ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ଶୀତ

  -+- ଶୀତ –+-

         ପ୍ରେମଲତା

ପହିଲି ଶୀତର ନହୁଲି ବୟସ
ଭଲଲାଗେ ଆଞୁଳାରେ
ଯେବେ କଇଁଫୁଲିଆ ଜହ୍ନ ରାତିଟା
 ଖେଳେ ବଉଳବେଣୀରେ। 
ଦେଖିବାକୁ ଭାରିଭଲ ଲାଗେ ସତେ
   ଗହିରବିଲ ଆଖିରେ
ଯେବେ ଶିରିଶିରି ଶିଶିରର ମୁକ୍ତା
 ଝରୁଥଏ ତଳିପାରେ । 
ଶୋରିଷ ଫୁଲର ଲହରୀ ଭିତରେ
   ମନହଜିଖୋଜିଝୁରେ
ଯେବେମାର୍ଗଶୀର ଝୋଟିରପାଦରେ 
 ନିଦଭାଂଗିଯାଏଖୁସିରେ। 
  
ଭାବିବାକୁ ଇଛାହୁଏ ସାତରଂଗ
     ସକାଳ କୁହୁଡି ସାଥିରେ
ଯେବେଫୁଲଫୁଟିଯାନ୍ତି ପ୍ରିୟାପ୍ରୀତିରେ
       ପୌଷଭରା କାଁଆଳରେ। 
ଅଳସୀ ନିଦରେ ମଧୁଝରା ରାତି
       ଗୋଲାପି ସ୍ୱପ୍ନ ତାତିରେ
ଯେବେଚିଠିଲେଖି ଠିକଣା ହଜାଏ 
     ମନେପଡେ ଚନ୍ଦ୍ରଭାଗାରେ।
ଶୀତ ମିତ ଋତୁ ଚହଟ ଚମ୍ପାରେ
      ସେବତୀର ଲାଳିତ୍ୟ ରେ
ଯେବେ ମୋହନୀଲଗେଇ ଦେହରେ
     ଛୁଁଇ ଦିଏ କାଲୁଆରେ। 
 

   ଜିଲ୍ଲା-କେନ୍ଦ୍ରାପଡା

Related posts

ଦାସୀ ଗାଁ ରେ ଲେ ଲେ ବଉଳ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳନ ପ୍ରସ୍ତୁତି ବୈଠକ

Sunil Chandra Nayak

ରାଇଘର ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ , ୨୬ ପଞ୍ଚାୟତ ନିମନ୍ତେ ୧୩ ପଞ୍ଚାୟତ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!