେହି ଉତକଣ୍ଠିତ ହେବା ସ୍ବାଭାବିକ। ତେଣୁ କହିଲି ଦିଦି ବିଷୟବସ୍ତୁ ଆଡେ ଟିକେ ଆସ ତ…। ସିଧା ସିଧା କଥା ଟିକେ କୁହ।

 

     ହଁ ଲୋ…. ତୁ ପାଠୋଇ ପରା।ତୋର କେତେ କା.……ମ। ଆମ ମୁରୁଖୀଙ୍କ ଦିନ ସରୁନି ବୋଲି ଘର ଘର ବୁଲି ଖବର ଆଣି ତମ ମାନଙ୍କ କାନ ଭରୁଛୁ ନା…।ତୁ ଟିକେ କଥାର ଆଙ୍ଗ ଜାଣିପାରି ଉପାୟ କହିଦଉ ଆଉ ମୁଁ ତାକୁ ପାଥେୟ କରି କାହାକୁ ବୁଝେଇ ସୁଝେଇ ବାଟକୁ ଆଣିବାରେ ସହଯ୍ୟକରେ। କିଏ ମତେ ଉପରପଡି କହିଲେ କହୁ ଯଦି କାହାର ଭଲ ହୋଇପାରିଲା ସେଇ ମୋ ପାଇଁ ବଡ଼।କାହା ଘର ଯୋଡ଼ିଛି ସିନା ଭାଙ୍ଗିନି ବା….କହିଲେ ଦିଦି। ମୁଁ ପୁଣି ତାଙ୍କ ମନ ଧରିବାକୁ ଯାଇ କହିଲି ନାଇଁମ ଦିଦି ମତେ ଲାଗୁଛି ତମ ଆତ୍ମାକୁ ଆଜି ବହୁତ ବାଧିଛି । ସେଥିପାଇଁ ମତେ ବି ଭୁଲ ବୁଝୁଛ ।ହଉ କୁହ ତମର ମନ ହାଲୁକା ହେଇଯାଉ ଆଉ ମୁଁ ଯଦି କିଛି ସ୍ଥିତି ସୁଧାରିବା ଉପାୟ ଜାଣିଥିବି ନିଶ୍ଚୟ କହିବି।

 

  ଆଲୋ ସେ ରଂଗୀନାନୀ ପୁଅ ଭୋଳାଟା ଗଲା ବର୍ଷ ପହିଲି ଆଷାଢ଼ରେ ହାତକୁ ଦି-ହାତ ହେଇଥିଲା । ବଡ଼ ସୁଧାର ବୋହୁଟା, କିଏ ତାର ରୂପ ଗୁଣ ବାହୁନି ପାରିବେନି। ମୁଁ କେତେଥର ତାଙ୍କ ଘରକୁ ଯାଇଛି କି ମାନ୍ୟ ତାର! ରଙ୍ଗିନାନୀତ ମୁଣ୍ଡରେ ମୁଣ୍ଡେଇକି ରଖିଥିଲା। ଗାଁ ଟା ଯାକ ଖୋଜିବସିଲେ ଏତେ ଗୁଣର ବୋହୁ ମିଳିବେନି ବୋଲି ସମସ୍ତେ କୁହାକୁହିଁ ହଉଥିଲେ। ତୋରି ପରି ପାଠୋଇ ଥିଲା ଲୋ। ଗୋଟାଏ ବରସରେ ଘରଟାକୁ ମନ୍ଦିର କରି ଶାଶୂ ଶ୍ୱଶୁରକୁ ଲାଷ୍ମୀନାରାୟଣ ପରି ଭକ୍ତି କରୁଥିଲା। ତାରି ଚାଲିଚଳଣୀ ଦେଖିକି ମୁଁ ପରା ବାଡେଇପିଟି ହଉଥିଲି। ମୋ ବୋହୁଟାକୁ ତାରି ଉପଲକ୍ଷ ଦେଇ ନିଇତି କେତେ ଉଲୁଗୁଣା ଦେଉଥିଲି। କିଏ ଜାଣିଥିଲା ଲୋ ମାଆ… ଏଡ଼େ ସୁନ୍ଦର ଭିତରେ ହୁନ୍ଦର ଅଛି ବୋଲି। ଏବେ ଦୋଡ଼ ପୁଆଣି ହବାକୁ ଯାଇଥିଲା ଯେ,….. ଏତିକି କହି ଟିକେ ଅଟକି ଗଲେ । ମୁଁ ପଚାରି ବସିଲି ସେଇଠୁ….!

 

     ସେଇଠୁ ଆଉ କଣ କହିବି ମୋ ଜିଭ ଲେଉଟୁନି ବା। ଲୋକେ କୁହାକୁହି ହଉଛନ୍ତି, କାଲି ରାତିରୁ ରଂଗୀନାନୀ ଥରକୁ ଥର ମୂର୍ଚ୍ଛା ଯାଉଛି,ପୁଅଟା ତାର ଦୁଆର କିଳି ସୋଇଛି,ଆଜି ବି ଚୁଲି ଜଳିନି ତା’ଘରେ। ଏକଥା ଶୁଣି ମୁଁ କହୁ କହୁ କହି ପକେଇଲି, ସେ ବୋହୁ ଆଉ କାହା ସାଥିରେ ପଳେଇଲା ନା କଣ? ଘର ଜିନିଷ କିଛି ନେଇନିତ? କଥା ନସରୁଣୁ ଦିଦି ତାଳିଟିଏ ମାରି କହିଲେ ବାସ ତୁ ଠିକ କଥାଟା ଧରିଛୁ। ମୁଁ କଣ ମିଛରେ ତତେ ପାଠୋଇ କହେ! ତୁ ଠିକ ବୁଝିପାରୁ ଆଉ ନ୍ୟାୟୋଚିତ କଥା କହିପାରୁ ବୋଲି ତ ସବୁ କଥା ତୋହରି ଆଗରେ ଆସି ବଖାଣେ। ତୋ ଅନୁମାନ ସମ୍ପୁର୍ଣ୍ଣ ଠିକ। ଗଲା ତ ଗଲା ମଝି ସମୁଦ୍ରରେ ଗୋଟେ ପରିବାରକୁ ଭସେଇଦେଇ ଗଲା । କଳା କନା ବୁଲେଇଦେଇ ଯାଇଛି । ଏବେ କଣ ହବ କହିଲୁ…..। ମୁଁ ସିନା ଉପରେ ପଡି ସମାଜସେବୀ ସାଜି ନାଁ କରିଛି ହେଲେ, ବୁଦ୍ଧି ତ ତୋର । ତୋ ଠୁଁ ଉପଦେଶମୂଳକ କଥା ଶୁଣି କାମରେ ଲଗେଇ କେତେ କେତେ କଥା ମିମାଂସା କରିଛି। ଏବେ କଣ କରିହବ କହ।

 

କଣ ଆଉ ହବ,ଯାହା ହବା କଥା ତ ହେଇସାରିଲାଣି।ତାଙ୍କ କଥା ସିଏ ବୁଝିବେ। ଇଏ ତ ସାଧାରଣ କଥା ନୁହେଁ ଯେ,ତୁମେ ଆମେ ତୁଟେଇପାରିବା। ଏ କଥାର ମୋଡ଼ ଥାନା, କୋର୍ଟ ଆଡେ ମୁହାଁଇଲାଭଳି ଲାଗୁଛି। ଯା’ ଭାର ତାକୁ ବୋହିବାକୁ ଦିଅ। ଏଥର ମୋ କଥାକୁ ବୁଝି ତୁମେ ତ ପରିବର୍ତ୍ତନ ହୁଅ। କାହାର ଛାତ ଦେଖି ନିଜ ଛାତି ଜଳେଇବା ଭଲନୁହେଁ । ପରଘର ସଜାଡୁ ସଜାଦୁ ନିଜ ଘର ଉଜାଡ଼ି ଦିଅନି। ବାହାରେ ନାରିନେତ୍ରୀ ସାଜୁଛ ଘରେ ନାରୀ ନିର୍ଯ୍ୟାତନା ଦେଉଛ। ସବୁ ଚକ୍ ଚକ୍ କରୁଥିବା ପଦାର୍ଥ ଗୁଡିକ ସୁନା ନୁହଁନ୍ତି କି ବାହାରକୁ ଭଲ ଦେଖେଇ ହଉଥିବା ମଣିଷ ଗୁଡାକ ଭଲ ନୁହନ୍ତି। ଅତି ଭକ୍ତି ଚୋରର ଲକ୍ଷଣ।ପ୍ରଥମେ ଘରକୁ ଯାଅ, ବୋହୂକୁ ଝିଅ ମନେକରି ସହଯୋଗ କର।କେତେ ମାଡ଼ ଗାଳି ଖାଇ ତୁମ ଘରେ ଘରକରଣା କରି ରହିଛି।ନିଜର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ଥରେ କର୍ତବ୍ୟ କରି ଦେଖ । ତୁମ ବୋହୂର ଲୁହ ବତୁରା ଗପକୁ ପଢିବାକୁ ଚେଷ୍ଟାକର।ତାର ସେ ଛାତି ତଳ କୁହୁଳା କୋହକୁ ବୁଝିପାରିଲେ ତୁମ ଘର ଖାଲି ମନ୍ଦିର ହେବନି ବୈକୁଣ୍ଠ ଧାମ ପାଲଟିବ। ତୁମ ବୋହୁ ପରି ବୋହୁ ନାହିଁ। 

 

ସତରେ ତୁ ଆଜି ମୋର ଆଖି ଖୋଲିଦେଲୁ। ପ୍ରଥମେ ନିଜ ଘର ପରେ ଆଉ କାହାର। ମୋ ନାଆଁ ଟା ସିନା ସୁ–ଲୋଚନା କିନ୍ତୁ ଗାନ୍ଧାରୀ ପରି ଅନ୍ଧ ପୁଟୁଳି ବନ୍ଧା ଆଖିରେ ଏଡ଼େ ସୁନ୍ଦର ପରିବାରକୁ ମୁଁ ଦେଖିପାରୁନଥିଲି। ଆଜିଠୁ ଆଉ ମୋ ସୁନାନାକୀ ବୋହୁ କୋହରେ କୁହୁଳିବନି । 

ରଶ୍ମି ରଞ୍ଜିତା ମିଶ୍ର(ରୋଜି)

Related posts

ଜିଲା ପ୍ରାଥମିକ ଶିକ୍ଷକ ଏକ୍ସ- କ୍ୟାଡର ଏବଂ ଗଣଶିକ୍ଷକ ସଂଘର ଜିଲା ସ୍ତରୀୟ ବୈଠକ

Sunil Chandra Nayak

ସୁଜାତା ଦାସ ଙ୍କ କବିତା ପାଠ ( ବ୍ୟଙ୍ଗ)

Sunil Chandra Nayak

ସମାଜସେବୀ ମିହିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort