ଡାବୁଗାଁ, ୧୬/୯ ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ମୁଦିଗୁଡା ଗ୍ରାମରେ ଡାବୁଗାଁ ବନ ବିଭାଗ ତରଫରୁ ବିଶ୍ଵ ଓଜନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଜନ ଦିବସ ପାଳନ ଉପରେ ବୁଝାଇଥିଲେ | ଜଙ୍ଗଲ କ୍ଷୟ ଯୋଗୁଁ ତାପମାତ୍ରା ବୃଦ୍ଧି ସହିତ ଓଜନ ରନ୍ଧ୍ର ଉପରେ ପ୍ରଭାବ ପଡୁଛି ଏବଂ ଜଳବାୟୁ ପରିବର୍ତ୍ତନ, ମାନବ ସମ୍ବଳ ଉପରେ ପଡୁଥିବା ପ୍ରଭାବ ଉପରେ କହିଥିଲେ | ଏଥିରେ ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ବନରକ୍ଷୀ ରଞ୍ଜିତା ମହାପାତ୍ର, ରିତାରାଣୀ ବିଶ୍ଵାସରାୟ, ମନୋରଞ୍ଜନ ନାୟକ, ଉମାଶଙ୍କର ମିଶ୍ର, କାର୍ତ୍ତିକ ମାଝି, ମୁଦିଗୁଡା ବିଦ୍ୟାଳୟ ର ଶିକ୍ଷକ ଶିବରାମ ଭୋଇ, ବନ ସଂରକ୍ଷଣ ସମିତି ର ସଭାପତି ରଘୁନାଥ ଗୌଡ, ଗ୍ରାମବାସୀ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ | ଆମ ଜଙ୍ଗଲ ଯୋଜନା ର କର୍ମ କର୍ତ୍ତା ହରିହର ନାୟକ ପରିଚାଳନା କରିଥିଲେ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ