ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଗୀଣା ପୁଅର ଚିକିତ୍ସା ପାଇଁ…ବରପାଲିରୁ ବ୍ରହ୍ମପୁରକୁ ୩୫୦ କି.ମି ପାଦରେ ଚାଲୁଛନ୍ତି ବୃଦ୍ଧା ମାଆପୁଅ

ଲାଞ୍ଜିଗଡ଼,୨୨/୦୯(ମନିସ)-  ଇଏ ବି ଜଣେ ମାଆ । ଯିଏ ବୃଦ୍ଧ ବୟସରେ ବି ନିଜର ଗୋଟିଏ ବୋଲି ପୁଅର ଚିକିତ୍ସା ପାଇଁ ପଦାକୁ ଗୋଡ କାଢିଛନ୍ତି । ତିନିମାସ ହେଲା ହସ୍ପିଟାଲ ହସ୍ପିଟାଲ ବୁୁଲୁଛନ୍ତି । ଏଣେ ଦେଖିଲା ବେଳକୁ ମାସିକ ମିଳୁଥିବା ଭତ୍ତା ଟଙ୍କା ଓ କିଛି ସଞ୍ଚିତ ଅର୍ଥ ସବୁ ସରିଗଲାଣି । ଏହିପରି ସମୟରେ କିଏ ଜଣେ ବ୍ରହ୍ମପୁର ହସ୍ପିଟାଲ ଗଲେ ପୁଅ ଭଲ ହେବ ବୋଲି କହିବାରୁ ସେମାନେ ଅର୍ଥ ଅଭାବ ଯୋଗୁଁ ପାଦରେ ଚାଲୁଛନ୍ତି ବରପାଲିରୁ ବ୍ରହ୍ମପୁର । ବରଗଡ ଜିଲ୍ଲା ବରପାଲି ବ୍ଲକ ତିଲେଇମାଲ ଗାଁର ସାବିତ୍ରୀ ମିଶ୍ର । ବୟସ ଷାଠିଏ ଡେଇଁଲାଣି । ଗୋଟିଏ ବୋଲି ପୁଅ କୈଳାସ । ଗତ ବର୍ଷ କରୋନାରେ ବୋହୁର ମୃତ୍ୟୁ ଘଟିବା ପରେ ମାଆ-ପୁଅ ଦୁଃଖ କଷ୍ଟରେ ଚଳୁଥିଲେ । ଏଇ ସମୟରେ କୈଳାସ ହେଲେ ରୋଗଗ୍ରସ୍ତ । ଆଖପାଖ ହସ୍ପିଟାଲରେ ଚିକିତ୍ସା କରାଇଲେ କିନ୍ତୁ କିଛି ଫଳ ମିଳିଲାନି । ଶେଷରେ ବରପାଲିରୁ ପାଦରେ ଚାଲି ଚାଲି ବାହାରିଥିଲେ ବ୍ରହ୍ମପୁର । ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଇବା ଲକ୍ଷ୍ୟରେ ଘରେ ତାଲା ଦେଇ ବାହାରିଲେ ସିନା ବାଟରେ ହିଁ ସେମାନେ ଧରିଥିବା ଟଙ୍କା ସରିଗଲା । ତେବେ ପାଦରେ ଚାଲିଚାଲି ସେମାନେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଛତିକୁଡା ପହଞ୍ଚିବା ପରେ ତାଙ୍କ ଉପରେ ଯୁବ ସମାଜସେବୀ ତଥା ସାମ୍ବାଦିକ ସୁଶୀଲ କୁମାର ବାଗଙ୍କ ଦୃଷ୍ଟି ପଡିଥିଲା । ଶ୍ରୀ ବାଗ ଉଭୟ ମାଆ-ପୁଅଙ୍କୁ ବୁଝାସୁଝା କରି ବସ୍ ଯୋଗେ ବ୍ରହ୍ମପୁର ପଠାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ । ଏହାପରେ ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡା ଛକରୁ ବ୍ରହ୍ମପୁରକୁ ପଠାଇବାକୁ ଉଦ୍ୟମ କରୁଥିବାବେଳେ ଲାଞ୍ଜିଗଡରୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ରବୀନ୍ଦ୍ର କୁମାର ସାହୁ ଦେବଦୂତ ଭାବେ ଆଗେଇ ଆସି ଉଭୟ ମାଆପୁଅଙ୍କୁ ବ୍ରହ୍ମପୁର ହସ୍ପିଟାଲ ପଠାଇବାକୁ ବସ୍ ଟିକେଟ୍ ବ୍ୟବସ୍ଥା କରି ଦେଇଥିଲେ । ସେହିପରି ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ ମଧ୍ୟ ମାଆପୁଅଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଫଳରେ ଉଭୟ ମାଆପୁଅ ବହ୍ମପୁର ହସ୍ପିଟାଲ ଯିବା ସମ୍ଭବ ହୋଇପାରିଛି । ସେଠାରେ ପହଞ୍ଚିବା ପରେ କୈଳାସ ଡାକ୍ତର ପରାମର୍ଶ ସହିତ ନିଜର ଚିକିତ୍ସା କରାଇପାରିଥିବା ସୂଚନା ମିଳିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଗଡଜାତ ଅଞ୍ଚଳ ରେ ଆଜି  ନୁଆଖାଇ 

Sunil Chandra Nayak

ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚlତୁର୍ଯ୍ୟ 

Sunil Chandra Nayak

ଆଧୁନିକ କଳାଶିଳ୍ସୀ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!