ବିରହ
ଶ୍ଯାମା ପ୍ରସାଦ୍ ବୋଷ୍
ବିରହ ବେଦନା ଦେଇଛି ଯାତନା
ହୃଦୟେ ଉଠିଛି କୋହ
ଅତୀତ ର ସ୍ମୃତି ତୁମ ଭାବ ପ୍ରୀତି
କରିଅଛି ମୋତେ ମୋହ ।
ସେହି ମୋହ ଆଜି ବହ୍ନି ଶିଖା ତେଜି
ହୃଦୟେ ଜାଳିଛି ନିଆଁ
ବିରହ ର ଜ୍ବାଳା କେତେ ଯେ ଯନ୍ତ୍ରଣା
ଦେଇଛି ମନରେ ଚିଆଁ ।
ତୁମେ ତ ବୁଝନା ବିରହ ବେଦନା
ସୁଖ ମହଲ ର ରାଣୀ
ସୁଖ ଐଶର୍ଯ୍ଯରେ ଅତୀତ ଭୁଲିଛ
କେମିତି ପାରିବ ଜାଣି ।
ବିରହ ପ୍ରେମିକ ଆହତ ନାୟକ
ପ୍ରେମରେ ଯାଇଛି ହାରି
ତୁମରି ସ୍ମୃତି ରେ ଆଜି ଝୁରି ମରେ
ବସି ଅଛି ମନ ମାରି ।
ବିରହ ଯନ୍ତ୍ରଣା ନୈରାଶ୍ୟ ଭାବନା
ଦୁଃଖ ପଥ ଅନୁସରି
ବିରହୀ ପ୍ରେମିକ ଜୀବନେ ଯନ୍ତ୍ରଣା
ଭରି ଦିଏ ଅସୁମାରୀ ।
ବେଦନା ବିଧୂର ବିରହ ର ଦିନ
ସାଥୀ ହୀନ ଏ ଜୀବନ
ବିରହ ରେ ବିତେ ତୁମ ବିନା ଯେତେ
ଭାଙ୍ଗେ ସୁନାର ସପନ ।
ବିରହୀ ଟିଏ ମୁଁ ବିରହେ ଗାଉଛି
ବିରହ କବିତା ଆଜି
ବିରହର କଷ୍ଟ କରେ ପଥ ଭ୍ରଷ୍ଟ
ଲଗାଇ ଜୀବନ ବାଜି ।
ଶ୍ଯାମା ପ୍ରସାଦ୍ ବୋଷ୍
ବେଗୁନିଁଆ , ମଲ୍ଲୀକ୍ ସାହି
ପୋଷ୍ଟ :-ଗୋପ୍ , ଜିଲ୍ଲା :-ପୁରୀ