ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରପଞ୍ଚଙ୍କ ନିଆରା ପ୍ରୟାସ, ବଜାରବାସୀଙ୍କୁ ଅଳିଆ ବାହାରରେ ନ ପକେଇବା ପାଇଁ କଲେ ନିବେଦନ

ବାଲେଶ୍ଵର, ୨୧/୭/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତର ସରପଞ୍ଚ ତୁଡିଗଡିଆ ବଜାର ବାସୀଙ୍କୁ ଅଳିଆ ଆର୍ବଜନା ବାହାରେ ନ ପକେଇବା ପାଇଁ କଲେ ସଚେତନ । ସରପଞ୍ଚ ମଦନ ମୋହନ ସାନ୍ତରା ଓ ଓ୍ବାଡ ପ୍ରତିନିଧି କୃଷ୍ଣଚନ୍ଦ୍ର ଧଡା, ଯୁଦ୍ଧିଷ୍ଟିର ମହାପାତ୍ର , ପ୍ରଭାକର ପଲେଇ, ବାସନ୍ତିଲତା ଦାସ, ସବିତା ବେହେରା, ବିନତି ପତି ପ୍ରମୁଖ ବଜାର ବାସୀଙ୍କୁ ଅଳିଆ ଆର୍ବଜନାକୁ ବାହାରେ ନ ପକାଇ କୁଣ୍ଡରେ ପକାଇବା ପାଇଁ ନିବଦେନ କରିଥିଲେ । ନିଜ ଦୋକାନ ସାମନାରେ ଏକ ଅଳିଆ କୁଣ୍ଡ ରଖି ସେଥିରେ ଅଳିଆ ପକାନ୍ତୁ । ତାହାକୁ ପଞ୍ଚାୟତ ନିଜସ୍ୱ ଉଦ୍ୟମରେ ସଂଗ୍ରହ କରିବ । ଏହି ଅବସରରେ ଜନସାଧାରଣ ତିନୋଟି ଅସୁବିଧା ଯାତ୍ରୀ ବିଶ୍ରାମଗାର , ଶୌଚାଳୟ ଓ ବଜାରର ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଦାବି ରଖିଥିଲେ । ଏହାକୁ ଶୀଘ୍ର ପୂରଣ କରିବେ ବୋଲି ସରପଞ୍ଚ ଶ୍ରୀ ସାନ୍ତରା ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉତ୍କଳ ରତ୍ନ ପ୍ରତିଭା ସମାରୋହ ଆସନ୍ତା ୧୦ରେ

Sunil Chandra Nayak

ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ର ପ୍ରତିଷ୍ଠା ଦିବସ

Sunil Chandra Nayak

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଭଗବତୀଚରଣଙ୍କ ସ୍ମୃତି ଦିବସ ଓ ଗୁରୁଚରଣଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!