ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ବିରହ 

     ବିରହ 

 

                     ଶ୍ଯାମା ପ୍ରସାଦ୍ ବୋଷ୍ 

 

ବିରହ ବେଦନା ଦେଇଛି ଯାତନା 

      ହୃଦୟେ ଉଠିଛି କୋହ 

ଅତୀତ ର ସ୍ମୃତି ତୁମ ଭାବ ପ୍ରୀତି 

      କରିଅଛି ମୋତେ ମୋହ ।

 

ସେହି ମୋହ ଆଜି ବହ୍ନି ଶିଖା ତେଜି 

      ହୃଦୟେ ଜାଳିଛି ନିଆଁ 

ବିରହ ର ଜ୍ବାଳା କେତେ ଯେ ଯନ୍ତ୍ରଣା 

      ଦେଇଛି ମନରେ ଚିଆଁ । 

 

ତୁମେ ତ ବୁଝନା ବିରହ ବେଦନା 

      ସୁଖ ମହଲ ର ରାଣୀ  

ସୁଖ ଐଶର୍ଯ୍ଯରେ ଅତୀତ ଭୁଲିଛ 

      କେମିତି ପାରିବ ଜାଣି । 

 

ବିରହ ପ୍ରେମିକ ଆହତ ନାୟକ 

      ପ୍ରେମରେ ଯାଇଛି ହାରି 

ତୁମରି ସ୍ମୃତି ରେ ଆଜି ଝୁରି ମରେ 

      ବସି ଅଛି ମନ ମାରି ।

 

ବିରହ ଯନ୍ତ୍ରଣା ନୈରାଶ୍ୟ ଭାବନା 

      ଦୁଃଖ ପଥ ଅନୁସରି 

ବିରହୀ ପ୍ରେମିକ ଜୀବନେ ଯନ୍ତ୍ରଣା

      ଭରି ଦିଏ ଅସୁମାରୀ । 

 

ବେଦନା ବିଧୂର ବିରହ ର ଦିନ

      ସାଥୀ ହୀନ ଏ ଜୀବନ 

ବିରହ ରେ ବିତେ ତୁମ ବିନା ଯେତେ

      ଭାଙ୍ଗେ ସୁନାର ସପନ ।

       

ବିରହୀ ଟିଏ ମୁଁ ବିରହେ ଗାଉଛି 

      ବିରହ କବିତା ଆଜି 

ବିରହର କଷ୍ଟ କରେ ପଥ ଭ୍ରଷ୍ଟ 

      ଲଗାଇ ଜୀବନ ବାଜି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ପୋଷ୍ଟ :-ଗୋପ୍ , ଜିଲ୍ଲା :-ପୁରୀ 

 

Related posts

ବୋଡ଼େନ ବ୍ଲକ ରେ ଅନ୍ତିମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପୋଲିଙ୍ଗ ପାର୍ଟିଙ୍କୁ ବୁଥ ପଠାଇବା ବ୍ୟବସ୍ଥା

Sunil Chandra Nayak

ଭାରତୀୟ ସଂସ୍କୃତ ସାହିତ୍ୟ ଶୀର୍ଷକରେ ଆଲୋଚନା ଚକ୍ର

Sunil Chandra Nayak

ପ୍ରଶାସନର ଜନ ଅଭିଯୋଗ ଶୁଣାଣି ଶିବିର: ୪୭ ଟିଅଭିଯୋଗ

Sunil Chandra Nayak

Leave a Comment

error: Content is protected !!