ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଇସୁରୁଣୀ ଛକ ଠାରେ ଗଣଧାରଣା ଓ ରାସ୍ତା ରୋକ

ଥୁଆମୂଳ ରାମପୁର:୯/୭ – ଶିକ୍ଷା ବ୍ଯବସ୍ଥାରେ ଅବହେଳା ଓ ସମସ୍ଯା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଥୁଆମୂଳ ରାମପୁର ବ୍ଳକର ଅଞ୍ଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ଅଞ୍ଚଳ ର ଶିକ୍ଷା ବ୍ଯବସ୍ଥା ପରିବର୍ତ୍ତନ ର ନାଁ ଗନ୍ଧ ଧରୁନାହିଁ। ଦୁର୍ଗମ ଅଧ୍ଯୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକର କିଛି ବିଦ୍ୟାଳୟରେ ଶିକ୍ଷକ ନିୟୋଜିତ ରହିଥିଲେ ମଧ୍ୟ କିଛି ଶିକ୍ଷକ ଭବାନୀପାଟଣା ଓ ଅନ୍ଯାନ୍ଯ ସ୍ଥାନରେ ଅବସ୍ଥାନ କରି ସେମାନେ ଶିକ୍ଷା ଦାନ କରୁଛନ୍ତି, ତେବେ ବାସ୍ତବରେ ଶିକ୍ଷା ଦାନ କ୍ଷେତ୍ରରେ ନିଶ୍ଚୟ ଭାବରେ କୁପ୍ରଭାବ ପଡୁଅଛି। ଏହା ସହିତ ଦୁର୍ଗମ ଅଞ୍ଚଳର କିଛି ବିଦ୍ଯାଳୟରେ ପ୍ରାୟ ସମୟରେ ତାଲା ପଡିଥିବା ଘଟଣା ବେଳେ ବେଳେ ସାମ୍ମାନାକୁ ଆସିଥାଏ। ଶିକ୍ଷା ବିଭାଗର ବ୍ଯବସ୍ଥା ଅନୁସାରେ କିଛି ବିଦ୍ୟାଳୟ ରାଜ୍ଯ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ରହିଥିବା ବେଳେ ତଫସିଲଭୁକ୍ତ ଜାତି,ଜନଜାତି ମଙ୍ଗଳ ବିଭାଗ ଅଧୀନରେ ହଷ୍ଟେଲ ଗୁଡିକ ପରିଚାଲିତ ହୋଇଥାଏ। ଏହି ହଷ୍ଟେଲରେ ଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ଅନେକ ସୁବିଧା ସୁଯୋଗ ରହିଥିଲେ ସୁଦ୍ଧା ବିଦ୍ୟାଳୟରେ ଥିବା ଶିକ୍ଷକଙ୍କ ଅବହେଳା ଓ ଲାଭଖୋର ମନୋଭାବ ଯୋଗୁଁ ହଷ୍ଟେଲ ବ୍ଯବସ୍ଥାରେ ଅବହେଳା ସୃଷ୍ଟି ହେଉଥିବା ଜଣାପଡିଛି। ହଷ୍ଟେଲରେ ଅନିୟମିତତା ବାତାବରଣ ଯୋଗୁଁ ଗରିବ ଛାତ୍ରଛାତ୍ରୀ ଙ୍କ ଦୁଃଖ ଦିନକୁ ଦିନ ବୃଦ୍ଧି ପାଉଅଛି ଏହା ଯୋଗୁଁ ପାଠପଢାରେ ବାଧାପ୍ରାପ୍ତ ହେଉଛି। ଏପରିକି ତଫସିଲଭୁକ୍ତ ଜାତି ଓ ଜନଜାତି ଗରିବ ଛାତ୍ରଛାତ୍ରୀ ପାଇଁ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ କାଠଘରା ସେବାଶ୍ରମ ଠାରେ ଶହେ ଶଯ୍ଯା ବିଶିଷ୍ଟ ଛାତ୍ରୀ ନିବାସ ରହିଅଛି। ଏହି ବିଦ୍ୟାଳୟ ଏବେ ସମସ୍ୟା ଘରରେ ରହିଅଛି। ବିଦ୍ୟାଳୟ ପରିଚାଳନାରେ ବାଧାପ୍ରାପ୍ତ ହେଉଅଛି ଯାହାକି ଏଠାରେ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳା ସହିତ ବିଦ୍ୟାଳୟରେ ପାନୀୟ ଜଳ ବ୍ଯବସ୍ଥା ସମ୍ପୂର୍ଣ୍ଣ ଭାବରେ ଭୂଷୁଡି ପଡିଛି। ସେହିପରି ଗୁଣୁପୁର ଠାରେ ତଫସିଲଭୁକ୍ତ ଜାତି ଜନଜାତି ମଧ୍ଯ ମଙ୍ଗଳ ବିଭାଗ ଦ୍ବାରା ପରିଚାଳିତ ଏହି ଦୁଇଗୋଟି ବିଦ୍ୟାଳୟର ସମସ୍ଯାର ସମାଧାନ ପାଇଁ ଅଞ୍ଚଳବାସୀ ପ୍ରତିବାଦ କରିଥିଲେ। ଦୁଇଟି ବିଦ୍ୟାଳୟର ସୁବ୍ଯବସ୍ଥା ଦାବିରେ ସାଇସୁରୁଣୀ ଛକଠାରେ ଅଞ୍ଚଳବାସୀ ରାସ୍ତା ରୋକ ଓ ଗଣଧାରଣା ଦେଇଥିଲେ। ଅନ୍ଯପକ୍ଷରେ ଦେଖିବାକୁ ଗଲେ ଅନେକ ବିଦ୍ୟାଳୟରେ ଦୀର୍ଘ ଦିନ ହେବ ଶିକ୍ଷକ ସେଠାରେ ହିଁ ରହିଛନ୍ତି, ଯାହାଫଳରେ ସେହି ଶିକ୍ଷକ ମାନେ ପ୍ରାୟତଃ ଶିକ୍ଷା ଦାନରେ ଅବହେଳା ପ୍ରଦର୍ଶନ କରୁ ଥିବାବେଳେ କାହିଁକି ସେମାଙ୍କୁ ସେଠାରୁ ଅନ୍ଯତ୍ର ବଦଳି କରାଯାଉ ନାହିଁ। ସେଭଳି ଅନେକ ସମସ୍ୟାକୁ ନେଇ ୭ ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଅନେକ ଦିନରୁ ଦାବି କରିଆସୁଥିବା କରିବାସ୍ବତ୍ବେ ଦାବି ପୂରଣ ନହେବାରୁ ସ୍ଥାନୀୟ ଜନସାଧାରଣ ଥୁଆମୂଳ ରାମପୁର – ଭବାନୀପାଟଣା ମୂଖ୍ଯ ରାସ୍ତାକୁ ସାଇସୁରୁଣୀ ଛକ ଠାରେ ଅବରୋଧ କରିଥିଲେ। ଏହି ଗଣଧାରଣା ଓ ରାସ୍ତା ରୋକରେ ସାମିଲ ହୋଇଥିଲେ ଶ୍ରୀ ଧୋବାସାହୁ, ଶ୍ରୀ ଘାସିରାମ ମାଝୀ,ଶ୍ରୀ ସୁନାସିଂ ପରାଭୋଇ, ଶ୍ରୀ ସୁଶାନ୍ତ କୁମାର ନାଏକ, ଶ୍ରୀ ସାନୁ ମାଝୀ ପ୍ରମୁଖ ନେତୃତ୍ୱରେ ହୋଇଥିବା ଗଣଧାରଣା ରେ ଅଞ୍ଚଳବାସୀ ସାମିଲ ହୋଇ ମୁଖ୍ୟ ରାସ୍ତାରେ ଅବରୋଧ କରିଥିଲେ।ଖବର ପାଇ ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ଶ୍ରୀ ଅରବିନ୍ଦ ରାୟ ଓ ଥୁଆମୂଳ ରାମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେଠାରେ ପହଞ୍ଚି ଅଞ୍ଚଳବାସୀ ଙ୍କ ଦାବି ମୁତାବକ କାଠଘରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଅନ୍ଯତ୍ର ବଦଳି କରିବା ସହିତ ଗୁଣୁପୁର ବିଦ୍ଯାଳୟରେ ଶିକ୍ଷକ ପଦବୀ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଆନ୍ଦୋଳନ କାରି ତାଙ୍କର ଆନ୍ଦୋଳନ କୁ ପ୍ରତ୍ଯାହାର କରିଥିଲେ।

ଥୁଆମୂଳ ରାମପୁରରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ଅଜା ବୁଢ଼ାର୍‌ ଭୂଗୋଲ୍‌ ଜ୍ଞାନ୍‌

Sunil Chandra Nayak

ଧର୍ମଗଡ ଠାରେ ଶାରଦୀୟ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!