ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ଦାବି ଜୋର ଧରିଲା 

ରାଇରଙ୍ଗପୁର-୧୭/୧୧/୨୨ ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ବାମନଘାଟୀ ଉପଖଣ୍ଡ ଜିଲ୍ଲା ସଦର ମହକୁମା ଠାରୁ ୮୫ କିମି ଦୂର ।ତଥା ସିମାନ୍ତ ତିରିଂ ବ୍ଳକରୁ ୧୧୦ କିମି ଦୂର ।ଏହା ୭ଟି ବ୍ଳକ କୁସୁମିତ,ବିଶୋଇ,ବିଜାତଳା, ରାଇରଙ୍ଗପୁର,ଜାମୁଦା,ଵହଳଦା,ତିରିଂ ଏବଂ ରାଇରଙ୍ଗପୁର ମ୍ଯୁନସିପାଲଟିକୁ ନେଇ ଗଠିତ । ବାମନଘାଟୀ ଉପଖଣ୍ଡର ସଦର ମହକୁମା ରାଇରଙ୍ଗପୁରରେ ସବୁକିଛି ଭିତ୍ତିଭୂମି ସହ ସମସ୍ତ କାର୍ଯ୍ୟାଳୟ ଅବସ୍ଥିତ । ପ୍ରବାଦ ପୁରୁଷ ବିଜୁପଟନାୟକଙ୍କ ଅମଳରେ ୩୦ ଜିଲ୍ଲା ଗଠନ ସମୟରେ କୌଣସି ନା କୌଣସି କାରଣରୁ ରାଇରଙ୍ଗପୁର ଜିଲ୍ଲା ମାନ୍ୟତା ରୁ ବଂଚିତ ହୋଇଥିଲା । ସେହି ଦିନରୁ ବାମନଘାଟୀ ଉପଖଣ୍ଡ ବାସୀଙ୍କ ମନରେ ଅସନ୍ତୋଷର ବହ୍ନି ଜଳୁଛି । ଜିଲ୍ଲା ମାନ୍ୟତା ନ ହେବାଫଳରେ ଏଠାରେ ବିକାଶ ଏକରକମକର ସ୍ଥାଣୁ ପାଲଟି ଯାଇଛି । ନାହିଁ ନାହିଁ ରେ ଚାଲିଛି । ବର୍ତ୍ତମାର ସାଂପ୍ରତିକ ପରିସ୍ଥିତିରେ ରାଇରଙ୍ଗପୁରରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ।ତଦସହ ସାନ୍ତାଳୀ ଲିପି ଅଲଚିକି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟି ।ଏହାର ଗୁରୁତ୍ବ ସାରା ବିଶ୍ବରେ ବଢ଼ିଯାଇଛି । ସବୁ ଭିତ୍ତିଭୂମି ସହ ଜିଲ୍ଲା ମାନ୍ୟତା ରୁ ବାମନଘାଟୀ ଉପଖଣ୍ଡ ବାସୀ ବଂଚିତ,ଉପେକ୍ଷିତ, ଏବଂ ଅବହେଳିତ । ଶିକ୍ଷା, ସ୍ବାସ୍ଥ୍ୟ,ପାନୀୟ, ଗମନାଗମନ ସବୁଥିରେ ପଛୁଆ । ସବୁକିଛି ବିଚାରକୁ ନେଇ ଗୁରୁବାର ଦିନ ଵାମନଘାଟୀ ଉପଖଣ୍ଡର ଦଳମତ ନିର୍ବିଶେଷରେ ସମସ୍ତେ ସ୍ଥାନୀୟ ପୂର୍ଣ୍ଣ ଚନ୍ଦ୍ର ଭବନ ପରିସରରେ ଏକାଠି ହୋଇ ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ପାଇଁ ଅଣ୍ଟା ଭିଡିଥିଲେ । ରାଇରଙ୍ଗପୁର ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତିଙ୍କ ସଭାପତିତ୍ବରେ ଏକ ସର୍ବଦଳୀୟ ସଭା ଅନୁଷ୍ଠିତ ହୋଇଥିଲା ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ । ସର୍ବ ସମ୍ମତି କ୍ରମେ ନୂତନ କ୍ରିୟାନୁଷ୍ଠାନ କମିଟିର ନାମକରଣ “ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି “ନାମକରଣ ଦିଆଯାଇଥିଲା । ଏଥିରେ ନିଷ୍ପତ୍ତି ହୋଇଥିଲା ଖୁବ ଶିଘ୍ର ଉପଖଣ୍ଡର ସମସ୍ତ ଗଣ ଅନୁଷ୍ଠାନ, ଜନପ୍ରତିନିଧି, ଓକିଲ ସଂଘ, ସାମାଜିକ ଅନୁଷ୍ଠାନ,ବଣିକ ସଂଘ,ଓଷ୍ଟା ସଂଘ,କୁଡୁମି ସଂଘ,ବ୍ରାହ୍ମଣ ଘର,ଛାତ୍ର ସଂଗଠନ,ଆସେକା, ଗଣମାଧ୍ୟମ , ବିଭିନ୍ନ ରାଜନୈତିକ ସଂଗଠନ,ଶ୍ରମିକ ସଂଗଠନ,କୃଷକ ସଂଗଠନ,ଖଣି ଶ୍ରମିକ ସଂଗଠନ, ଅଙ୍ଗନବାଡ଼ି ସଂଗଠନ,ଆଶାଦିଦି ସଂଗଠନ, ସ୍ଵୟଂ ସହାୟିକା ସଂଘ, ବିଭିନ୍ନ ଆଦିବାସୀ ସଂଗଠନକୁ ନେଇ ଏକ ସଭା ଅନୁଷ୍ଠିତ ହେବ । ସେଠାରେ ଯାହାକିଛି ଦଳମତ ନିର୍ବିଶେଷରେ ନିଷ୍କର୍ଷ ବାହାରିବ ତାହାକୁ ନେଇ କ୍ରିୟାନୁଷ୍ଠାନ କମିଟି ଆଗକୁ ଜିଲ୍ଲା ହାସଲ ପାଇଁ ଆନ୍ଦୋଳନକୁ ଆଗେଇନେବ ।ତଦସହ ତ୍ରିସ୍ତରୀୟ ଜନପ୍ରତିନିଧି ଓ ଗଣ ସଂଗଠନ ମାନଙ୍କର ଏକ ଜିଲ୍ଲା ସପକ୍ଷରେ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ସଭାରେ ଵର୍ଷିଆନ ଓକିଲ ରସାନନ୍ଦ ଲେଙ୍କା(୯୧), ଆଡଭୋକେଟ ପ୍ରଭାସ କବି,ବିଜେପି ବରିଷ୍ଠ ନେତା ମନୋରଞ୍ଜନ ମହାନ୍ତି,ବିଧାୟକ ନବଚରଣ ମାଝୀ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତ, ବିଜେପି ରାଜ୍ୟ ସଂପାଦକ ନବୀନ ରାମ, କେନ୍ଦ୍ର ରକ୍ଷାମନ୍ତ୍ରାଳୟର କମିଟି ସଦସ୍ଯ ସଂଜୀବ ମହାନ୍ତି, ବିଜେଡି ବରିଷ୍ଠ ନେତା ମନୁ ଚୌଧୁରୀ, ରତିକାନ୍ତ ପରୀକ୍ଷା, ଅଧ୍ଯାପକ ବିଜୟ ରାମ,ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ,ମାନସ ମହାନ୍ତି, ଲିଟିଲ୍ ଫ୍ଳାଓ୍ବାର ଇଂରାଜୀ ମିଡିୟମ ସ୍କୁଲ ଅଧ୍ୟକ୍ଷ କାଳିପ୍ରସନ୍ନ ମହାନ୍ତି,ଦିପ୍ତୀମାନ ବଳ,କିଶୋର ରଜକ,ଦିନେଶ ବେହେରା, ପୌରପାଳିକା ଉପାଧ୍ୟକ୍ଷା ମମିତା ଚୌଧୁରୀ , ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ନାରୀନେତ୍ରୀ ତନୁଜା ମହାନ୍ତ,ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ, ଗଣମାଧ୍ୟମ ପ୍ରତିନିଧି ସୌରଭ ପଟ୍ଟନାୟକ, ରବୀନ୍ଦ୍ର ପଟ୍ଟନାୟକ, ସୁଜିତ ପଟ୍ଟନାୟକ,ଅନଶନ ମହାନ୍ତ,କ୍ରୀଷ୍ଣା ପରିଡ଼ା,ସେକ ସୁଦାମ, ତୁଷାର କାନ୍ତ ମହାନ୍ତ,ନୀରଜ ସାହୁ, ଅକ୍ଷୟ ବିଶ୍ବାଳ, ଛୋଟରାୟ ମାରାଣ୍ଡି, ଅବସରପ୍ରାପ୍ତ ରାଜସ୍ବ ପ୍ରଶାସକ କାହ୍ନୁ ଚରଣ ମୁର୍ମୁ,ରିତେଶ ଆଠଘରା, ଗୋବିନ୍ଦ ସୋରେନ,ଭବାନୀ ଶଙ୍କର କଳା,ଅଙ୍କିତ ପାଣିଆ,ଡେଙ୍ଗୁ ପଟ୍ଟନାୟକ,ଆଲୋକ ରଂଜନ ମହାନ୍ତ,ଓ୍ବାଜିର‌ହୁସେନ,କିଶୋର‌ରଜକ, ସମେତ ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣ ସଂଗଠନ ନେତୃବୃନ୍ଦ ଉପସ୍ଥିତ ରହି ସୁଚିନ୍ତିତ ଓ ସକାରାତ୍ମକ ମତାମତ ପ୍ରଦାନ କରିବା ସହ ଜିଲ୍ଲା ଦାବିକୁ ସଠିକ୍ ମାର୍ଗଦେଇ ଗତି କରିବା ସହ ଆନ୍ଦୋଳନକୁ ତିବ୍ରତର କରିବା ପାଇଁ ମତାମତ ଦେଇଥିଲେ । ସମସ୍ତେ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଦେଇଥିବାରୁ ସଭାର ସଭାପତି ଅକ୍ଷୟ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ନୀଳଗିରି ବେପାରୀ ଲାଗି ପ୍ରଦୂଷିତ ହେଉଛି ରାସ୍ତା , କବଜା କରି କାର୍ଯ୍ୟ କରୁଛନ୍ତି 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort