ଚନ୍ଦାହାଣ୍ଡି ୨୧/୧୦(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ରେ କ୍ଲଷ୍ଟର ସ୍ଥରିୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଶୁକ୍ରବାର ଦିନ ୧୦ ଟି କ୍ଲଷ୍ଟର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିବା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟା ନନ୍ଦ ସୋରି ସୂଚନା ଦେଇଛନ୍ତି । ଏଥିରେ ୧୦ କ୍ଲଷ୍ଟର ର ତ୍ରୁତୀୟ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନେ ଭାଗ ନେଇ ଥିଲେ । ସୁରଭି କାଯ୍ୟକ୍ରମ ରେ ତ୍ରୁତୀୟ ରୁ ସପ୍ତମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ କନିଷ୍ଠ ବର୍ଗ ଏବଂ ୮ମ , ନବମ, ଏବଂ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବରିଷ୍ଠ ବର୍ଗ ପ୍ରସ୍ତୁତ କରି ଛାତ୍ର ଛାତ୍ରୀ ମାନଙ୍କୁ , ନ୍ରୁତ୍ୟ, ଗୀତ,ବକ୍ରୁତା, ପ୍ରବନ୍ଧ, ଚିତ୍ରାଙ୍କନ, ଶ୍ରୁତି ଲିଖନ, ଏବଂ ହସ୍ତାକ୍ଷର , ପ୍ରତିଯୋଗିତା ଅନୁଷ୍ଟିତ ହୋଇ ଥିଲା । କ୍ରଷ୍ଟର ସ୍ଥର ରେ କୃତ୍ତୀ ଛାତ୍ର ଛାତ୍ରୀ ମାନଙ୍କୁ ଆସନ୍ତା ୨୭ ତାରିଖ ଦିନ ବ୍ଲକ ସ୍ଥରିୟ ସୁରଭି କାର୍ଯ୍ୟକ୍ରମ କୁ ନିଆଜିବ ବୋଲି ଜଣାପଡିଛି। ବ୍ଲକ ସ୍ଥରିୟ ସୁରଭି କାର୍ଯ୍ୟକ୍ରମ ରେ କ୍ରୁତକାର୍ଯ୍ୟ ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ସୁରଭି କାର୍ଯ୍ୟକ୍ରମ କୁ ପଠାଜିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରେମଚାନ୍ଦ ସିଂଧୁରୁଆ ସୁଚନା ଦେଇଛନ୍ତି । ଜମାଦାରପଡା କ୍ଲଷ୍ଟର ରେ ସି ଆର୍ ସି ସି ତ୍ରିପତି ଦଳେଇ ଙ୍କ ତତ୍ୱଭଧାନ ରେ ହୋଇ ଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜମାଦାରପଡା ସରପଂଚ କ୍ରଷ୍ଠ ଜାନୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ କ୍ରୁତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କ୍ରୁତ କରି ଥିଲେ । ତିଲିମାଳ କ୍ଲଷ୍ଟର ରେ ସି ଆର୍ ସି ସି ତିଳଚନ ନାୟକ ଙ୍କ ତତ୍ୱଭଧାନ ରେ ତିଲିମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବା ସହ ମୁଖ୍ୟ ଅତିଥିଭାବରେ ଜୋନ ୧ ଜିଲ୍ଲାପରିଷଦ ସଭ୍ୟା ବର୍ଷାରାଣୀ ପଟେଲ ମୁଖ୍ୟ ଅତିଥିଭାବରେ ଯୋଗଦାନ ଦେଇ କ୍ରୁତି ଛାତ୍ରାତ୍ରୀ ମାନଙ୍କୁୁ ପୁରସ୍କ୍ରୁତ କରିଥିଲେ । ସନ୍ଦିମୁଣ୍ଡା କ୍ଲଷ୍ଟର ରେ ସନ୍ଦିମୁଣ୍ଡା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଥିବା ସହ ସି ଆର୍ ସି ସି ବୀରବର ପଣ୍ଡା ପରିଚାଳନା କରି ଥିଲେ । ଚନ୍ଦାହାଣ୍ଡି କ୍ରଷ୍ଟର ରେ ସି ଆର୍ ସି ସି ବିଶ୍ୱ ରଞ୍ଜନ ପଣ୍ଡା, ମୋହୋରା କ୍ଲଷ୍ଟର ସି ଆର୍ ସି ସି ଏମ୍ ବିଘ୍ନେଶ୍ୱର ଆଚାରୀ, ସରଧାପୁର କ୍ଲଷ୍ଟର ସି ଆର୍ ସି ସି କୁମୁଦ କୁମାର ବାଘ, ଦଳବେଡା କ୍ଲଷ୍ଟର ସି ଆର୍ ସି ସି ରବିନ୍ଦ୍ର କୁମାର ନାୟକ, ପାଟଖଳିଆ ସି ଆର୍ ସି ସି ଅଭିରାମ ବଗର୍ତୀ, ଗମ୍ବାରୀଗୁଡା ସି ଆର୍ ସି ସି ରାଜେଶ କୁମାର ଦଣ୍ଡସେନା, ଏବଂ ମାଳଗୁଡିଆପଡା କ୍ଲଷ୍ଟର ରେ ସି ଆର୍ ସି ସି ଡିଙ୍ଗର ଜଗତ ସୁରଭି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଜୋନ ୨ ଜିଲ୍ଲା ପରିଷଦ ସଭ୍ୟା କେତକୀ ମଲ୍ଲୀ ଗୌଡ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇ କ୍ରୁତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କ୍ରୁତ କରି ଥିଲେ ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ