ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବାହର ମାତ୍ର ୧୧ ଦିନ ମଧ୍ୟରେ ନବବଧୁର ମଥାରୁ ଲିଭିଗଲା ସିନ୍ଦୁର

           ହାତରୁ ଲିଭିନି ମେହେନ୍ଦି

ରୁପ୍ରା, ୨୨/୩  : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନା ପଲମ ଫାଣ୍ଡି ଅଧିନ ଖଇରମାଲ ଗ୍ରାମରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ଶୋକାକୂଳ ପରିବେଶ । ଗତ ୧୧ ତାରିଖରେ ବିବାହ ବନ୍ଧନରେ ବାନ୍ଧିହୋଇ ଶୁଖର ସଂସାର ପାଇଁ ସ୍ୱପ୍ନ ଦେଖୁଥିବା ନବ ବିବାହିତାଙ୍କ ମଥାରୁ ଲିଭି ଯାଇଛି ସିନ୍ଦୁର । ଜନୈକ ଯୁବକ ବିଶ୍ୱାମିତ୍ରଙ୍କ (୨୫ ବର୍ଷ) ବୟସରେ ବିବାହର ୧୧ ଦିନ ପରେ ଆଜି ତାଙ୍କର ହଠାତ୍ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଖଇରମାଲ ଗ୍ରାମର ସ୍ବର୍ଗତ ଟଙ୍କଧର ସାହୁଙ୍କ ପୁଅ ବୋଲି ଜଣାପଡିଛି । ତେବେ ଯୁବକ ଜଣକର ମୃତ୍ୟୁର କାରଣକୁ ନେଇ ସନ୍ଦେହ ଜନକ ହୋଇଥିବା ବେଳେ ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି, ସୂଚନା ମତେ ମୃତ ବିଶ୍ୱାମିତ୍ରଙ୍କ ସହ ତାଙ୍କ ପରିବାରର ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କକୁ ନେଇ ଏହି ଅଘଟଣ ଘଟିଛି ବୋଲି ଗ୍ରାମରେ ଚର୍ଚା ହେଉଥିବା ବେଳେ ଏହି ଘଟଣାକୁ ନେଇ ମୃତ ଯୁବକର ଶଶୁର ଙ୍କ ପରିବାର ପକ୍ଷରୁ ଶବକୁ ଧରି ଅମାଠ-ମ.ରାମପୁର ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥର ଖଇରମାଲ ଗ୍ରାମରେ ଦୀର୍ଘ ୩ଘଣ୍ଟା ଧରି ରାସ୍ତା ଅବରୋଧ କରାଯାଇଥିଲା । ପରେ କେସିଙ୍ଗା ଆଦର୍ଶ ଥାନା ଆଇଆଇସି ସତ୍ୟ ନନ୍ଦଙ୍କ ନେତୃତ୍ବରେ ପୁଲିସ ଫୋର୍ସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । କେସିଙ୍ଗା ଆଦର୍ଶ ଥାନା ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା କେଶ ନଂ ୪/ ୨୦୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ପଲମ ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ସୂଚନା ଦେଇଛନ୍ତି । ପୁଲିସ ଶବଟି କୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆଣି କେସିଙ୍ଗା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଶବଗୃହରଜ ରଖିଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୭ ଟା ସମୟରେ ଦେଢଶୁର ଓ ତାଙ୍କ ପତ୍ନୀ ଘରକୁ ଆସିଥିଲେ ଓ ନିଜ ସ୍ବାମୀଙ୍କୁ କ’ଣ କରିଥିଲେ ସେ ବିଷୟରେ ସେ କିଛି ଜାଣିନଥିବା ବେଳେ ସକାଳ ୧୦ ଟା ସମୟରେ ବିଶ୍ୱାମିତ୍ର ନିଜ ନବବିବାହିତା ସ୍ତ୍ରୀ ଙ୍କୁ ଘରୁ ବାହାର କରି ଭିତର ପଟୁ କବାଟ ଦେଇ ବେକରେ ରଶି ଲଗାଇ ସ୍ବାମୀ ଆତ୍ମହତ୍ୟା କରିଥିବା ନେଇ ନବବଧୂ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

  ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଜଗା କୁ ଜ୍ଵର

Sunil Chandra Nayak

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ୮ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ତୁମ୍ଭେ ହିଁ ସହାୟ ହୁଅ

Sunil Chandra Nayak

Leave a Comment

error: Content is protected !!