ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବୋଲ୍ ବମ୍

ବୋଲ୍ ବମ୍

ଆସିଛି ଶ୍ରାବଣ କାଉଡ଼ିଆ ଗଣ
ଚାଲି ଛନ୍ତି ଧାଡ଼ି ବାନ୍ଧି,
କଷାୟ ବସନ ଦିଶେ ଶୋଭାବନ
ମୁଖରେ ଶିବଙ୍କୁ ବନ୍ଦି ।।
ହର ହର ଶିବ ଆହେ ମହାଦେବ
ଗରଳ ଆପ୍ୟାନ କରି,
ସୃଷ୍ଟି କୁ ରଖିଲ ବିପଦ ଟାଳିଲ
କଣ୍ଠ ନୀଳ ବର୍ଣ୍ଣ କରି ।।
ସର୍ପ ଗଳା ହାର ଶ୍ମଶାନ ବିହାର
ସର୍ବ ତ୍ୟାଗି ମହା ଯୋଗୀ,
ଅଳ୍ପରେ ସନ୍ତୁଷ୍ଟ ବୁଝି ଭକ୍ତ କଷ୍ଟ
ବର ଦେଇ ଥାଅ ଜଗି ।।
ଭକ୍ତଙ୍କ ହୃଦୟ ଶକ୍ତି ତେଜୋମୟ
 ବୋଲ ବମ୍ କରି ଥାଏ,
ମନରେ ଆନନ୍ଦ ଅଶ୍ଵ ମେଧ ଯଜ୍ଞ
ପୁଣ୍ୟ ଲାଭ ହୋଇ ଥାଏ ।।
ମ ଅକ୍ଷର ଶେଷ ନାମ ଟିକୁ ଘୋଷ
ଆନନ୍ଦ ସଞ୍ଚାରେ ମନେ,
ରାମ ରାମ ଜପି ଦସ୍ୟୁ ରତ୍ନାକର
ବାଲ୍ମିକୀ ହୋଇଲେ ଧ୍ୟାନେ ।।
କି ନାରୀ ପୁରୁଷ ମନରେ ହରଷ
କାଉଡ଼ିଆ ବେଶ ଧରି,
କଳସ ବୁଡ଼ାଇ ବାହୁଙ୍ଗା କାନ୍ଧେଇ
ବୋଲ ବମ୍ ଡାକ ଛାଡ଼ି।।
ଶ୍ରାବଣ ମାସରେ ପ୍ରତି ସପ୍ତାହରେ
ମନ୍ଦିରେ ଭକ୍ତଙ୍କ ଭିଡ଼,
ପୁଣ୍ୟ ତୀର୍ଥ ଜଳ କରିବେ ଅର୍ପଣ
(ଆଜି)ସୋମବାର ବାଟ ଛାଡ ।।

କବି ରାମଚନ୍ଦ୍ର ମହାନ୍ତି

Related posts

ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳନ

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

Sunil Chandra Nayak

ମୟୂରଭଂଜ – ପିକଅପ ଭେନ୍/ବାଇକ୍ ମୁହାଁମୁହିଁ,ଦୁଇ ଗୁରୁତର

Leave a Comment

error: Content is protected !!