ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଲଟିଲା ବରଯାତ୍ରୀ ବୋଲେରୋ, ୬ ରୁ ଉର୍ଦ୍ଧ୍ବ ଆହତ

ବାଲେଶ୍ଵର,୦୯/୭/୨୨- ଓଲଟିଲା ବରଯାତ୍ରୀ ବୋଲେରୋ, ୬ ଜଣରୁ ଉର୍ଦ୍ଧ୍ବ ଆହତ । ଏମିତି ଏକ ଘଟଣା ଘଟିଛି ଖଇରା ଥାନା ଅଞ୍ଚଳରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ଵର ଜିଲ୍ଲା ସୋର-କୁପାରୀ-ଆଗରପଡା ରାସ୍ତାର ପଦୁନା ଗ୍ରାମ ନିକଟରେ ଭୋର ସମୟରେ ଏକ ବରଯାତ୍ରୀ ବୋଲେରୋ ଗାଡି ଓଲଟି ପଡିଛି । ସେଥିରେ ଥିବା ୬ ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛି । ଏହା ଦେଖି ରାସ୍ତାରେ ଯାଉଥିବା ଛେଳି ବେପାରୀ ଗାଡି ଭିତରୁ ଆହତ ମାନଙ୍କୁ ଉଦ୍ଧାର କରିଥିଲେ । ଉକ୍ତ ବରଯାତ୍ରୀ ବୋଲେରୋ ଗାଡିଟି ସୋର ଅଞ୍ଚଳକୁ ବରଯାତ୍ରୀ ମାନଙ୍କୁ ନେଇ ଯାଇଥିଲା । ସେଠାରୁ ବିବାହ କାର୍ଯ୍ୟ ସାରି କେନ୍ଦୁଝର ଜିଲ୍ଲା ଛେନାପଦୀ ଅଞ୍ଚଳକୁ ଫେରୁଥିବା ବେଳେ ପଦୁନା ଗ୍ରାମ ନିକଟରେ ଘଟିଥିଲା ଦୁର୍ଘଟଣା, ଯାହା ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜନସାଧାରଣଙ୍କ ସୂଚନା ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣା ପଡିନାହିଁ । ରାତି ଅନିଦ୍ରା ହେତୁ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତା ତଳକୁ ଉଲଟି ପଡିଥିବାର ସନ୍ଦେହ କରାଯାଇଛି । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆମ୍ବ ଗଛରୁ ପଡି ଯୁବକ ମୃତ

Sunil Chandra Nayak

କୂଅରେ ପଡିଥିବା ବିଲୁଆକୁ ଉଦ୍ଧାର କଲା ବନ ବିଭାଗ , ଚିକିସ୍ସା କରି ଜଙ୍ଗଲରେ ଛାଡିଲା 

Sunil Chandra Nayak

ପିଏମ କିଷାନ ଯୋଜନା: ଚାଷୀମାନଙ୍କୁ ଦ୍ୱାଦଶ କିସ୍ତି ଟଙ୍କା ଭେଟି, ୧୨ କୋଟି କୃଷକ ଉପକୃତ

Sunil Chandra Nayak

Leave a Comment

error: Content is protected !!