ବାଲେଶ୍ଵର,୧୬/୯/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ଶିକ୍ଷକ ଭବନ ଗୃହରେ ମଧୁବାବୁ ଯୋଜନାରେ ପ୍ରଥମ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର, ଚେୟାରମ୍ୟାନ ଅଭିଲିପ୍ସା ସାହୁ, ବିଡିଓ ପର୍ଶୁରାମ ପଣ୍ଡା ଓ ବିଏସ ଏସ ଓ ସାଲିମା ରାଉତଙ୍କ ପ୍ରମୁଖ ଅନ୍ୟମାନେ ମଞ୍ଚାସୀନ ଥିଲେ । ପ୍ରଥମେ ମୁଖ୍ୟ ଅତିଥି ଭତ୍ତା ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପରେ ପରେ ଅନ୍ୟ ମଞ୍ଚାସୀନ ଅତିଥି ମାନେ ମଧ୍ୟ ବଣ୍ଟନ କରିଥିଲେ । ଏଥିରେ ବହୁ ହିତାଧିକାରୀ ଯୋଗଦେଇ ମୁଖ୍ୟ ଅତିଥି ଓ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ଭତ୍ତା ଗ୍ରହଣ କରି ଆନନ୍ଦ ମନରେ ଘରକୁ ଫେରିଥିଲେ । ବିଧାୟକଙ୍କ ଏତାଦୃଶ କାର୍ଯ୍ୟକ୍ରମକୁ ହିତାଧିକାରୀ ମାନେ ବହୁ ପ୍ରଶଂସା କରିଥିବା ଜଣାଯାଇଛି । ହିତାଧିକାରୀଙ୍କ ଉଦ୍ଦେଶ୍ୟରେ ଵିଧାୟକଙ୍କ ଅଭିଭାଷଣ ବେଶ୍ ତାତ୍ପର୍ଯ୍ୟ ପୂର୍ଣ୍ଣ ଥିଲା ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।।