ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଛୁଆଁ ଅଛୁଆଁ,,,,,,,,,,

ଛୁଆଁ ଅଛୁଆଁ,,,,,,,,,,

ମଣିଷ ଦେହରେ
ନାଲି ରଙ୍ଗ ରକ୍ତ
ବହଇ ସବୁରି ଦେହେ,
କାହାକୁ ଦେଖିଣ
ମଣିଷ ଆଜିର
ଛୁଆଁ ଅଛୁଆଁ ଯେ କହେ?
କାଠ ହାଣି ଯିଏ
ଦେଉଛି ଆମକୁ
ରୋଷେଇ କରିବା ପାଇଁ,
ମାରା ହୋଇଯାଏ
ସେହି ଲୋକ ଗୋଟି
ଦେଲେ ରେ ପାଣିକୁ ଛୁଇଁ।
ପରିବା ଆଣି ଯେ
ଭୋଜି ରାନ୍ଧିବାକୁ
ଆମରି ପାଶେ ଯୋଗାଏ,
ସେହି ପରିବାର
ରନ୍ଧନ ତିୟଣ
ଛୁଇଁ ଦେଲେ ମାରା ହୁଏ।
ଅଡା ଗଉଣି ଯେ
ବାଉଁଶ ପାତିରେ
ବୁଣି ଯିଏ ଦେଇଥାଏ,
ପୂଜନ ସାମଗ୍ରୀ
ଛୁଇଁ ଦେଲେ ସିଏ
ସବୁ ପୁଣି ମାରା ହୁଏ।
ମାଛ ଧରି ଆଣି
ଦିଏ ଯେଉଁ ଲୋକ
ମାଛ ପୁଣି ଛୁଆଁ ନାହିଁ,
ମାଛ ତରକାରୀ
ଭାଣ୍ଡ ଛୁଇଁ ଦେଲେ
ଯାଏ ତାହା ମାରା ହୋଇ।
ଯାହାକୁ ଅଛୁଆଁ
କହୁ ଅଛୁ ଆମେ
ଆମ ଘର ତିଆରିଛି,
ସେହି ଘରେ କିନ୍ତୁ
ପ୍ରବେଶ କରିବା
ଅଧିକାର ହରାଇଛି।
ଏ କି ଅବିଚାର
ହୋଇଛି ସମାଜେ
ମଣିଷର ଭେଦ ଭାବ,
ସଭିଏଁ ପରା ହେ
ଭାଇ ଭାଇ ଆମ୍ଭେ
କାହିଁ ଏ ବିକୃତ ଭାବ?

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

ଏନ ପି ଏସ ପ୍ରାଥମିକ ଶିକ୍ଷକ ସଂଘ ପରେ ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି

Sunil Chandra Nayak

ଆଦରମଣି ପ୍ରଧାନ,ଗୋଲାପୀ ଙ୍କ କବିତା ତୁମେ କିଏ

ଅବିନାଶ ମହାପାତ୍ର ଙ୍କ କବିତା ଏଇତ ଜୀବନ ଖେଳ 

Sunil Chandra Nayak

Leave a Comment

error: Content is protected !!