ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଛୁଆଁ ଅଛୁଆଁ,,,,,,,,,,

ଛୁଆଁ ଅଛୁଆଁ,,,,,,,,,,

ମଣିଷ ଦେହରେ
ନାଲି ରଙ୍ଗ ରକ୍ତ
ବହଇ ସବୁରି ଦେହେ,
କାହାକୁ ଦେଖିଣ
ମଣିଷ ଆଜିର
ଛୁଆଁ ଅଛୁଆଁ ଯେ କହେ?
କାଠ ହାଣି ଯିଏ
ଦେଉଛି ଆମକୁ
ରୋଷେଇ କରିବା ପାଇଁ,
ମାରା ହୋଇଯାଏ
ସେହି ଲୋକ ଗୋଟି
ଦେଲେ ରେ ପାଣିକୁ ଛୁଇଁ।
ପରିବା ଆଣି ଯେ
ଭୋଜି ରାନ୍ଧିବାକୁ
ଆମରି ପାଶେ ଯୋଗାଏ,
ସେହି ପରିବାର
ରନ୍ଧନ ତିୟଣ
ଛୁଇଁ ଦେଲେ ମାରା ହୁଏ।
ଅଡା ଗଉଣି ଯେ
ବାଉଁଶ ପାତିରେ
ବୁଣି ଯିଏ ଦେଇଥାଏ,
ପୂଜନ ସାମଗ୍ରୀ
ଛୁଇଁ ଦେଲେ ସିଏ
ସବୁ ପୁଣି ମାରା ହୁଏ।
ମାଛ ଧରି ଆଣି
ଦିଏ ଯେଉଁ ଲୋକ
ମାଛ ପୁଣି ଛୁଆଁ ନାହିଁ,
ମାଛ ତରକାରୀ
ଭାଣ୍ଡ ଛୁଇଁ ଦେଲେ
ଯାଏ ତାହା ମାରା ହୋଇ।
ଯାହାକୁ ଅଛୁଆଁ
କହୁ ଅଛୁ ଆମେ
ଆମ ଘର ତିଆରିଛି,
ସେହି ଘରେ କିନ୍ତୁ
ପ୍ରବେଶ କରିବା
ଅଧିକାର ହରାଇଛି।
ଏ କି ଅବିଚାର
ହୋଇଛି ସମାଜେ
ମଣିଷର ଭେଦ ଭାବ,
ସଭିଏଁ ପରା ହେ
ଭାଇ ଭାଇ ଆମ୍ଭେ
କାହିଁ ଏ ବିକୃତ ଭାବ?

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ଳୁଟେରା ଙ୍କ ଅଜବ ବେପାର , ଓଟିପି ଦେଲେ ପାସବୁକ ଖାଲି

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଅନ୍ଵେଷଣ

Sunil Chandra Nayak

Leave a Comment

error: Content is protected !!