ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ  ଙ୍କ କବିତା ଅଧାଗଢା ଠାକୁର 

ଅଧାଗଢା ଠାକୁର 

କବିତା ସାହୁ 

 

ତୁମେ ଆଦି ଅନ୍ତ ତୁମେ ମହା ପୂର୍ଣ୍ଣ୍ଯ 

ତୁମେ ଅନନ୍ତ ଅକ୍ଷୟ ଦାରୁବ୍ରହ୍ମ। 

ତୁମେ ସୃଷ୍ଟି ସ୍ଥିତି ଅଗମ୍ଯ ଅଚଳ

ତୁମେ ଅବ୍ୟକ୍ତ ପରମ ଜୀବପାଳ।

ବ୍ରହ୍ମାଣ୍ଡ ଠାକୁର ହେ ପରମେଶ୍ଵର 

ସର୍ଜିଲ ଅଧା ଗଢା ଶରୀର ନିଜର। 

ପତା ପଡେ ନାହିଁ ଚକା ଆଖିରେ

ଚାହିଁଥାଅ ପ୍ରଭୁ ଅପଲକରେ।

ନାକ ଅଛି ପୁଡା ନାହିଁ ପିନ୍ଧ ନାକଚଣା 

ପାଟି ଖୋଲ ନାହିଁ ଖାଅ ଷାଠିଏ ପଉଟି 

ନାଲି ଓଠେ ହସୁଥାଅ ପ୍ରଭୁ ଦିନରାତି। 

କାନ ନାହିଁ ଶୁଣ ସବୁ ପିନ୍ଧ ଯେ କୁଣ୍ଡଳ

ହାତ ଅଧା ସିନା ଦିଏ ପୂର୍ଣ୍ଣ କରି ଥାଳ ।

ଗୋଡ ନାହିଁ ସିନା ବୁଲ ଚଉଦ ଭୁବନ

କୋଟି ସୂର୍ଯ୍ୟ ସମ ତେଜମୟ ବାମନ।

ଶରୀର ଘନ ତୁମ କଳା ଅନ୍ଧାର

ତୁମ ଭଳି ନାହିଁ କେହି ସଂସାରେ ସୁନ୍ଦର ।

ପିନ୍ଧ ଝିନବାସ ମଠା ପାଟ ପିତାମ୍ବରୀ ।

ସବୁ ଥିରେ ଝଲସ କୋଟି ମନ ହାରୀ 

ତୁମେ ସତ୍ଯ ନିତ୍ଯ ତୁମେ ଜ୍ୟୋତିର୍ମୟ ।

ଦୁବ ତୁଳସୀ ମରୁଆ  କେତକି ଟଗର 

ମଲ୍ଲି କିଆ ନାନା ପୁଷ୍ପେ ଶୋଭିତ ଶରୀର ।

ରାଜ ରାଜେଶ୍ବର ବେଶେ ଦର୍ଶନ ତୁମର।

ଝଲସି ଉଠିବ ତିନି ଭୁବନ ଠାକୁର। 

ଭକ୍ତ ମନେ ଭରି ଦିଅ  ଭକତି ତୁମର। 

ଆହେ ବିଶ୍ବପତି କୋଟି ବ୍ରହ୍ମାଣ୍ଡ ଈଶ୍ବ

ଜୟପୁର

Related posts

ମହିଳା ମହାବିଦ୍ୟାଳୟ ରେ ଶିକ୍ଷା (ଏଜୁ କେସନ୍) ବିଭାଗ ର ସେମିନାର

Sunil Chandra Nayak

କେବିସି ବିଜେତା ନାମରେ ଠକେଇ ଅଭିଯୋଗ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ମା

Leave a Comment

error: Content is protected !!