ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁନା ସେଠୀ ଙ୍କ କବିତା ଫେରିବ କାଳିଆ ସୁନା

ଫେରିବ କାଳିଆ ସୁନା

କୁନା ସେଠୀ

 

ବାହୁଡ଼ି ଆସିବ କାଳିଆ ଠାକୁର

ନଅ ଦିନ ବିତିଗଲା

ଜନମ ବେଦିରେ ନିଳା ଖେଳା କରି

ଶ୍ରୀମନ୍ଦିର ଇଛା କଲା ।

 

ହଟିଆ ଠାକୁର ହଟ ଲଗାଉଛି

ହଟ ପଣ ନେଇ ତାର

ହାଟ ରେ ବାଟରେ ନାମ କୁ ତାହାର

ଡାକୁଛନ୍ତି ବାର ବାର ।

 

ଶ୍ରୀମନ୍ଦିର ଶୂନ୍ୟ ହୋଇଛି ଏବେତ

ଖାଲି ଖାଲି ଲାଗେ ଘର

ଲକ୍ଷ୍ମୀ ସାଆନ୍ତାଣୀ ଘରର ଘରଣୀ

ରାଗେ ହୋଇଛନ୍ତି ଦୂର ।

 

ସେବକ ଡାକନ୍ତି ମଣିମା ମଣିମା

ଶୁଣ ହେ ଗୁହାରି ଆମ

କେତେ ଦିନ ଆଉ ଦୁରେଇ ରହିବ

ବନ୍ଦ ହେବ ଆମ କାମ ।

 

ପୂଜାରୀ ଡାକନ୍ତି ଠାକୁର ଠାକୁର

ଫୁଲ ଚନ୍ଦନ କୁ ନେଇ

ଆସହେ ଗୋସାଇଁ ପୂଜିବି ତୁମକୁ

ମନ ମୋର ପାଦେ ଦେଇ ।

 

ମନ୍ଦିର ଡାକଇ ହେ ପ୍ରଭୁ ଈଶ୍ୱର

ସିଂହାସନେ ବିଜେ କର

ତୁମ ବିନା ଜମା ଭଲ ଲାଗେ ନାହିଁ

ଶ୍ରୀହୀନ କର ହେ ଦୂର ।

 

ବାଇଶି ପାହାଚ ଆକୁଳେ କୁହନ୍ତି

ଆସ ଆସ ପ୍ରଭୁ ଚଢି

ଧନ୍ୟ ହୋଇବ ଏ ଶରୀର ଆମ

ତୁମରି ପାଦ ଯେ ପଡି ।

 

ସାଧୁ ସନ୍ଥ ଯେତେ ଡାକନ୍ତି ଭକତେ

ଆସ ଆସ ଭାବ ଗ୍ରାହୀ

ଭାବକୁ ନିକଟ ଅଭାବ କୁ ଦୂର

ତୁମେ ପରା ବିଶ୍ୱ ସାଇଁ ।

 

ସମସ୍ତଙ୍କ ଡାକେ ଭାଙ୍ଗିଗଲା ନିଦ

ଉଠିଲେ କାଳିଆ ହାଥି

ଚଢ଼ିବେ ରଥରେ ଫେରିବେ ମନ୍ଦିର

ସଙ୍ଗେ ଥିବେ ସବୁ ରଥୀ ।

ଭୁତସରସିଙ୍ଗି, ଗଞ୍ଜାମ

Related posts

ସାହିତ୍ୟ ଅଗଣା

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ୩୬ ଜିଲ୍ଲାପରିଷଦ ସଭ୍ଯ ପ୍ର।ଥି ଙ୍କର ଭାଗ୍ଯନିର୍ଦ୍ଧରଣ କରୁଛନ୍ତି ୧୦୫୬୧୯୪ ଜଣ ଭୋଟର 

Sunil Chandra Nayak

ସରୋଜିନୀ ପତି ଙ୍କ କବିତା ନାଭି କ୍ଷେତ୍ର ରଥଯାତ୍ରା 

Sunil Chandra Nayak

Leave a Comment

error: Content is protected !!