ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୃଷକ ଓଡିଶା ପଞ୍ଜିକରଣ ଓ ଇ _ KYC କରିବାକୁ ନେଇ ବୈଠକ

 ତେନ୍ତୁଳିଖୁଣ୍ଟି -19/09/22- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ପ୍ରାୟ 17 ହଜାର ଚାଷୀ କୃଷକ ଓଡିଶା ରେ ପଞ୍ଜିକରଣ କରି ନାଁହାନ୍ତି। ସେହିଭଳି ପ୍ରାୟ 6 ହଜାର ଚାଷୀ E-KYC କରି ନାହାନ୍ତି। ଯଦ୍ୱାରା ଚାଷୀ କାଳିଆ ,ତଥା ପି ଏମ କିଷାନ ଯୋଜନା ର କିସ୍ତି ପା ଇବେ ନାହିଁ।ମଣ୍ଡିରେ ଧାନ ବିକ୍ରି କରି ପାରିବେନି। ଫାର୍ମର ଆଇ ଡି ଅକାମୀ ହୋଇଯିବ।ସାର ବିହନ ସୋସାଇଟି ରୁ ନେଇ ପାରିବେ ନାହିଁ।କୃଷି ଭିତ୍ତିକ ଯୋଜନା ର ଲାଭ ପାଇବେ ନାହିଁ।ପ୍ରାକୃତିକ ବିପର୍ଯ୍ୟୟ ବେଳେ ସରକାରୀ ସୁବିଧାରୁ ବଞ୍ଚିତ ହେବେ। ଏଣୁ ଆଜି ତେନ୍ତୁଳିଖୁଣ୍ଟି କୃଷି ବିଭାଗ ତରଫରୁ କୃଷକ ସାଥି ମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ମୋ ସେବା କେନ୍ଦ୍ର ରେ ପଞ୍ଜିକରଣ କରିବା ସହ E-KYC କରିବାକୁ କୃଷକ ଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ଭାର ପ୍ରାପ୍ତ କୃଷି ଅଧିକାରୀ କମଳ ଲୋଚନ ନାୟକ , ବୁଝାଇ ଥିଲେ। ବ୍ଲକ କୃଷି ଅଧିକାରୀ ବରୁଣ ଧନପାଲ, ଉପସ୍ଥିତ କୃଷକ ସାଥି ଙ୍କୁ 19 ତାରିଖରେ ସଚେତନତା ପାଇଁ ପ୍ରଚାର ଗାଡି କୁ ସହଯୋଗ କରି କୃଷକ ଙ୍କୁ ସଚେତନ କରାଇବାରେ ସାହାଯ୍ୟ କରିବାକୁ କହି ଥିଲେ।ବକ୍ସ କାର୍ଯ୍ୟକ୍ରମ ପରିଚାଳନାରେ କୃଷି ଓଭରସିୟର ହରିଶଙ୍କର ତ୍ରିପାଠୀ, ଧୀରେନ ବେନ୍ୟା, କୃଷି ଗ୍ରାମ ସେବକ ଜିତେନ୍ଦ୍ର ଟାକ୍ରୀ, ଏ ଟି ଏମ ବାଳ ଗୋବିନ୍ଦ ସାହୁ ଓ ଆଶିଷ ପରିଡା ପ୍ରମୁଖ ସହଯୋଗ କରିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପ୍ରହସନ ପାଲଟିଛି ବାହ୍ୟ ମଳମୁକ୍ତ ଗାଁ ଘୋଷଣା ଯନ୍ତ୍ରୀ,ଠିକାଦାର ମାଲାମାଲ : ହିତାଧିକାରୀ ବେହାଲ

Sunil Chandra Nayak

କେଶବଚନ୍ଦ୍ର ଆଶ୍ରମରେ ନିଃଶୁକ୍ଳ ଆକ୍ୟୁପ୍ରେସର ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!