ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଦିବାସୀ ସଂଘ ପକ୍ଷରୁ ଖଡ଼ିଆଳ ବ୍ଳକ ଘେରାଓ

 ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ଛୁରୀ ମାଡ ଘଟଣାରେ ଜଣେ ମୃତ ଓ ଦୁଇ ଜଣ ଗୁରୁତର ଯୁବକଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଜିଲ୍ଲାରେ ଲାଗିରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଦିବାସୀ କଲ୍ୟାଣ ସଙ୍ଘର ସମ୍ପାଦକ ବାଳକୃଷ୍ଣ ସବରଙ୍କ ନେତୃତ୍ୱରେ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ ଓ ୩୫୩ ନଂ ଜାତୀୟ ରାଜପଥ ଅବରୋଧ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ନାରାୟଣ ସାହୁଙ୍କୁ ୧୪ ଦଫା ଦାବିପତ୍ର ପ୍ରଦାନ । ପ୍ରଥମେ ଆଦିବାସୀଙ୍କ ପାରମ୍ପରିକ ବେଶ ଭୁଷାରେ ବିଶାଳ ଶୋଭାଯାତ୍ରାରେ ବାହାରି ଖଡ଼ିଆଳ ସହର ପରିକ୍ରମା କରିଥିଲେ ଓ ବ୍ଲକ ଛକ ନିକଟରେ ସଭା କରି ବିକ୍ଷୋଭ ପ୍ରଦର୍ଶନ କରି ଗତ ଅକ୍ଟୋବର ତା.୦୪ ଦିନ ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରଭା ଶବରଙ୍କୁ ଖଡିଆଲ ୱାର୍ଡ ନଂ.୫ ନିବାସୀ ସାଗର ସାହୁ ଓ ନିରାକାର ସାହୁ ଛୁରୀରେ ଆକ୍ରମଣ କରିଥିବା ଯୋଗୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଓ ଅନ୍ୟ ଦୁଇଜଣ ସୁରେନ୍ଦ୍ର ଶବର ଓ ଦେବେନ୍ଦ୍ର ଶବର ଛୁରୀରେ ଆକ୍ରମଣ ଶିକାର ହୋଇଥିବାରୁ ରାୟପୁର ଶ୍ରୀ ବାଲାଜୀ ହସପିଟାଲରେ ମରଣର ସହିତ ସଂଗ୍ରାମ କରୁଛନ୍ତି । ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ଝଗଡା ସମୟରେ ସଜନେ ଶବର, କିଆଫୁଲ ଶବର, ଆସାମୀ ମାନଙ୍କୁ ଝଗଡା ନକରିବାକୁ କହିବାରୁ ଆସାମୀ ଦ୍ୱୟ ମହିଳା ମାନଙ୍କୁ ଅଶ୍ଳୀଳ ଭାଷାରେ ଓ ଜାତିଗତ ଗାଳି ଦେଇ ସେମାନଙ୍କ ଶାଢ଼ୀକୁ ଟଣା ଓଟରା କରି ଧକ୍କା ମାରି ତଳେ ପକାଇ ଦେଇଥିଲେ ।ଉପରୋକ୍ତ ତିନିଜଣ ଆକ୍ରାନ୍ତିତ ବ୍ୟକ୍ତି ନିରୀହ,ଓ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ବ୍ୟକ୍ତି ଅଟନ୍ତି ସେମାନଙ୍କ ଉପରେ ତାଙ୍କର ପରିବାର ନିର୍ଭର କରୁଥିବା ବେଳେ ବର୍ତ୍ତମାନ ଅସହାୟ ହୋଇ ଯାଇଛନ୍ତି । ହେଲେ ପରିତାପର ବିଷୟ ଯେ, ଘଟଣାର ଘଟି ୧୮ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଘୋଷଣା କରିଥିବା କୌଣସି ସହାୟତାରର ଯୋଗାଇ ଦିଆଯାଇ ନାହିଁ । ୧୯୯୫ ଆଇନ ଆଦିବାସି, ହରିଜନ ଜାତି ଆଇନ ଅନୁସାରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ ମୁତାବକ ୨୧ ଦିନ ମଧ୍ୟରେ ମୃତକଙ୍କ ୮,୫୦୦୦୦ ଟଙ୍କା ପ୍ରଦାନ । ମୃତକଙ୍କ ଦୁଇ ନାବାଳିକା ଝୀଅ ଓ ଗୋଟିଏ ନାବାଳକ ପୁଅକୁ ମୁକ୍ତ ଶିକ୍ଷା ପ୍ରଦାନର ବ୍ୟବସ୍ଥା ସହିତ ତାଙ୍କର ପରିବାରକୁ ଆଜୀବନ ଭରଣ ପୋଷଣ ବ୍ୟବସ୍ଥା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ଗୋଟିଏ ପକ୍କା ଘର ଦେବାର ବ୍ୟବସ୍ଥା । ସୁଖବାସୀ ମୃତକଙ୍କ ପିରବାରକୁ ଅନ୍ତତଃ ପକ୍ଷେ ୪ ହେକ୍ଟର ଚାଷ ଜମି ପ୍ରଦାନ । ଚିକିତ୍ସିତ ହେଉଥିବା ଦୁଇ ଭାଈଙ୍କ ଉପାର୍ଜନରେ ପରିବାର ଚଳୁଥିଲେ ସେମାନେ ଉପାର୍ଜନକ୍ଷମ ହେବା ପର୍ଯ୍ୟନ୍ତ ତାଙ୍କର ପିରାବରକୁ ଭରଣ ପୋଷଣ ବ୍ୟବସ୍ଥା । ହତ୍ୟା ଘଟଣାର ଆସାମୀ ଦ୍ୱୟଙ୍କୁ ଫାସି ଦଣ୍ଡରେ ଦଣ୍ଡିତ କରାଯାଉ । କୋମନା ବ୍ଲକ ଅନ୍ତର୍ଗତ ଭେଲା ଗ୍ରାମର ଖ୍ରୀଧର ମୃତ୍ୟୁ ଘଟଣା ମର୍ଡର ହୋଇଥିବା ସନ୍ଦେହ ଥିବାରୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯାଉ ଏବଂ ମୃତକଙ୍କ ପରିବାରକୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଯୋଗାଇ ଦିଆଯାଉ ।ନୂଆପଡା ଜିଲ୍ଲାର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନେ ଗୋଟିଏ ବ୍ଲକରେ ୧୨/୧୩ ବର୍ଷ କାର୍ଯ୍ୟ କରିସାରି ଥିବାରୁ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉ । କୋମନା ବ୍ଲକ ଅନ୍ତର୍ଗତ ସାହେଜେଟ୍ ସେବାଶ୍ରମରେ ବ୍ୟାପକ ଦୁର୍ନୀତିର ଉଚିତ୍ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏପରି ୧୪ ଦଫା ଦାବୀ ପତ୍ର ପ୍ରଦାନ କରିଥିଲେ ଆଦିବାସୀ କଲ୍ୟାଣ ସଙ୍ଘ ପକ୍ଷରୁ ସଭାପତି ଭାନୁପ୍ରତାପ ସିଂ ମାଝୀ, ଉପଦେଷ୍ଟା ଜୟରାମ ଶବର ଭକ୍ତରାମ ଶବର, ଶବର ସମାଜର ସମ୍ପାଦକ ବିଦୁର ଶବର, ଖଡ଼ିଆଳ ବ୍ଲକ ସଭାପତି କାର୍ତ୍ତିକେଶ୍ୱର ମଲ୍ଲିକ, ସିନାପାଲି ସଭାପତି ଦୁର୍ବଳ ମାଝୀ, ବୋଡେ଼ନ ସଭାପତି ଲକ୍ଷଣ ଭୋଇ କୋମନା ବିଶେଶ୍ୱର ଧରୁଆ ନୂଆପଡା ସଭାପତି ଭକ୍ତବନ୍ଧୁ ଧରୁଆ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଅବସରେ ହରିଶ୍ଚନ୍ଦ୍ର ଯୋଜନାରୁ ଦୁଇ ହଜାର ଟଙ୍କା, ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା, ଜତୀୟ ପରିବାର ମଙ୍ଗଳ ଯୋଜନା କୋଡିଏ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶ୍ରୁତି, ଦୁଇ ହେକ୍ଟର ଜମି ପ୍ରଦାନ ପ୍ରତିଶ୍ରୁତି, ପ୍ରଧାନୀ ଆବାସ ଦେବା ପ୍ରତିଶ୍ରୁତି, ହରିଜନ, ଆଦିବାସୀ ଆଇନ ଅନୁଯାୟୀ ଯେଉଁ ସହାୟତା ଅଛି ତାହା ଯୋଗାଇ ଦିଆଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ପ୍ରଶାସନ ପକ୍ଷରୁ ବିଡ଼ିଓ ଶ୍ରୀ ସାହୁ, ଅତିରିକ୍ତ ତହସିଲଦାର ଭୁପିନ୍ଦର ସିଂ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଏସ୍ଡିପିଓ ସନ୍ତକ ଜେନା, ଆଇ ଆଇ ସି ଅନିରୁଦ୍ଧ ମୁଦୁଲି ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୟୂରଭଂଜ – ଦୁବୁଲାବେଢ଼ା ଗ୍ରାମର ବହୁ ଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ସ୍ବର୍ଗତ ରାଧା ଚରଣ ବାରିକ ପରିବାର ର ୮୦ ଜଣ ସଦସ୍ୟ ଏକା ସାଙ୍ଗରେ ନୂଆଖାଇଲେ

Sunil Chandra Nayak

ରାଜ୍ୟ ପରିବହନ ବିଭାଗ ର ନୂଆ ନିର୍ଦେଶନାମା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort