ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ କବିତା ମହା ବିଷୁବ ସଂକ୍ରାନ୍ତି

ମହା ବିଷୁବ ସଂକ୍ରାନ୍ତି

 

ଆଜି ଅଟେ ମହା ବିଷୁବ ସଂକ୍ରାନ୍ତି

       ଓଡ଼ିଆ ମାନଙ୍କ ପର୍ବ

ଗାଁ ଠୁ ସହର ଉତ୍ସବ ମୁଖର

         ହିନ୍ଦୁମାନଙ୍କର ଗର୍ବ ।

 

ପଣା ସଂକ୍ରାନ୍ତି ନାମରେ ପ୍ରସିଦ୍ଧ

      ହନୁମାନ ଜୟନ୍ତୀ ଆଜି

ଶ୍ରୀମନ୍ଦିରେ ନୂଆ ପାଞ୍ଜି ଗଣା ହୁଏ

        ହିନ୍ଦୁ ନବ ବରଷକୁ ସାଜି ।

 

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ର ତାପରେ

      ଜୀବ ଜଗତ ଡହଳ ବିକଳ

ଚାରିଆଡେ ଜଳଛତ୍ର ଖୋଲାଯାଏ

        ଦାନ ଧର୍ମ କାର୍ଯ୍ୟ ରେ ସକଳ ।

 

ଧର୍ମ ପୁଣ୍ୟ କାର୍ଯ୍ୟ କରିଥାନ୍ତି ସର୍ବୈ

     ଏହି ମହାନ ମେରୁ ପର୍ବେ

ଦେବାଦେବୀ ପୀଠେ ପଣା ଦିଆଯାଏ

       ଭୁଲି ଯାଇ ସ୍ଵାର୍ଥ ଗର୍ବେ ।

 

ଭାଇଚାରାର ଅଟେ ଏହି ପର୍ବ

       ଆମ ଓଡ଼ିଆ ଜାତି ମହାନ

 ସଂସ୍କୃତି ଆମର ଅତି ପୁରାତନ

        ଉନ୍ନତି ପଥରେ ଆହ୍ୱାନ ।

ଶ୍ରୀନିବାସ ପଣ୍ଡା

ଗଞ୍ଜାମ

Related posts

ଗୋପବନ୍ଧୁ ପାଠାଗାରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

Sunil Chandra Nayak

କଳାହାଣ୍ଡି କୁଲତା ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ 

Sunil Chandra Nayak

ଚିତ୍ରା ରାଣୀ ପାତ୍ର ଙ୍କ କବିତା ପାର୍ବଣେ ନବଦୂର୍ଗା

Sunil Chandra Nayak

Leave a Comment

error: Content is protected !!