ଜଣାଣ
ମାନଗୋବିନ୍ଦ ସ୍ବାଇଁ
ବଡ଼ଦାଣ୍ଡେ ଆସେ ରଥ ପରେ ବସେ
ଭକ୍ତ ପାଳେ ତା ସଂସ୍କୃତି
ବର୍ଷ ବର୍ଷ ଧରି ଚାଲେ ଲୀଳା ଖେଳା
ଭକ୍ତ ମାଗୁଛି ଭକତି।
ଟାହିଆ ମେଲାଇ ବାହୁକୁ ହଲାଇ
ଝୁଲି ଝୁଲି ଆସ ରଥେ
ଭକତ ଡୋରିରେ ବାନ୍ଧି ହୋଇ ଅଛ
ଆହେ କାଳିଆ ସାଆନ୍ତେ।
ଚରମ ନଖର ଦୂରତା ଯେତିକି
ପାଶେ ଭକ୍ତ ଭଗବାନ
ଭକ୍ତି ରେ ମିଳୁଛି ଶକ୍ତି ଯାହା କେତେ
ବାରେ ଦିଅ ଦରଶନ।
ଧୂପ ଦୀପ ପୂଜା କରୁଛି ମୁଁ ସତେ
ଜଗତ ରଖ ମଙ୍ଗଳ
ସଂସାର ତୁମରି ତୁମ ହାତେ ଦେଲି
ଯାହାକୁ ଯାହା ସଫଳ।
ତୁମ ଦରଶନ ଭକ୍ତି ମୋ ଜୀବନ
ନିତି କରୁଥାଏ ପୂଜା
ତୁମ ଗୁଣ ଗାନ କରୁଛି ପ୍ରଚାର
ଜଗତେ ଉଡୁଛି ଧ୍ଵଜା।