ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମୁହିକ ଭାବରେ ଚାରିଜଣ ବରିଷ୍ଠ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ରୁପ୍ରା, (ମନିସ) : ନର୍ଲାବ୍ଲକ୍ ଅନ୍ତର୍ଗତ ରୁପ୍ରା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଆଞ୍ଚଳିକ ସାଧନ କେନ୍ଦ୍ର, ରୁପ୍ରା ଅଧିନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ରୁପ୍ରାର ପ୍ରଧାନ ଶିକ୍ଷକ ଶ୍ରୀ ଗରୁଡ଼ ସାହୁ, କର୍ମେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଉଗ୍ରସେନ ସାହୁ, ନାଏକପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁପ୍ରା ର ସହକାରୀ ଶିକ୍ଷକ ଶ୍ରୀ ହରଦେବ ମହାନନ୍ଦ ପ୍ରମୁଖ ଆଜି ନିଜର କର୍ମମୟ ଜୀବନରୁ ଅବ୍ୟାହତ ଗ୍ରହଣ କରିଛନ୍ତି , ଏହି ଅବସରରେ ସାମୁହିକ ଭାବରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ତିତକେଲା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁରେନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଉଥିବା ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ରୁପ୍ରା କ୍ଲଷ୍ଟରର ସିଆରସିସି ଶ୍ରୀ ଡମ୍ବରୁଧର ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଉକ୍ତ କାର୍ଯ୍ୟକ୍ରମରେ ‘ଶିକ୍ଷକଙ୍କ ପାଇଁ ପଦେ’ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା, ଅତିଥି ଗଣ ତଥା ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜର ମତାମତ ରଖିଥିବା ସହ ଅବସର ନେଇଥିବା ୪ଜଣ ଶିକ୍ଷକ ମଧ୍ଯ ତାଙ୍କ କର୍ମମୟ ଜୀବନର ଅନୁଭୂତି ବଖାଣି ଥିଲେ। କର୍ମେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ କ୍ଷମାଶୀଳ ସାହୁ ବିଦାୟୀ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଏକ ସୁନ୍ଦର ସ୍ବରଚିତ ଗୀତ ଗାନ କରିଥିଲେ। ରୁପ୍ରା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଅବସର ଗ୍ରହଣ କରିଥିବା ୪ଜଣ ଶିକ୍ଷକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ରୁପାଧର ମାଝୀଙ୍କ ସମେତ ରୁପ୍ରା ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ମଞ୍ଚ ପରିଚାଳନା ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ କରିଥିବା ବେଳେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ପର୍ବତାରୋହି ଶ୍ରୀ ଯୋଗବ୍ୟାସ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଭାରତରେ ପ୍ରଥମ; ବ୍ରହ୍ମପୁତ୍ର ନଦୀ ତଳେ ତିଆରି ହେବ ରାସ୍ତା ଓ ରେଳ ଲାଇନ୍

ପିଣ୍ଟୁ ମେହେର ଙ୍କ କବିତା ଦୀପାବଳି

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

Sunil Chandra Nayak

Leave a Comment

error: Content is protected !!