ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ବଡ଼ଦାଣ୍ଡେ ଆସେ ରଥ ପରେ ବସେ

   ଭକ୍ତ ପାଳେ ତା ସଂସ୍କୃତି

ବର୍ଷ ବର୍ଷ ଧରି ଚାଲେ ଲୀଳା ଖେଳା

   ଭକ୍ତ ମାଗୁଛି ଭକତି।

ଟାହିଆ ମେଲାଇ ବାହୁକୁ ହଲାଇ

    ଝୁଲି ଝୁଲି ଆସ ରଥେ

ଭକତ ଡୋରିରେ ବାନ୍ଧି ହୋଇ ଅଛ

      ଆହେ କାଳିଆ ସାଆନ୍ତେ।

ଚରମ ନଖର ଦୂରତା ଯେତିକି

    ପାଶେ ଭକ୍ତ ଭଗବାନ 

ଭକ୍ତି ରେ ମିଳୁଛି ଶକ୍ତି ଯାହା କେତେ

    ବାରେ ଦିଅ ଦରଶନ।

ଧୂପ ଦୀପ ପୂଜା କରୁଛି ମୁଁ ସତେ

    ଜଗତ ରଖ ମଙ୍ଗଳ

ସଂସାର ତୁମରି ତୁମ ହାତେ ଦେଲି

   ଯାହାକୁ ଯାହା ସଫଳ।

ତୁମ ଦରଶନ ଭକ୍ତି ମୋ ଜୀବନ

    ନିତି କରୁଥାଏ ପୂଜା

ତୁମ ଗୁଣ ଗାନ କରୁଛି ପ୍ରଚାର

     ଜଗତେ ଉଡୁଛି ଧ୍ଵଜା।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଐତିହସିକ ପୋଡାଗଡ ରେ ନୁଆଖାଇ ଭେଟ୍ ଘାଟ୍

Sunil Chandra Nayak

କୂଅ ଭିତରୁ ମୃତ ଗାଈ କୁ ଉଦ୍ଧାର କଲେ ଦମକଳ କର୍ମଚାରୀ

Sunil Chandra Nayak

କାମାକ୍ଷାନଗର ଏନ୍ ଏ ସି ରେ ଜଳଛତ୍ର ର ଶୁଭ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!