ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରକ୍ତ ଦେଇ ବିପଦ ର ବନ୍ଧୁ ସାଜିଲେ ଯୁବକ

ଚନ୍ଦାହାଣ୍ଡି(ମନିସ) ରକ୍ତହୀନତାର ଶିକାର ହୋଇଥିବା ଜଣେ ଶିଶୁ କୁ ରକ୍ତଦାନ କରି ବିପଦର ବନ୍ଧୁ ସାଜିଛନ୍ତି ଜଣେ ଯୁବକ । ଯୁବକ ଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ରକ୍ତଦାନ କରିଥିବା ଯୁବକ ଜଣକ ହେଉଛନ୍ତି  ଚନ୍ଦାହାଣ୍ଡି ବ୍ଲକ ଉପାନ୍ତ ବେଲପାଟି ଗ୍ରାମର ରସିକ ନାଗ ।।  ସୂଚନା ଅନୁଯାୟୀ ,ଚନ୍ଦାହାଣ୍ଡି  ବ୍ଲକ ଅଧିନସ୍ଥ ଗମ୍ଭାରିଗୁଡା ପଞ୍ଚାୟତ ଖୈରଭାଡି ଗ୍ରାମର ପୁରୁଷୋତ୍ତମ ଗୋପାଳ ଙ୍କ ପୁଅ ପାର୍ଥସାରଥୀ (୧୧) ଗତ କିଛି ଦିନ ହେଲା ଜ୍ବରରେ ଆକ୍ରାନ୍ତ ହୋଇ ରକ୍ତହୀନତା ର ଶିକାର ହୋଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କୁ  ଓ ପଜିଟିଭ  ରକ୍ତର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପରିବାର ବର୍ଗ ଚିନ୍ତା ରେ ଥିଲେ ।  ଯୁବ ନେତା ଭୋଦେଵ ବାଘ ଙ୍କୁ ଏନେଇ ପରିବାର ବର୍ଗ ଖଵର ଦେଇଥିଲେ । ସେ ରକ୍ତ ଦାନ କରିବା ନିମନ୍ତେ ଉପାନ୍ତ ବେଲପାଟି ଗ୍ରାମର ରସିକ ନାଗ ଙ୍କୁ କହିବାପରେ ରସିକ ନାଗ ସ୍ୱତପ୍ରବୃତ ଭାବେ ଧର୍ମଗଡ ଡାକ୍ତରଖାନାକୁ ଯାଇ  ରକ୍ତଦାନ କରିଥିଲେ । ବିପଦ ସମୟରେ   ରକ୍ତଦାନ କରି ଶ୍ରୀ ନିଗ ମଣିଷ ପଣିଆ କୁ  ଜାହିର କରିଛନ୍ତି ।ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

Sunil Chandra Nayak

ଝାରବନ୍ଧ ପଞ୍ଚାୟତ ପିଡିଏସ ଘୋଟାଲା ଘଟଣା, ଦଲିତ ଅଧିକାର ମଞ୍ଚ, ଯୁବ ଅଧିକାର ମଞ୍ଚ, ସାହାର୍ଯ୍ୟ ସେନା ଓ ଗରିବ ସେନା ପକ୍ଷରୁ ଘେରାଉ

ବାଲ୍ୟବିବାହ ଅଭିଯୋଗରେ ପୋଲିସ ଓ ଜିଲ୍ଲା ପ୍ରଶାସନ ର ଚଢ଼ାଉ

Sunil Chandra Nayak

Leave a Comment

error: Content is protected !!