ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କବି ତୁମେ

କବି ତୁମେ

 

    ବେଣୁଧର ସୂତାର

 

ତୁମେ ସୃଜିପାର ନିଥର ମରୁରେ

ନନ୍ଦନ ଚନ୍ଦନ ବନ

ଜୀବନ ଯଜ୍ଞରୁ ପାପ ପୁଣ୍ୟର

ଅମୃତର ଆବାହନ ।।

ନିଃଶବ୍ଦ ଶବ୍ଦର ଓଁକାର ତାନେ

ତୁମରି ସୃଷ୍ଟିର ସତ୍ତା

ପ୍ରଜ୍ଞା ପୀୟୂଷର ବହଳ ରୋମାଞ୍ଚ

ମୁଗ୍ଧ ଭାବପ୍ରବଣତା ।।

ପ୍ରେମ ବନ୍ଧନର ମିଳନ ଅର୍ଘ୍ୟରେ

ପ୍ରୀତିର ପବିତ୍ର ଧାରା

ଶାନ୍ତି ସଂପ୍ରୀତିର ମୈତ୍ରୀ ମାଳାରେ

ଆଙ୍କିଛ ସୁନ୍ଦର ଧରା

ଦିବ୍ୟ ଚେତନାର ତନ୍ମୟ ତରଙ୍ଗେ

ଗହନ ଗୋପନ ତତ୍ବ

ତମସା ବିଦାରି ଦିଶା ପ୍ରଦର୍ଶନେ

ଶାଶ୍ବତ ସୁନ୍ଦର ସତ୍ୟ ।।

ସୁଧାସିକ୍ତ ପ୍ରାଣେ ଅମୃତ ସ୍ପନ୍ଦନ

ମାନବୀୟ ପ୍ରେମପ୍ରୀତି

ସପନ ବେଦୀରେ ପ୍ରୀତି ପ୍ରିୟମ୍ବଦା

ଅନୁରାଗ ଭରା ଗୀତି ।।

ଅସରା ଭାବର ମୁଗ୍ଧ ମନୋହର

ମଗ୍ନମାଟି ମଧୁରତା

ନି଼ଃସର୍ଗ ମଧୁର ପ୍ରାଣ ବିନ୍ୟାସର

ଚେତନାର ସୂକ୍ଷ୍ମସତ୍ତା ।।

ସାହିତ୍ୟ କନନେ ଭାଷା କୁସୁମର

ରସମୟ ମାଦକତା

ସାରସ୍ବତ ପ୍ରୀତି ରସାଣିତ କୃତି

ଅନୁପମ ପ୍ରଜ୍ଞା ଦାତା       

ତୁମ ଲେଖନୀର ଚାରୁଚିତ୍ର ରୂପ

ହୀରାମୋତି ଝରା ଲାସ୍ୟ

ତୁମେ ଯାଦୁକର ରଚି ମାୟାପୁର

ବିମୋହିତ କରବିଶ୍ବ ।।

ପ୍ରଜ୍ଞାର ପରାଗ ଭରେ ଅନୁରାଗ

ପ୍ରେରଣାର ମଧୁଗଡ

ଭାବରମହକେ ଲେଖନୀ କୁହୁକେ

ଜୀବନ୍ୟାସ ପାଏ ଜଡ ।।

ଭାବମୟ ରସ ମାଧୁର୍ଯ୍ୟ ପୀୟୂଷ

ଜ୍ଞାନଦାତା କବି ତୁମେ

ସ୍ରଷ୍ଟା ହେ ତୁମ ହୃଦୟ ମୁକୁଳା

ବିରାଟ ବିଶ୍ବ ପ୍ରେମେ ।।

କେଶଦୁରାପାଳ କେନ୍ଦୁଝର

 

Related posts

କେବୁଲ ତାର ଚୋରୀ ଅଭିଯୋଗ ରେ ୩ ଜଣ କୁ କୋର୍ଟ ଚାଲାଣ

Sunil Chandra Nayak

ଧର୍ମଗଡ ଠାରେ ଗୀତା ଆବୃତ ଜ୍ଞାନ ପ୍ରତିଯୋଗିତା

Sunil Chandra Nayak

ମହାଭାରତ କଥା……..୯

Leave a Comment

error: Content is protected !!