ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦ୍ମିନୀ ନାଏକ ଙ୍କ କବିତା ବିଶ୍ବ ମାତୃ ଦିବସ

ବିଶ୍ବ ମାତୃ ଦିବସ

 

ନାହିଁ ମୋର ଜ୍ଞାନ,ମୁଁ ମୁଢ ଅଜ୍ଞାନ

ପାଶେ ମାଆ ପାଇଁ ଶବ୍ଦ

ମୋ ଦୁଇ ଆଖିରେ ମାଆ ଅମୁଲ୍ୟ ସମ୍ପଦ

ମନ ମନ୍ଦିରରେ ମାଆ ସର୍ବଦା ପୂଜନୀୟ ।।

 

ନାରୀ ରୂପରେ ସେ ନାରାୟଣୀ

ଏ ସାରା ସଂସାର ର ସେ ଜନନୀ

ଦୁଃଖୀ ଜନମାନଙ୍କର ସେ ଦୁଃଖ ହାରିଣୀ

ତା ପଣତ କାନୀରେ ବନ୍ଧା ସେନେହ ଡେରି।।

 

ନାହିଁ ତା’ର ସ୍ବାର୍ଥ ନାହିଁ ତ ଛଳନା

ତା ପ୍ରେମ ସମୁଦ୍ରଠାରୁ ଗଭୀରତା

କେହି କରିପାରିବେନି ତା ପ୍ରେମର କଳନା

ବସୁନ୍ଧରା ରୂପରେ ନାରୀ ସହନ ଶୀଳତା ।।

 

ଯେବଠୁ ମୁଁ ଜନ୍ମିଛି ଏ କର୍ଣ୍ଣ ଶୁଣିଛି

ଦୁଇ ନେତ୍ର ମୋର ଦେଖି ଆସୁଛି

“ମେ ମାସ ୮ ତାରିଖ ଦିନରେ”

ନାରୀମାନଙ୍କୁ ଦେଇ ସମ୍ମାନ

ଏ ସାରା ସଂସାର ବିଶ୍ବ ମାତୃ ଦିବସ ପାଳନ କରୁଛି।

 

ଗୋଟିଏ ଦିନ ମହାଆନନ୍ଦରେ ପାଳନ କରି ମାତୃ ଦିବସ

ପରବର୍ତ୍ତି ଦିନ ମାତୃ ଦିବସ କ୍ଷଣକେ ଭୂଲି

ଏ ପୁରୁଷ ସମାଜ ନାରୀମାନଙ୍କୁ,

କେତେ ଯେ ନିନ୍ଦା,ଅପବାଦ ଦେଉଥାଆନ୍ତି ନିଇତୀ।।

 

ଘରର ଘରଣୀ ଯୈାତୁକ ପାଇଁ

ପ୍ରତ୍ୟେକ ଦିନ ପାଉଥାଏ ନିର୍ଯ୍ୟାତନ

ବାର,ତେର ବର୍ଷର କନ୍ୟା ହେଉଛନ୍ତି ବଳତ୍କାରର ଶୀକାର

“ଏ ପୃଥିବୀ ଦେଖିବା ଆଗରୁ” 

ମାତୃ ଗର୍ଭରେ ହତ୍ୟା ଶିଶୁ କନ୍ୟା ଭୃଣ।।

 

ଯେଉଁ ଦେଶମାନଙ୍କରେ ଚାଲିଛି ଏହିଭଳି କାରନାମା

ସେହି ଦେଶ ପାଳୁଥାଏ ମାତୃ ଦିବସ ଲୋକ ଦେଖାଣିଆ

ଯେଉଁଠି ନାରୀଙ୍କୁ ମିଳୁନୀ ସ୍ବାଧିନ,ସମ୍ମାନ,ନିଜସ୍ବ ଅଧିକାର

ସେହି ଦେଶ ବା ସମାଜରେ କଣ ଅଛି ମାତୃ ଦିବସର ମୂୂଲ୍ୟ।।

 

ଜାଗି ଉଠ ସର୍ବେ ଜାଗି ଉଠ

ମନରୁ ପୋଛି ଦିଅ ହିଂସା,ଗର୍ବ,ଅହଂଙ୍କାର

ଭାବିନିଅ ପ୍ରତ୍ୟେକ ଦିନ ତୁମ ପାଇଁ ମାତୃ ଦିବସ

“ଏ ବିଶ୍ବର ସର୍ବ ନାରୀ ଗଣଙ୍କୁ”

ଦିଅ ମାତୃତ୍ବର ସମ୍ମାନ,ନିଜସ୍ବ ଅଧିକାର,ସ୍ବାଧିନ।।

             ପଦ୍ମିନୀ ନାଏକ

ଯୋଡମୁଁ,ବଡମ୍ବା,ନରସିଂହପୁର,କଟକ

Related posts

ଫରଙ୍ଗ ପିଇଓ ତ୍ରିଲୋଚନ ନାଇକ ଙ୍କ ଅକସ୍ମାତ ଦୁର୍ଘଟଣା

Sunil Chandra Nayak

ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ

Sunil Chandra Nayak

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି ମିଳିତ ବୈଠକ

Leave a Comment

error: Content is protected !!