ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବୋଲ୍ ବମ୍

ବୋଲ୍ ବମ୍

ଆସିଛି ଶ୍ରାବଣ କାଉଡ଼ିଆ ଗଣ
ଚାଲି ଛନ୍ତି ଧାଡ଼ି ବାନ୍ଧି,
କଷାୟ ବସନ ଦିଶେ ଶୋଭାବନ
ମୁଖରେ ଶିବଙ୍କୁ ବନ୍ଦି ।।
ହର ହର ଶିବ ଆହେ ମହାଦେବ
ଗରଳ ଆପ୍ୟାନ କରି,
ସୃଷ୍ଟି କୁ ରଖିଲ ବିପଦ ଟାଳିଲ
କଣ୍ଠ ନୀଳ ବର୍ଣ୍ଣ କରି ।।
ସର୍ପ ଗଳା ହାର ଶ୍ମଶାନ ବିହାର
ସର୍ବ ତ୍ୟାଗି ମହା ଯୋଗୀ,
ଅଳ୍ପରେ ସନ୍ତୁଷ୍ଟ ବୁଝି ଭକ୍ତ କଷ୍ଟ
ବର ଦେଇ ଥାଅ ଜଗି ।।
ଭକ୍ତଙ୍କ ହୃଦୟ ଶକ୍ତି ତେଜୋମୟ
 ବୋଲ ବମ୍ କରି ଥାଏ,
ମନରେ ଆନନ୍ଦ ଅଶ୍ଵ ମେଧ ଯଜ୍ଞ
ପୁଣ୍ୟ ଲାଭ ହୋଇ ଥାଏ ।।
ମ ଅକ୍ଷର ଶେଷ ନାମ ଟିକୁ ଘୋଷ
ଆନନ୍ଦ ସଞ୍ଚାରେ ମନେ,
ରାମ ରାମ ଜପି ଦସ୍ୟୁ ରତ୍ନାକର
ବାଲ୍ମିକୀ ହୋଇଲେ ଧ୍ୟାନେ ।।
କି ନାରୀ ପୁରୁଷ ମନରେ ହରଷ
କାଉଡ଼ିଆ ବେଶ ଧରି,
କଳସ ବୁଡ଼ାଇ ବାହୁଙ୍ଗା କାନ୍ଧେଇ
ବୋଲ ବମ୍ ଡାକ ଛାଡ଼ି।।
ଶ୍ରାବଣ ମାସରେ ପ୍ରତି ସପ୍ତାହରେ
ମନ୍ଦିରେ ଭକ୍ତଙ୍କ ଭିଡ଼,
ପୁଣ୍ୟ ତୀର୍ଥ ଜଳ କରିବେ ଅର୍ପଣ
(ଆଜି)ସୋମବାର ବାଟ ଛାଡ ।।

କବି ରାମଚନ୍ଦ୍ର ମହାନ୍ତି

Related posts

ଭବାନୀପାଟଣା ବିଜେପି ମଣ୍ତଳ କାର୍ଯ୍ଯକାରିଣୀ ବୈଠକ

Sunil Chandra Nayak

ଓଡ଼ିଶା ନାଟ୍ୟ ଦିବସ ପାଳନୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!