ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ସମ୍ମିଳନୀ

 ନୂଆପଡା ଜିଲ୍ଲା ଖଡିଆଳ ବିଜ୍ଞାପିତ ପରିଷଦରେ କାର୍ଯ୍ୟରତ ହୋମିଓ ପ୍ୟାଥି ଡାକ୍ତର ସିଦ୍ଧାର୍ଥ ମହାପାତ୍ର ପରିଷଦ କାର୍ଯ୍ୟାଳୟ ପରିସରରେ ଠିଆ ଠିଆ ରୋଗୀ ସେବା କରୁଥିବା ଓ ରୋଗୀ ସେବା ପାଇଁ ପରିଷଦ ପକ୍ଷରୁ ଡାକ୍ତରଙ୍କୁ ସ୍ଥାନ ଦିଆଯାଇ ନ ଥିବା ନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏହି ଘଟଣାକୁ ନେଇ ଆଜି ପରିଷଦର ଅଧକ୍ଷ ଉଜ୍ଜଳ ଗୁପ୍ତା ଖବରକୁ ମିଥ୍ୟା ବୋଲି ପ୍ରକାଶ କରିବା ସହ ଖବରରେ ଆସିବା ପାଇଁ କିଛି ଗଣମାଧ୍ୟମକୁ ନେଇ ଡାକ୍ତର ନାଟକ ରଚିଥିବା ପ୍ରକାଶ କରିଚନ୍ତି । ଡାକ୍ତରଙ୍କ ରୋଗୀ ସେବା ପାଇଁ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟରେ ଅନେକ କୋଠରୀ ଅଛି । ଯାହା ସେ ରୋଗୀ ସେବା ପାଇଁ ବ୍ୟବହାର କରିପାରି ଥାନ୍ତେ । ସେ ବିଜ୍ଞାପିତ ପରିଷଦର ହୋମି ପ୍ୟଥି ଡାକ୍ତର ଶହ ଜଣେ ନୋଡାଲ ଅଫିସର ହୋଈ ବିଜ୍ଞାପିତ ପରିଷଦକୁ ବଦନାମ କରୁଥିବା ଅଧକ୍ଷ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ ଡାକ୍ତରଙ୍କୁ କାରଣ ଦର୍ଷାଓ ନୋଟିସ ଜାରି କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଡାକ୍ତର ଶ୍ରୀ ମହାପାତ୍ର ଖଡିଆଳରେ ଦୀର୍ଘ ଦିନ ହେଲା କାର୍ଯ୍ୟ କରୁଥିବା ବେଲେ ଗତ ଜୁଲାଇ ମାସରେ ଜିଲ୍ଲାର ଖରୀଆର ରୋଡକୁ ତାଙ୍କର ବଦଳି ହୋଇଥିଲା । ଏହି ବଦଳି ପରେ ବିଜ୍ଞାପିତ ପରିଷଦ ଡାକ୍ତର ରୋଗୀ ସେବା କରୁଥିବା କେବିନ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲିଜ ଦେଇ  ଥିଲେ ଗତ ୧ ତାରିଖରେ ପୁଣି ଖଡ଼ିଆଳକୁ ଡାକ୍ତରଙ୍କ ବଦଳି ହୋଈ ନିଜ କାର୍ଯ୍ୟରେ ଯୋଗ ଦେଇଥିଲେ । ଡାକ୍ତରଙ୍କ ରୋଗୀ ସେବା ପାଇଁ ପରିଷଦର ସମ୍ମୁଖରେ ଥିବା ପୁରାତନ ସ୍ବାସ୍ଥ୍ୟ କେନ୍ଦ୍ରର ଏକ କୋଠରୀ ବ୍ୟବସ୍ଥା କରାଯିବା ସହ ସେହି ସ୍ଥାନରେ ଚାଳିଥିବା ନୂତନ କୋଠରୀ ସମ୍ପୂର୍ଣ ପରେ ବ୍ୟବହାର ପାଇଁ ଡାକ୍ତରଙ୍କ ଶହ ପରିଷଦ ଅଧ୍ୟକ୍ଷ ନିର୍ବାହି ଅଧିକାରୀଙ୍କ ଆଲୋଚନା ହୋଇଥିଲା। କିନ୍ତୁ କାଲି କିଛି ଗଣ ମାଧ୍ୟମରେ ଡାକ୍ତରଙ୍କ ରୋଗୀ ସେବା ଉପରେ ଖବର ପ୍ରକାଶ ପରେ ଏହାକୁ ଡାକ୍ତରଙ୍କ ନାଟକ ବୋଲି ପରିଷଦ ଅଧକ୍ଷ ପ୍ରକାଶ କରିଛନ୍ତିଭ। ଅନ୍ୟପକ୍ଷରେ ଏହି ଖବରକୁ ନେଇ ଡାକ୍ତର ପରିଷଦ ଅଧକ୍ଷଙ୍କ ଶହ ଆଲୋଚନା ହୋଇଥିବା ପ୍ରକାଶ କରିବା ସହ ସେ ନିଜ ରୋଗୀଙ୍କୁ ଚିକିତ୍ସା କରୁଥିଲେ କିଏ କଣ କରିଛି ସେ ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଜ୍ଞାମୟୀ ଶ୍ରୀମତୀ ମମତା ଶତପଥୀ ଙ୍କ କବିତା ଚାଲ ଫେରିଯିବା ଆଦିମ ଯୁଗକୁ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ ର ସାମ୍ବିଧାନିକ ସମ୍ମିଳନୀ ଓ ସାଂଗଠାନିକ ନିର୍ବାଚନ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଡ ବ୍ଲୁ ଓ ଡି ସି ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ ଙ୍କ କ୍ଷେତ୍ର ପରିଦର୍ଶନ

Leave a Comment

error: Content is protected !!