ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅବିଭାବକ
କାମାକ୍ଷାନଗର 21/7/22 ଢେଙ୍କାନାଳ: ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକେଇଲେ ଅଭିଭାବକ,ଶିକ୍ଷାକମିଟି ଓ ଛାତ୍ର ଛାତ୍ରୀ ।ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଫଳରେ ଛାତ୍ର ଛାତ୍ରୀ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧା ଦେଖା ଦେଇଛି । ଯାହାକୁ ନେଇଁ ଅବିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଛି । ଉଚ୍ଚ ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ରହିଥିବାବେଳେ ଏଠି ୧୯୪ ଛାତ୍ର ଛାତ୍ରୀ ରହିଛନ୍ତି । ଏଠି ମୋଟ ୭ ଜଣ ଶିକ୍ଷକ ରହିଛନ୍ତି ।ସଂସ୍କୃତ ଶିକ୍ଷକଙ୍କ ୩ ଦିନିଆ ଡେପୁଟେସନ ଅନ୍ୟ ବିଦ୍ୟାଳୟକୁ ହୋଇଛି। ଜଣେ ଶିକ୍ଷକ ପ୍ରଥମ ରୁ ଅଷ୍ଟମ ପଢ଼ାଉଛନ୍ତି । ଫଳରେ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୪ ଜଣ ଛାତ୍ର ଛାତ୍ରୀ ପାଇଁ ଆବଶ୍ୟକ ଶିକ୍ଷକ ନାହିଁ । ଯାହାଫଳରେକି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ବର୍ତ୍ତମାନ । ଯେତେଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ପଦବୀ ପୂରଣ ନହେବ ଛାତ୍ର ଛାତ୍ରୀ ଓ ଅବିଭାବକ ସମସ୍ତେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ