ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘର ଧାରଣା: ପ୍ରତିବାଦ ସଭା

ନବରଙ୍ଗପୁର—(ମସିହା) ନବରଙ୍ଗପୁର ତଥା  ସାରା ରାଜ୍ୟର ଆଇନଜୀବୀ ମାନେ ବିଭିନ୍ନ ସମୟରେ ହାଇକୋର୍ଟ ବେଞ୍ଚ ଓ ଅନ୍ୟାନ୍ୟ ପ୍ରସଙ୍ଗ ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରୁଥିବା ଯୋଗୁଁ ଗତ ୨୮ ନଭେମ୍ବର ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଦୋଳନ କାରୀ ସମ୍ବଲପୁର ବାର୍ ସହ ଅନ୍ୟ ତିନୋଟି ବାର୍ ଆସୋସିଏସନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ଆଇନଜୀବୀ ପରିଷଦ ଓ ରାଜ୍ୟ ଆଇନଜୀବୀ ପରିଷଦ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ରେ ଆନ୍ଦୋଳନ କାରୀ ଆଇନଜୀବୀଙ୍କ ବିରୋଧରେ ସତ୍ୟପାଠ ଦାଖଲ କରିଥିବା ଯୋଗୁଁ ଆଜି ସାରା ରାଜ୍ୟର ଆଇନଜୀବୀ ସଂଘ ସହ ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଆଇନଜୀବୀ ମାନେ ଜିଲ୍ଲା କୋର୍ଟ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ। ସମସ୍ତ ଆଇନଜୀବୀ କଳା ବ୍ୟାଜ ପରିଧାନ କରିଥିଲେ। ଗତ ୪ ଡିସେମ୍ବର ରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ଠାରେ ରାଜ୍ୟ ର ସମସ୍ତ ଆଇନଜୀବୀ ସଂଘ ସଭାପତି ଓ ସମ୍ପାଦକ ସମ୍ମିଳନୀ ରେ ଗୃହୀତ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ଏହି ଧାରଣା ଦିଆଯାଇଥିଲା । ଆଗାମୀ ଦିନରେ ରାଜ୍ୟ ସମ୍ମିଳନୀ ର ନିଷ୍ପତ୍ତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଆଜି ର ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି ନରସିଂହ ନାଥ ତ୍ରିପାଠୀ, ସମ୍ପାଦକ ରାମ ପ୍ରସାଦ ପାତ୍ର, ଉପ-ସଭାପତି ବିଧୁ ଶେଖର ତ୍ରିପାଠୀ, କାର୍ଯ୍ୟକାରିଣୀ ସଦସ୍ୟ ବିରେନ୍ଦ୍ର କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବୀନ୍ଦ୍ର ଜଗନ୍ନାଥ ନାୟକ, ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପାଢ଼ୀ, ରଘୁନାଥ ପାଢୀ, ଦେଵୀ ପ୍ରସାଦ ସିଂ, ସୁବୋଧ ଚନ୍ଦ୍ର ବେନ୍ୟା, ଜେନିଫର୍ ସୁନା, ସ୍ନେହଲତା ଦେବୀ, କିଶୋରୀ ପଟ୍ଟନାୟକ, ପଙ୍କଜିନୀ ତ୍ରିପାଠୀ, ନମିତା ପଟ୍ଟନାୟକ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ପ୍ରଫୁଲ୍ଲ ସିଂ, ସଞ୍ଜୀବ ଭକ୍ତ, ମହେଶ୍ବର ମହାପାତ୍ର, ପ୍ରଦୀପ କୁମାର ଦାଶ, ଗୋପାଳ କୃଷ୍ଣ ବିଷୋୟୀ, ଗୋପାଳ କୃଷ୍ଣ ଶତପଥୀ, ପୁରୁଷୋତ୍ତମ ସାମନ୍ତ, ସଞ୍ଜୟ ପ୍ରଦୀପ ସୁନା, ସୁଦାମ କୁମାର ସରାବୁ, ମହମ୍ମଦ ତାଜ ଇମ୍ରାନ ସରିଫ୍, ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, କେ. ଚନ୍ଦ୍ର ଶେଖର ରାଓ, ପ୍ରତାପ କୁମାର ପଣ୍ଡା, ସନ୍ତୋଷ ମିଶ୍ର, ସନ୍ତୋଷ ନାୟକ, ଶଶିଗିରି ରାଓ, ସୀମାଞ୍ଚଳ ପାଢ଼ୀ, ପ୍ରଶାନ୍ତ ପଟ୍ଟନାୟକ, ଦୀନେଶ ରାଜ କର୍କରା, ଶ୍ରୀଧର ଦାଶ, ବିନୟ ପ୍ରକାଶ ଛାତି, ସିରାଜୁଦ୍ଧିନ ଅହମ୍ମଦ, ବରୁଣ ନାୟକ, ଗୋପାଳ କୃଷ୍ଣ ନାୟକ, ରାଜ କିଶୋର ନାଗ, ଦାମୋଦର ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

କଣ୍ଟାଗାଁ ରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ନୂଆଖାଇ ଭେଟଘାଟ

Sunil Chandra Nayak

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

Leave a Comment

error: Content is protected !!