ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ପକ୍ଷରୁ ଅଷ୍ଟାଦଶ କବିତା ଆସର

ଢ଼େଙ୍କାନାଳ: ଅଦ୍ୟ ତା ୨୪.୦୪.୨୨ରିଖ ରବିବାର ଦିନ ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ,ଢ଼େଙ୍କାନାଳ ଆନୁକୁଲ୍ୟରେ ଅଭାସି କାର୍ଯ୍ୟକ୍ରମ ମାଧ୍ୟମ ରେ କବି ଜ୍ୟୋତି ନିରଞ୍ଜନ ପତି ଙ୍କ ସଭାପତିତ୍ବ ରେ” ଅଷ୍ଟାଦଶ କବିତା ଆସର _ଫଗୁଣ ତୁମେ ଗଲା ପରେ ” ଅନୁଷ୍ଠିତ ହୋଇ ଯାଇଅଛି।କାର୍ଯ୍ୟକ୍ରମ ର ପ୍ରାରମ୍ଭରେ କବି ଶ୍ରୀଯୁକ୍ତ ରାହାସ କୁମାର ବେହେରା ଉପସ୍ଥିତ ଥିବା ସମସ୍ତ କବି, କବିୟତ୍ରୀ ମାନଂକୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ ଏବଂ ରଶ୍ମିତା ରାଉତ ମାଙ୍ଗଳିକ ସଂଗୀତ ଗାନ କରି ଆସର କୁ ଜୀବନ୍ତ ଓ ମଧୁମୟ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସ୍ତମ୍ଭକାର, ଶିଶୁସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପୃଷ୍ଟି ମହୋଦୟ ଅତିଥି ରୂପେ ଯୋଗଦେଇ ଓଡ଼ିଆ ସାହିତ୍ୟ ର ମଧୁ ବିକାଶ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଉକ୍ତ କବିତା ଆସର ଟି ଦୁଇଟି ପାଖୁଡ଼ା ରେ ବିଭକ୍ତ କରାଯାଇ ଥିଲା।

 କବିତା ପ୍ରଥମ ପାଖୁଡ଼ା ରେ ରଞ୍ଜିତା ରାଉତ, ଦିନବନ୍ଧୁ ପୋଇ କାବ୍ୟିକ ସଂଯୋଜନା କରିଥିବା ବେଳେ ଦ୍ଵିତୀୟ ପାଖୁଡା ରେ ପ୍ରିୟବ୍ରତ ପରିଡା, ଲୀଳାବତୀ ପରିଡା ସଂଯୋଜନା କରିଥିଲେ।ଏହି ଅଭାସୀ କାର୍ଯ୍ୟକ୍ରମ ରେ ବିପିନ ବିହାରୀ ଶତପଥୀ,ଡଃ. ଚିନ୍ମୟ କବି, ତୁଷାର ମିଶ୍ର, ଗୌତମୀ ନାୟକ, ଅରୁନ୍ଧତୀ ନାୟକ, ବୀର କିଶୋର ନାୟକ, ଦେବୀ ପ୍ରସାଦ ନାୟକ, ରିନା ସେଠୀ, ଲୀଳାବତୀ ପରିଡା, ଅନିମା ପରିଡା, ପ୍ରିୟବ୍ରତ ପରିଡା, କାଦମ୍ବିନୀ ମାହାଖୁଡ, ସ୍ଵର୍ଣ୍ଣ ଲତା ରାଉତ, ଗୌରୀ ସାହୁ ସମେତ ଜିଲ୍ଲାର ବହୁ ସଂଖ୍ୟକ କବି କବୟିତ୍ରୀ କବିତା ପାଠ କରି ଆସର କୁ ସଫଳ କରିଥିଲେ lପରିଶେଷରେ କବିଜ୍ୟୋତି ନିରଞ୍ଜନ ପତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନିଶାଗ୍ରସ୍ତ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏକ ନୂଆ ସକାଳ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

Leave a Comment

error: Content is protected !!