ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷକ ସମସ୍ୟାକୁ ନେଇ ବିଦ୍ୟାଳୟରେ ପଡିଲା ତାଲା

ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅବିଭାବକ

କାମାକ୍ଷାନଗର 21/7/22 ଢେଙ୍କାନାଳ: ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକେଇଲେ ଅଭିଭାବକ,ଶିକ୍ଷାକମିଟି ଓ ଛାତ୍ର ଛାତ୍ରୀ ।ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଫଳରେ ଛାତ୍ର ଛାତ୍ରୀ ପାଠ ପଢ଼ାରେ ନାହିଁ ନଥିବା ଅସୁବିଧା ଦେଖା ଦେଇଛି । ଯାହାକୁ ନେଇଁ ଅବିଭାବକ ଓ ଛାତ୍ର ଛାତ୍ରୀ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଛି । ଉଚ୍ଚ ବିଦ୍ୟାଳୟରେ ପ୍ରଥମ ରୁ ଦଶମ ଶ୍ରେଣୀ ରହିଥିବାବେଳେ ଏଠି ୧୯୪ ଛାତ୍ର ଛାତ୍ରୀ ରହିଛନ୍ତି । ଏଠି ମୋଟ ୭ ଜଣ ଶିକ୍ଷକ ରହିଛନ୍ତି ।ସଂସ୍କୃତ ଶିକ୍ଷକଙ୍କ ୩ ଦିନିଆ ଡେପୁଟେସନ ଅନ୍ୟ ବିଦ୍ୟାଳୟକୁ ହୋଇଛି। ଜଣେ ଶିକ୍ଷକ ପ୍ରଥମ ରୁ ଅଷ୍ଟମ ପଢ଼ାଉଛନ୍ତି । ଫଳରେ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୪ ଜଣ ଛାତ୍ର ଛାତ୍ରୀ ପାଇଁ ଆବଶ୍ୟକ ଶିକ୍ଷକ ନାହିଁ । ଯାହାଫଳରେକି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ ବର୍ତ୍ତମାନ । ଯେତେଦିନ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ ପଦବୀ ପୂରଣ ନହେବ ଛାତ୍ର ଛାତ୍ରୀ ଓ ଅବିଭାବକ ସମସ୍ତେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ପୌରାଣିକ

Sunil Chandra Nayak

ପର୍ଯ୍ୟଟନ ସ୍ଥଳୀର ମାନ୍ୟତାର ଅପେକ୍ଷାରେ ଚାନ୍ଦପୁର ବାବା ସାଧୁ ଗୋସେଇଁ ପୀଠ 

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ସପ୍ତଦଶ ଅଧ୍ଯାୟର ସାରକଥା–୧୭

Sunil Chandra Nayak

Leave a Comment

error: Content is protected !!