ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଞ୍ଚ ମାସ ହେଲା ବୃନ୍ଦାବତୀ ପାଈ ନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା

 ତେନ୍ତୁଳିଖୁଣ୍ଟି -୧୭/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜା ବାରଙ୍ଗ ପଦର ଗ୍ରାମ ପଞ୍ଚାୟତ ଖାତିଗୁଡା ନିବାସୀ ବୃନ୍ଦାବତୀ ଭକ୍ତ ପାଞ୍ଚ ମାସ ହେବ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ। ପୂର୍ବେ ପଂଚାୟତ ର ନିର୍ବାହୀ ଅଧିକାରୀ ଅବା ଯୋଗାଣ ସହାୟକ ଘରେ କିମ୍ବା ଦୁର୍ଗା ମଣ୍ଡପ ରେ ହାତରେ ଭତ୍ତା ଦେଉଥିଲେ ସେତେବେଳେ ଠିକ ଠାକ ଭତ୍ତା ପାଉଥିଲେ ବୃନ୍ଦାବତୀ। କିନ୍ତୁ ବ୍ୟାଙ୍କ ଖାତା ରେ।ଟଙ୍କା ଦିପୋଜିଟ ହେବା ପର ଠାରୁ ଠିକ ସମୟରେ ଭତ୍ତା ମିଳୁନ ଥିବା ଅଭିଯୋଗ କରନ୍ତି ବୃନ୍ଦାବତୀ ଓ ତାଙ୍କ ବୋହୁ କୁନି। ଫେବୃୟାରୀ ମାସରେ ଶେଷ ଥର ଯୋଗାଣ ସହାୟକ ବୃନ୍ଦାବତୀ ଙ୍କୁ ଭତ୍ତା ଘରେ ଦେଇଥିଲେ। ଫେବ୍ରୁୟାରୀ ପର ଠାରୁ କାହିଁକି ତାଙ୍କୁ ଭତ୍ତା ଆଣି ଦେଉ ନାଂହାନ୍ତି କି ବ୍ୟାଙ୍କ ଖାତାରେ ଡିିପୋଜିଟ କରାଯାଉନି ବୁଝିପାରୁନି ବୋଲି କହଁନ୍ତି।ବୟସ ଥିଲା ଶରୀର ସାଥ ଦେବା ପର୍ଯ୍ୟନ୍ତ ସେ ଘର ଘର ଯାଇ କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ଅଣ୍ଟା ସଲଖି ଆଉ ଠିଆ ହୋଇ ପାରୁନି ,ପୁଅବୋହୁ ନାତି ନାତୁଣୀ ଙ୍କ ପାଖରେ ରହୁଛି। ସେମାନେ ମଧ୍ୟ ଖଟିଲେ ଘରେ ଚୁଲି ଜଳେ ଏଣୁ ମତେ ଭତ୍ତା ନ ମିଳିବା ଯୋଗୁଁ ମୁଁ ଅଶ୍ଵସ୍ଥି ବୋଧ କରୁଛି। ତୁରନ୍ତ ପାଞ୍ଚ ମସର ଭତ୍ତାପୂର୍ବ ଭଳି ହାତରେ ଦେବାକୁ ସେ ଅନୁରୋଧ କରିଛନ୍ତି। ତାଙ୍କ ବୋହୁ କୁନି ଙ୍କ ଖାତା ରେ ସାତ ମାସ ହେବ ଭତ୍ତା ଡିିପୋଜିଟ ହୋଇ ନଥିବା ଅଭିଯୋଗ କରିଛନ୍ତି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶିବ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

Sunil Chandra Nayak

ପୌର ନିର୍ବାଚନ ରେ ରାଜ୍ୟ ସଭା ସାଂସଦ ଙ୍କ ମାରାଥନ ପ୍ରଚାର

Sunil Chandra Nayak

କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି.. ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ସମସ୍ତ କିନ୍ନରଙ୍କୁ ମିଳିବ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା

Sunil Chandra Nayak

Leave a Comment

error: Content is protected !!